/odishatv-khabar/media/post_attachments/uploadimage/library/16_9/16_9_0/IMAGE_1755953560.jpg)
Mysterious Animal
କାମାକ୍ଷାନଗର ନିକଟବର୍ତ୍ତୀ ଭାଲୁମୁଣ୍ଡା ଗାଁରେ ଅଜଣା ଜନ୍ତୁ ଆତଙ୍କ । ଭୟଭୀତ ଗ୍ରାମବାସୀ । ସୂଚନା ଅନୁସାରେ କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ ଅଧୀନରେ ଥିବା କାମାକ୍ଷାନଗର ସହରଠାରୁ ମାତ୍ର ୪ କିଲୋମିଟର ଦୂରରେ ଥିବା ଭାଲୁମୁଣ୍ଡା ଗ୍ରାମରେ ଅଜଣା ଜନ୍ତୁ ଚଳପ୍ରଚଳ କରୁଥିବା ଦେଖିବାକୁ ମିଳିଛି । ଅଜଣା ଜନ୍ତୁଟି ଦୁଇ, ତିନି ଦିନ ଧରି ଗାଁ ଭିତରେ ବୁଲୁଥିବା ଦେଖିବାକୁ ମିଳିଥିବା ବେଳେ ଜନ୍ତୁକୁ ନେଇ ଗାଁରେ ଭୟର ବାତାବରଣ ଦେଖାଦେଇଛି ।
ଲୋକଙ୍କ କହିବା ଅନୁଯାୟୀ ଗତ ଦୁଇ, ତିନି ଦିନ ଧରି ଅଜଣା ଜନ୍ତୁଟି ଗାଁ ଭିତରକୁ ପଶି ଆସିଥିବା ବେଳେ କିଛି ଗ୍ରାମବାସୀ ଏହାର ଭିଡିଓ ଏବଂ ଫଟୋ ଉଠାଇଥିଲେ । ତେବେ ଜନ୍ତୁଟି କଲରାପତରିଆ ବାଘ କିମ୍ବା ଅନ୍ୟ କୌଣସି ବାଘ ପ୍ରଜାତିର ଜୀବ ଭଳି ଦେଖାଯାଉଥିବା ବେଳେ ଜନ୍ତୁକୁ ଦେଖି ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । କିପରି ଜନ୍ତୁଟିକୁ ଚିହ୍ନଟ କରି ଅନ୍ୟତ୍ର ସ୍ଥାନାନ୍ତର କରାଯାଇପାରିବ, ସେ ନେଇ ଗ୍ରାମବାସୀ ଦାବି କରିଛନ୍ତି । ଏ ସଂପର୍କରେ ବନବିଭାଗ ସହିତ ଯୋଗାଯୋଗ କରାଯାଇଥିବାବେଳେ ସେମାନେ ଏ କଥାକୁ ଅସ୍ବୀକାର କରିବା ସହ ସେହିଭଳି ଜନ୍ତୁ ଆମ ଅଞ୍ଚଳରେ ନଥିବା କଥା କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)