Union Minister
ଚିଲିକା ମଝିରେ ୨ ଘଣ୍ଟା ଫସିଲେ କେନ୍ଦ୍ରମନ୍ତ୍ରୀ । କେନ୍ଦ୍ର ମତ୍ସ୍ୟମନ୍ତ୍ରୀ ପୁରୁଷୋତ୍ତମ ରୁପାଲା ଚିଲିକାରେ ୨ ଘଣ୍ଟା ଧରି ଫସିରହିଥିଲେ ବୋଲି ସୂଚନା ମିଳିଛି। ବରକୂଳରୁ ସାତପଡ଼ା ଅଭିମୁଖେ ଯାଉଥିବା ବେଳେ ଚିଲିକା ମଝିରେ କେନ୍ଦ୍ରମନ୍ତ୍ରୀ ଫସିଛନ୍ତି। କେନ୍ଦ୍ର ମତ୍ସ୍ୟମନ୍ତ୍ରୀ ପୁରୁଷୋତ୍ତମ ରୁପାଲା ଅରଖକୁଦାରେ ସାଗର ପରିକ୍ରମା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ। କିନ୍ତୁ ଚିଲିକା ମଝିରେ ୨ ଘଣ୍ଟା ଧରି ଫସିରହିଥିଲେ। ଫସିବାର ୨ ଘଣ୍ଟା ମଧ୍ୟରେ ୨ଟି ଡଙ୍ଗା ଯାଇ କେନ୍ଦ୍ରମନ୍ତ୍ରୀଙ୍କୁ ଉଦ୍ଧାର କରିଥିଲା। କେନ୍ଦ୍ରମନ୍ତ୍ରୀ ପୁରୁଷୋତ୍ତମ ରୁପାଲାଙ୍କ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ମଧ୍ୟ ସେହି ଡଙ୍ଗାରେ ଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1704644178.jpg)