ବନ୍ଦେ ଭାରତକୁ ପଥର ମାଡ଼, ଭାଙ୍ଗିଲା ଝରକା

ବନ୍ଦେ ଭାରତ ଏକ୍ସପ୍ରେସକୁ ପଥର ମାଡ । ରାଉରକେଲା-ଭୁବନେଶ୍ବର ବନ୍ଦେ ଭାରତ ଏକ୍ସପ୍ରେସକୁ ପଥର ମାଡ କରାଯାଇଥିବା ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି ।

Vande Bharat Express

ବନ୍ଦେ ଭାରତ ଏକ୍ସପ୍ରେସକୁ ପଥର ମାଡ । ରାଉରକେଲା-ଭୁବନେଶ୍ବର ବନ୍ଦେ ଭାରତ ଏକ୍ସପ୍ରେସକୁ ପଥର ମାଡ କରାଯାଇଥିବା ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି । ଢେଙ୍କାନାଳ-ଅନୁଗୁଳ ରେଲୱେ ସେକ୍ସନ୍ ଅନ୍ତର୍ଗତ ମେରାମଣ୍ଡଳୀ ଏବଂ ବୁଢାପଙ୍କ ମଧ୍ୟରେ ଏହି ପଥର ମାଡ ହୋଇଛି ।

ପଥର ମାଡରେ ଟ୍ରେନର ଏଗଜିକ୍ୟୁଟିଭ୍ କ୍ଲାସ୍ କୋଚର ଝରକା ପାଖ ଅଂଚଳ କ୍ଷତିଗ୍ରସ୍ତ ହୋଇଛି । ଟ୍ରେନରେ କାର୍ଯ୍ୟରତ ଆରପିଏଫ୍ ପକ୍ଷରୁ ଏନେଇ ଅଭିଯୋଗ ଅଣାଯିବା ପରେ ଆରପିଏଫ ଆସିଷ୍ଟାଣ୍ଟ ସିକ୍ୟୁରିଟି କମିଶନର ଅନୁଧ୍ୟାନ କରୁଛନ୍ତି । ଏ ସମ୍ପର୍କରେ ସ୍ଥାନୀୟ ପୋଲିସକୁ ମଧ୍ୟ ସୂଚନା ଦିଆ ଯାଇଛି । ପଥର ଫିଙ୍ଗିବା ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରେଳବାଇ ପକ୍ଷରୁ କୁହା ଯାଇଛି ।

ସ୍ଥାନୀୟ ପୋଲିସ ସହ ସମନ୍ନୟ ରକ୍ଷା କରି ରେଳବାଇ ଅଭିଯୁକ୍ତକୁ ଖୋଜିବାରେ ଲାଗି ପଡ଼ିଛି । ତେବେ ଏଭଳି ଘଟଣା ପ୍ରଥମ ଥର ଘଟି ନାହିଁ । ପୂର୍ବରୁ ମଧ୍ୟ ଦେଶର ଅନେକ ସ୍ଥାନରେ ବନ୍ଦେ ଭାରତ ଉପରେ ପଥର ମାଡ଼ ହୋଇଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଯାତ୍ରୀଙ୍କ କ୍ଷତି ହୋଇ ନଥିବା ରେଳବାଇ ପକ୍ଷରୁ କୁହାଯାଇଛି ।

ପଥର ନଫିଙ୍ଗିବାକୁ ରେଳବାଇ ତରଫରୁ ଲୋକଙ୍କୁ ଲଗାତାର ଭାବେ ସଚେତନ କରା ଯାଉଛି । ଯାତ୍ରୀଙ୍କର କୌଣସି କ୍ଷତି ନକରିବାକୁ ବାର ବାର ପ୍ରବର୍ତ୍ତା ଯାଉଛି । ପଥର ଫିଙ୍ଗିବା ଓ ଏହାର ପରିଣାମ ବିଷୟରେ ଲୋକଙ୍କୁ ସଚେତନ କରା ଯାଉଛି । ସାଥୀ ସହ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମରେ ନିୟମିତ ଭାବେ ରେଳ ଟ୍ରାକରେ ପାଖରେ ଥିବା ଜନବସତିରେ ସଚେତନ କରା ଯାଉଛି । ଏହା ସତ୍ତ୍ୱେ ପଥର ଫିଙ୍ଗିବା କମ ହେଉନାହିଁ ।