ଦୁଇ ଆଙ୍ଗୁଠିରେ UPSC ଟପ୍ପର

ସାରିକା... UPSC ୨୦୨୩ରେ କୃତକାର୍ଯ୍ୟ ହୋଇଥିବା ନାଁଟିଏ । ଘର କେରଳରେ । ୯୨୨ ରାଙ୍କ ପାଇଥିବା ସାରିକାଙ୍କ ସଂଘର୍ଷ ପଛର କାହାଣୀ ଜାଣିବା ପରେ ଆପଣ ବି ତାଙ୍କୁ ସାଲ୍ୟୁଟ୍ କରିବେ । ସାରିକାଙ୍କ ଏ ସଫଳତା ପଛରେ ଦୁଃଖର କାହାଣୀଟିଏ ଯୋଡା ହୋଇଛି ।

UPSC ଟପ୍ପର

ସାରିକା ମସ୍ତିଷ୍କ ପାଲସି ବା ସେରେବ୍ରାଲ ପାଲସି ନାମକ ଏକ ରୋଗରେ ପୀଡିତ ଅଛନ୍ତି । ଯେଉଁଥିରେ ବ୍ୟକ୍ତିର ମାନସିକ କ୍ଷମତା ପ୍ରତିକୂଳ ଭାବେ ପ୍ରଭାବିତ ହୋଇଥାଏ । ଏହା ସହ ସେ ଚଲାବୁଲା କରିବାର କ୍ଷମତା ହରାଏ । ଏହି ରୋଗରେ ଗୋଟିଏ ଗୋଟିଏ ଅଙ୍ଗ ଦୁର୍ବଳ ହୋଇପଡେ ।

ଠିକ୍ ସେମିତି କିଛି ଦୁସ୍ଥିତିରେ ଅଛନ୍ତି ସାରିକା । ୨୩ ବର୍ଷ ବୟସ୍କା ଏହି ଯୁବତୀଙ୍କ ଡାହାଣ ହାତ ସମ୍ପୂର୍ଣ୍ଣ ରୂପେ କାମ କରୁନାହିଁ । ବାମ ହାତର କେବଳ ତିନୋଟି ଆଙ୍ଗୁଠି ଅକାମୀ । ସେ ଅବଶିଷ୍ଟ ଦୁଇ ଆଙ୍ଗୁଠି ବ୍ୟବହାର କରି ଏକ ମୋଟର ଚାଳିତ ହୁଇଲ ଚେୟାର ବ୍ୟବହାର କରି ବୁଲନ୍ତି, ପାଠ ପଢନ୍ତି । ଆଉ ଏଇ ଦୁଇ ଆଙ୍ଗୁଠିରେ ତାଙ୍କୁ ମିଳିଛି ସବୁଠାରୁ ବଡ଼ ସଫଳତା ।

ଅଧିକ ପଢ଼ନ୍ତୁ: ସଂଘର୍ଷର ଜିତାପଟ; କନଷ୍ଟେବଳରୁ UPSC ରାଙ୍କ ନଂ ୭୮୦...

ସାରିକାଙ୍କ ଏହି ସଫଳତା କେବଳ ନିଜ ପାଇଁ ନୁହେଁ ଅନ୍ୟମାନଙ୍କ ପାଇଁ ପାଲଟିଛି ପ୍ରେରଣା । ତାଙ୍କର ଏହି ଦୃଢ଼ ଇଚ୍ଛାଶକ୍ତି ଆଣିଦେଇଛି ଏତେବଡ଼ ସଫଳତା । କେରଳର ଏହି ସୁନା ଝିଅ ସମସ୍ତଙ୍କ ପାଇଁ ପାଲଟିଛନ୍ତି ଉଦାହରଣ ।