• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ବସ, ଟ୍ରକ ଭଳି ଭାରିଯାନ ଚଳାଉଛନ୍ତି ଏହି ଦୁଇ ଭଉଣୀ

  • ମହିଳାଙ୍କୁ ସ୍ବାବଲମ୍ବୀ କରିବା ଦିଗରେ ଉଦାହରଣ ସାଜିଛନ୍ତି ଦୁଇ ଭଉଣୀ

ଯାଜପୁର: ଆଜିର ମହିଳା କାହାଠାରୁ କୌଣସି ଗୁଣରେ କମ୍ ନୁହେଁ । ସରକାର ବି ନାରୀ ସଶକ୍ତିକରଣ ପାଇଁ ଅନେକ ଯୋଜନା କରିଛନ୍ତି, ଯାହା ମହିଳାଙ୍କୁ ସ୍ବାବଲମ୍ବୀ କରାଇପାରୁଛି । ଏସବୁ ସର୍ତ୍ତ୍ୱେ ମଧ୍ୟ କଥା ଯେତେବେଳେ ଶାରିରୀକ ଶକ୍ତିର ଆସେ, ଆଜିବି ଆମ ସମାଜ ସେପରି କାମ ପାଇଁ ପୁରୁଷଙ୍କୁ ଉପସ୍ଥିତି ଖୋଜେ । କିନ୍ତୁ ଏବେ ସେ କ୍ଷେତ୍ରରେ ମହିଳା ନିଜକୁ ପ୍ରତିପାଦିତ କରାଇବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ଏହି ଦୁଇ ଭଉଣୀ ।

ପୁରୁଷଙ୍କ ଠାରୁ ମହିଳା କୌଣସି ଗୁଣରେ କମ୍ ନୁହନ୍ତି ।କେବଳ ଇଚ୍ଛା ଶକ୍ତି ଓ ଯଥେଷ୍ଟ ପ୍ରୋତ୍ସାହନ ପାଇଲେ ମହିଳାମାନେ ଯେ ସ୍ବାବଲମ୍ବୀ ହୋଇପାରିବେ, ସେଥିରେ କୌଣସି ଦ୍ୱନ୍ଦ୍ୱ ନାହିଁ । ଏପରି କିଛି କରିଦେଖାଇଛନ୍ତି ଯାଜପୁର ବଡଚଣା ବ୍ଲକ ଅନ୍ତର୍ଗତ ଦୁଇ ଭଉଣୀ ସୁପ୍ରଭା ଜେନା ଓ ଶୁଭଦର୍ଶିନୀ ଜେନା । ପରିବାରର ଆର୍ଥିକ ଦୁରବସ୍ଥା ପାଇଁ ସେମାନେ କୌଣସି ଧନ୍ଦାମୂଳକ ଶିକ୍ଷା ଗ୍ରହଣ କରିପାରିନଥିଲେ । ବହୁକଷ୍ଟରେ ସ୍ନାତକ ଶେଷ କରିବା ପରେ ସେମାନେ ଜୀବନ ବଞ୍ଚିବାର ରାହା ଖୋଜିବା ଆରମ୍ଭ କରିଥିଲେ । ତେବେ ସେମାନଙ୍କ ଭାଗ୍ୟ ବଦଳିଛି , ଆଉ ସେମାନେ ଅନ୍ୟମାନଙ୍କ ପାଇଁ ଉଦାହରଣ ମଧ୍ୟ ସାଜିଛନ୍ତି ।

ଦୁଇ ଭଉଣୀ ସୁପ୍ରଭା ଓ ଶୁଭଦର୍ଶିନୀଙ୍କ ପାରଦର୍ଶିତା ଉପରେ କେହିବି ପ୍ରଶ୍ନଟିଏ କରିପାରିବେ ନାହିଁ । ସେମାନେ ବସ ଚଳାଉଥିବାର ଦୃଶ୍ୟ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି । କେବଳ ବସ ନୁହେଁ ବରଂ ଟ୍ରକ ଓ ଟ୍ରଲର ଭଳି ଭାରୀ ଯାନ ଚଳାଉଛନ୍ତି । ତେବେ ଏହି ଦୁଇ ଭଉଣୀ ସମାଜର ପ୍ରତ୍ୟେକ ଝିଅ ଓ ମହିଳାଙ୍କ କ୍ଷେତ୍ରରେ ସାହାସ, ସାମର୍ଥ୍ୟ ଓ ପାରଦର୍ଶିତା ଦିଗରେ ଉଦାହରଣ ପାଲଟିଛନ୍ତି ।

ଆମ ଦେଶରେ ପ୍ରତିଦିନ ହଜାର ହଜାର ଦୁର୍ଘଟଣା ଘଟି ବହୁ ଜୀବନ ଯାଉଛି । ଯାହାର ମୁଖ୍ୟ କାରଣ ହେଉଛି ତ୍ରୁଟିପୂର୍ଣ୍ଣ ଗାଡ଼ିଚାଳନା । ଏହାକୁ ଏଡ଼ାଇବା ଓ ପ୍ରଶିକ୍ଷିତ ଚାଳକ ତିଆରି କରିବା ଉଦ୍ଦେଶ୍ୟରେ ଏକ ଘରୋଇ କମ୍ପାନୀ ସହଭାଗିତାରେ ରାଜ୍ୟ ସରକାର ଯାଜପୁର ଛତିଆରେ ଆରମ୍ଭ କରିଛନ୍ତି ଏକ ତାଲିମକେନ୍ଦ୍ର । ୨୦୧୩ରୁ ଆରମ୍ଭ ହୋଇଥିବା ଏହି ତାଲିମକେନ୍ଦ୍ର ରାଜ୍ୟର ବେକାର ଛାତ୍ରଛାତ୍ରୀ ମାନଙ୍କୁ ଭାରିଯାନ ଚଳାଇବା ତାଲିମ ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇ ଦେଉଛି । ଯାହା ଆଗକୁ ସେମାନଙ୍କ ପାଇଁ ନିଯୁକ୍ତିର ସୁଯୋଗ ସୃଷ୍ଟି କରୁଛି । ଏଠାରେ ମହିଳାଙ୍କ ପାଇଁ ହଷ୍ଟେଲର ସୁବିଧା କରାଯାଇଛି । ମହିଳାଙ୍କୁ ତାଲିମ୍ ଦେବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ତେଣୁ ମହିଳାମାନେ ଘରେ ନ ବସି ସୁପ୍ରଭା ଏବଂ ଶୁଭଦର୍ଶିନୀଙ୍କ ଭଳି ଆସି ମାଗଣାରେ ତାଲିମ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି ତାଲିମ କେନ୍ଦ୍ରର ଅଧ୍ୟକ୍ଷ ସାଦିକ୍ ହୁସେନ ସୟଦ । ମାସେ ଧରି ଚାଲୁଥିବା ଏହି ପ୍ରଶିକ୍ଷଣରେ ଉଭୟ ଥିଓରି ଓ ପ୍ରାକ୍ଟିକାଲ ବିଷୟରେ ତାଲିମ ଦିଆଯାଉଛି ଏବଂ ତାଲିମ ଶେଷ ପରେ ସରକାରଙ୍କ ପକ୍ଷରୁ ମାଗଣା ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ଯୋଗାଇ ଦିଆଯାଉଛି ।