Advertisment

ସେବା, ସୁଶାସନ ଓ ଗରିବ କଲ୍ୟାଣ ଶୀର୍ଷକ ଦୁଇଦିନିଆ ସଚେତନତା କାର୍ଯ୍ୟକ୍ରମ

କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ମୈଦାନକେଲ ଗ୍ରାମ ପଞ୍ଚାୟତଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକାରୀ ଯୋଜନା ସମ୍ପର୍କରେ ଆଲୋଚନା କରାଯାଇଥିଲା।

ଅଦ୍ୟତନ ହୋଇଛି
Awareness Programme

Awareness Programme

Advertisment

ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ, କ୍ଷେତ୍ର କାର୍ଯ୍ୟାଳୟ କେନ୍ଦୁଝର ପକ୍ଷରୁ ୮ ବର୍ଷ ସେବା, ସୁଶାସନ ଓ ଗରିବ କଲ୍ୟାଣ ଶୀର୍ଷକ ଏକ ଦୁଇ ଦିନିଆ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ମୈଦାନକେଲ ଗ୍ରାମ ପଞ୍ଚାୟତଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକାରୀ ଯୋଜନା ସମ୍ପର୍କରେ ଆଲୋଚନା କରାଯାଇଥିଲା। 

Advertisment

ଏଥିରେ ଗତ ୮ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଯେଉଁ ଯେଉଁ ଯୋଜନା ସବୁ ପ୍ରଣୟନ କରିଛନ୍ତି ତାହାର ଉପଯୋଗ ଓ ଉପାଦେୟତା ସମ୍ପର୍କରେ ବିଶିଷ୍ଟ ଅତିଥିମାନେ ଆଲୋକପାତ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମଇଦାନକେଲ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ଭାଗିରଥୀ ସିଂ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବାବେଳେ କେନ୍ଦୁଝର ଜିଲ୍ଲା ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଲିଡ୍‌ ଡିଷ୍ଟ୍ରିକ୍ଟ ମ୍ୟାନେଜର ଶ୍ରୀଯୁକ୍ତ ରବିନାରାୟଣ ମହାଳିକ ମୁଖ୍ୟବକ୍ତା ଭାବରେ ଯୋଗଦେଇଥିଲେ।

ସେହିଭଳି ପଦ୍ମପୁର ମେଡିକାଲର ଅଧିକାରୀ ଡକ୍ଟର ସୁଦର୍ଶନ ମହାନ୍ତ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବାବେଳେ ମଇଦାନକେଲ ସ୍ଥିତ ପ୍ରଗତି ହାଇସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପର୍ଶୁରାମ ମହାନ୍ତ ସମ୍ମାନିତ ଅତିଥି ଏବଂ ନାୟବ ସରପଞ୍ଚ ଶ୍ରୀମତୀ କଳ୍ପନା ମହାନ୍ତ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲ୍ଲା ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଶ୍ରୀଯୁକ୍ତ ପୀତବାସ ମହାପାତ୍ର ମଧ୍ୟ ଯୋଗଦେଇ ଉପସ୍ଥିତ ଜନସାଧାରଣଙ୍କୁ ଆର୍ଥିକ ଶିକ୍ଷା ଉପରେ ଅବଗତ କରାଇଥିଲେ। 

Advertisment

ତେବେ ଉପସ୍ଥିତ ବିଶେଷଜ୍ଞମାନେ ଜନସାଧାରଣଙ୍କୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଉପରେ ବିଶେଷ ଆଲୋକପାତ କରି ଏଥିରେ କିପରି ସୁଫଳ ପାଇ ହେବ ତାହା ଉପରେ ମତବ୍ୟକ୍ତ କରିଥିଲେ।  ବିଶେଷ କରି ସରପଞ୍ଚ ଶ୍ରୀ ସିଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଯେପରି ଉଜ୍ଜ୍ୱଳା, ନୂତନ ଶିକ୍ଷାନୀତି ଓ ଜନଧନ ଆଦି ଯୋଜନା ଉପରେ ବିଶେଷ ବକ୍ତବ୍ୟ ରଖିଥିଲେ ।

ଏହି କାର୍ଯ୍ୟକ୍ରମକୁ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ କ୍ଷେତ୍ର କାର୍ଯ୍ୟାଳୟ କେନ୍ଦୁଝରର କ୍ଷେତ୍ର ପ୍ରଚାର ଅଧିକାରୀ ଶ୍ରୀ ପାର୍ଥସାରଥୀ ମଲ୍ଲିକ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବାବେଳେ ମଇଦାନକେଲ ଗ୍ରାମପଞ୍ଚାୟତର ଏମ୍‌ବିକେ ଶ୍ରୀମତୀ ରଞ୍ଜିତା ମହାନ୍ତ ବିଶେଷ ସହଯୋଗ କରିଥିଲେ। ଏହି ଅବସରରେ ଗତକାଲିର ପ୍ରାକ୍‌ ସଚେତନତା କାର୍ଯ୍ୟକ୍ରମରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଅବସରରେ ଭାରତ ସରକାରଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ କଳା ଅନୁଷ୍ଠାନ ବାଲେଶ୍ୱର ଜିଲ୍ଲାର ଶ୍ରଦ୍ଧା କ୍ରିଏଟିଭ ଆର୍ଟ୍‌ସ ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା।

Advertisment
Central Schemes Health Awareness Programme
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ