Advertisment

ଛିଣ୍ଡୁନି ଛତ୍ରବଜାର ଅର୍ବାନ ହାଟର ପିଣ୍ଡି ବିବାଦ, ଉଦଘାଟନର ୬ ମାସ ପରେ ବି ରାସ୍ତା କଡ଼ରେ ବ୍ୟବସାୟୀ

ଥମୁନି ଛତ୍ରବଜାର ପିଣ୍ଡି ବିବାଦ । ଖାଲି ପଡ଼ିଛି ପିଣ୍ଡି, ରାସ୍ତାରେ ବ୍ୟବସାୟୀ । ଛତ୍ରବଜାର ପିଣ୍ଡି ବଣ୍ଟନ ନେଇ ଏବେ ବି ଅନିଶ୍ଚିତତା ଲାଗି ରହିଛି।

Chhatra Bazar

Chhatra Bazar

Advertisment

କଟକ ଛତ୍ରବଜାର ଅର୍ବାନ ହାଟ ଉଦଘାଟନକୁ ଛଅମାସ ପୁରିଲାଣି। ହେଲେ ପିଣ୍ଡି ବିବାଦ ଏବେ ମଧ୍ୟ ଥମିନାହିଁ। ଯେତିକି ପିଣ୍ଡି ଅଛି ତାହା ପର୍ଯ୍ୟାପ୍ତ ହେଉ ନ ଥିବାରୁ ରାସ୍ତା କଡ଼ରେ ଚାଲିଛି ପରିବା ବେପାର। ପିଣ୍ଡିରେ ବସିବାକୁ ନେଇ ବ୍ୟବସାୟୀଙ୍କ ମଧ୍ୟରେ ଦେଖା ଦେଇଛି ଅସନ୍ତୋଷ।

Advertisment

ଥମୁନି ଛତ୍ରବଜାର ପିଣ୍ଡି ବିବାଦ । ଖାଲି ପଡ଼ିଛି ପିଣ୍ଡି, ରାସ୍ତାରେ ବ୍ୟବସାୟୀ । ଛତ୍ରବଜାର ପିଣ୍ଡି ବଣ୍ଟନ ନେଇ ଏବେ ବି ଅନିଶ୍ଚିତତା ଲାଗି ରହିଛି। ମୋଟ ୪୫୮ ଟି ପିଣ୍ଡି ପାଇଁ ବ୍ୟବସାୟୀଙ୍କୁ ଟୋକନ ବଣ୍ଟା ଯାଇଛି। ହେଲେ ଟୋକନ ପାଇଥିବା କିଛି ବ୍ୟବସାୟୀ ପିଣ୍ଡିରେ ନ ବସି ବାହାର ପାର୍କିଂରେ ବସୁଥିବା ଅଭିଯୋଗ ହୋଇଛି। ଏଣୁ ଯେଉଁ ପିଣ୍ଡି ଗୁଡିକ ପାର୍କିଂ ଠାରୁ ଦୂରରେ ରହିଛି, ସେମାନଙ୍କ ବ୍ୟବସାୟ ଠପ୍ ହୋଇପଡିଥିବା ଅଭିଯୋଗ କରିଛନ୍ତି ବ୍ୟବସାୟୀ। ଗ୍ରାହକ ହାଟ ଭିତରକୁ ନ ପଶି ବାହାରୁ ପରିବା କିଣି ଚାଲିଯାଉଥିବା ଅଭିଯୋଗ ହୋଇଛି ।

ପିଣ୍ଡି ବିବାଦ ଭିତରେ ବାହାରେ ବସୁଥିବା ବ୍ୟବସାୟୀ ମାଲାମାଲ ହେଉଥିବା ବେଳେ ପିଣ୍ଡିରେ ବସୁଥିବା ବ୍ୟବସାୟୀ ଖାଲି ହାତରେ ବସୁଛନ୍ତି । ସେହିପରି ହାଟରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିବା ଅଭିଯୋଗ ହୋଇଛି । ବ୍ୟବସାୟୀଙ୍କ ଠାରୁ ୟୁଜର୍ସ ଫି ଆଦାୟ ନେଇ ମଧ୍ୟ ଉଠିଛି ପ୍ରଶ୍ନ । ସିଏମସି ସମସ୍ୟାର ଅନୁଧ୍ୟାନ କରି ସମାଧାନ କରିବାକୁ ଦାବି କରିଛନ୍ତି ବ୍ୟବସାୟୀ ସଂଘ ସଂପାଦକ। ଅନ୍ୟପଟେ ଖୁବଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି କଟକ ମେୟର । ଆଗକୁ ଅର୍ବାନ ହାଟ କେବେ ବ୍ୟବସ୍ଥିତ ହେଉଛି, ତାହା ଦେଖିବାକୁ ବାକି ରହିଲା।

Advertisment

Chhatra Bazar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ