/odishatv-khabar/media/post_attachments/uploadimage/library/16_9/16_9_0/IMAGE_1658053754.jpg)
Special story
ନିଲମ୍ବିତ ହେଲେ ଉତ୍କଳ ହସ୍ପିଟାଲ CEO ଆଲୋକ ଲୋଧ । ମହଙ୍ଗା ପଡିଲା ନିଯୁକ୍ତି କ୍ଷେତ୍ରରେ ଅଣ ଓଡ଼ିଆଙ୍କୁ ଅଗ୍ରାଧିକାର । କିଛି ଦିନ ତଳେ ଉତ୍କଳ ହସ୍ପିଟାଲରେ ଓପିଡି ମ୍ୟାନେଜର ନିଯୁକ୍ତି କ୍ଷେତ୍ରରେ ଅଣ ଓଡିଆ କେବଳ ଚାକିରି ପାଇଁ ଆବେଦନ କରିପାରିବେ ବୋଲି ବିଜ୍ଞାପନ ଦେଇଥିଲେ ସେ । ଉତ୍କଳ ହସ୍ପିଟାଲର ଓପିଡି ମ୍ୟାନେଜର ପାଇଁ କେବଳ ଅଣଓଡ଼ିଆ ପ୍ରାର୍ଥୀ ଆବେଦନ କରିପାରିବେ ବୋଲି ସେ ବିଜ୍ଞାପନ ଦେଇଥିଲେ । ଅଣଓଡ଼ିଆ ଆବେଦନକାରୀଙ୍କୁ ହିଁ ନିଯୁକ୍ତି ମିଳିବ ବୋଲି ସ୍ପଷ୍ଟ କରିଥିଲେ । ଏହାକୁ ସୋସିଆଲ ମିଡିଆରେ ଚାରିଆଡ଼ୁ ବିରୋଧ କରାଯାଇଥିଲା । ଅନେକ ସାମ୍ବାଦିକ, ସମାଜସେବୀ, ବୁଦ୍ଧିଜୀବୀ ଏହାକୁ ନିନ୍ଦା କରିଥିଲେ।
ଶେଷରେ ଉତ୍କଳ ହସ୍ପିଟାଲର ମ୍ୟାନେଜମେଣ୍ଟ ପକ୍ଷରୁ CEOଙ୍କୁ ସସପେଣ୍ଡ କରାଯାଇଛି । ଏଥିସହ ହସ୍ପିଟାଲ ପକ୍ଷରୁ କୁହାଯାଇଛି ୯୯ ପ୍ରତିଶତ ଓଡ଼ିଆଙ୍କୁ ହିଁ ଏଠାରେ ନିଯୁକ୍ତି ଦିଆଯାଇଛି । ଆଲୋକ ଯେଉଁ ବିଜ୍ଞାପନ ଦେଇଥିଲେ, ସେ ତାଙ୍କର ବ୍ୟକ୍ତିଗତ ଥିଲା ।
ଏପଟେ ଆଲୋକ ଲୋଧ ମଧ୍ୟ ସୋସିଆଲ ମିଡିଆରେ ସମସ୍ତଙ୍କୁ ଏନେଇ କ୍ଷମାପ୍ରାର୍ଥନା କରିଛନ୍ତି । କାହା ମନରେ ଆଘାତ ଦେବା ତାଙ୍କର ଲକ୍ଷ୍ୟ ନଥିଲା ବୋଲି ସେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଭୁଲବଶତଃ ବିଜ୍ଞାପନରେ ଆବେଦନକାରୀ ପ୍ରାର୍ଥୀ ଓଡ଼ିଶା ବାହାରର ଲେଖାଯାଇଥିଲା ବୋଲି ସେ କହିଛନ୍ତି । ଏହାସହ ସେ ଲେଖିଛନ୍ତି ହସ୍ପିଟାଲରେ ୭୦୦ କର୍ମଚାରୀଙ୍କ ମଧ୍ୟରୁ ୯୮ ପ୍ରତିଶତ କର୍ମଚାରୀ ଓଡ଼ିଶାର । ଅସାବଧାନତା ଯୋଗୁଁ ଏପରି ପୋଷ୍ଟ ହୋଇଥିବା ସେ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)