Advertisment

କାହିଁକି ଏତେ ନିଷ୍ଠୁର ହେଲେ ଭଗବାନ ! ଚିକିତ୍ସା କରୁ କରୁ ଝିଅକୁ ଚିହ୍ନିଲେ, ହେଲେ ବଞ୍ଚାଇ ପାରିଲେନି...

ସମସ୍ତ ପ୍ରଚେଷ୍ଟା ସତ୍ତ୍ୱେ ଡାକ୍ତର ଓ ନର୍ସ ଉଭୟ ଶିଶୁ କନ୍ୟାଙ୍କ ଜୀବନ ବଞ୍ଚାଇ ପାରିନଥିଲେ। ଶେଷରେ ଡାକ୍ତର ଶିଶୁ ଦ୍ୱୟଙ୍କୁ ମୃତ ଘୋଷଣା କରିଥିଲେ।

ଅଦ୍ୟତନ ହୋଇଛି
Sonepur Drowning Death

Two Minor Girl Drowns To Death In Subernapur

Advertisment

‘ବାରମ୍ବାର ଭଗବାନଙ୍କୁ ହାତଯୋଡ଼ି ନେହୁରା ହେଉଥିଲେ l କହୁଥିଲେ- ହେ ଭଗବାନ, ଏତେ ନିଷ୍ଠୁର ହୁଅନି। ମୋ ଡାକ ଶୁଣ। ମୋ ଛୁଆ ଦୁଇଟିକୁ ଭଲ କରିଦିଅ।’ ହେଲେ ବିଧିର ବିଧାନ ଥିଲା କିଛି ଅଲଗା। ଆଖି ସାମ୍ନାରେ ଜଣେ ମା’ର କୋଳ ଖାଲି ହୋଇଗଲା। ଦୁନିଆ କ’ଣ ଭଲ ଭାବେ ଜାଣିନଥିବା ଦୁଇ ନିଷ୍ପାପ କୁନିଝିଅ ବହୁ ଦୂରକୁ ଚାଲିଗଲେ। ଏମିତି ଏକ ଦୁଃଖଦ ଘଟଣା ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ଘଟିଛି।

Advertisment

ଅଧିକ ପଢ଼ନ୍ତୁ: ଏ ମଣିଷ କେତେ ନିଷ୍ଠୁର ! ବୟସ ଅଧିକ ହେଲା ବୋଲି ବୃଦ୍ଧାଙ୍କୁ ରାସ୍ତା କଡ଼ରେ ଫିଙ୍ଗିଦେଲା, ଦେଖନ୍ତୁ ଭିଡିଓ..

ଆଖି ସାମ୍ନାରେ ନିଜ ପିଲା କଷ୍ଟ ପାଉଥିବା ଦୃଶ୍ୟ କୌଣସି ବାପାମା’ ଦେଖିପାରିବେନି। ନିଜକୁ ଯେତେ କଷ୍ଟ ହେଉ ନା କାହିଁକି ବାପାମା’ ସବୁବେଳେ ପିଲାଙ୍କ ଭଲ ଚାହାଁନ୍ତି। ଏପରିକି ଦେହରେ ଧୂଳି ଟିକେ ମଧ୍ୟ ଲଗାଇ ଦିଅନ୍ତି ନାହିଁ। ଏଭଳି ସ୍ଥିତିରେ ଯଦି ବାପାମା ସେମାନଙ୍କ ଆଖି ସାମ୍ନାରେ ପିଲାଙ୍କ ମୃତ୍ୟୁ ଦେଖିବେ ତା’ହେଲେ ଭାବନ୍ତୁ ସେମାନଙ୍କର ସ୍ଥିତି କ’ଣ ହେବ। ପାଦ ତଳୁ ମାଟି ଖସିଲା ଭଳି ଲାଗିବ। ଆଉ ଏମିତି କିଛି ଘଟିଛି ଜଣେ ନର୍ସ ଦିଦିଙ୍କ ସହ। 

Advertisment

ସବୁଦିନ ଭଳି ମଙ୍ଗଳବାର ମଧ୍ୟ ଅଳକା ନିତ୍ୟକର୍ମ ସାରି ଡାକ୍ତରଖାନା ପହଞ୍ଚି ଯାଇଥିଲେ l କାରଣ ତାଙ୍କ ପାଇଁ ରୋଗୀ ସେବା ହିଁ ଭଗବାନଙ୍କ ସେବା। ଡାକ୍ତରଖାନରେ ଡ୍ୟୁଟି ଚାଲିଥିଲା l ହଠାତ୍‌ ଖବର ଆସିଲା, ଦୁଇ ଗୁରୁତର ଶିଶୁକୁ ଡାକ୍ତରଖାନାକୁ ଅଣାଯାଉଛି l ଏଣୁ ସେ ଶିଶୁଙ୍କ ଚିକିତ୍ସା ପାଇଁ ପ୍ରସ୍ତୁତ ହୋଇଯାଇଥିଲେ। ଦୁଇ ଗୁରୁତର ଶିଶୁ ଡାକ୍ତରଖାନା ପହଞ୍ଚିବା ପରେ ତାଙ୍କୁ ବେଡ୍‌ରେ ଶୁଆଇ ଦିଆଯାଇଥିଲା l ଆଉ ନର୍ସ ଅଳକା ଦିଦି ବି ଶିଶୁଙ୍କୁ ଚିକିତ୍ସା ପାଇଁ ବେଡ୍ ପାଖକୁ ଦୌଡ଼ି ଯାଇଥିଲେ। ହେଲେ ୨ ଗୁରୁତର ଶିଶୁଙ୍କୁ ଦେଖିଲା ପରେ ପାଦ ତଳୁ ତାଙ୍କର ମାଟି ଖସି ଯାଇଥିଲା।

କାରଣ ସେ ଜାଣନଥିଲେ ଯାହାଙ୍କ ଚିକିତ୍ସା ପାଇଁ ସେ ଦୌଡ଼ି ଆସିଥିଲେ ସେମାନଙ୍କ ମଧ୍ୟରୁ ଜଣେ ତାଙ୍କର ବର୍ଷକର ଝିଅ ସିଦ୍ଧିଶ୍ରୀ ଓ ଅନ୍ୟ ଜଣେ ତାଙ୍କ ବଡଭାଇଙ୍କ ଦୁଇ ବର୍ଷର ଝିଅ ଦିଶା। ହସ୍ପିଟାଲ ବେଡ୍‌ରେ ନିଜ ଛୁଆକୁ ଦେଖି ବିଶ୍ୱାସ କରିପାରୁନଥିଲେ ଅଳକା। ବାରମ୍ବାର ଭଗବାନଙ୍କୁ ହାତଯୋଡ଼ି ‘ନେହୁରା ହେଉଥିଲେ l କହୁଥିଲ ହେ ଭଗବାନ, ଏତେ ନିଷ୍ଠୁର ହୁଅନି। ମୋ ଡାକ ଶୁଣ। ମୋ ଛୁଆ ଦୁଇଟିକୁ ଭଲ କରିଦିଅ।’

Advertisment

ହେଲେ ବିଧିର ବିଧାନ ଥିଲା କିଛି ଅଲଗା। ଡାକ୍ତର ଓ ନର୍ସଙ୍କ ସମସ୍ତ ପ୍ରଚେଷ୍ଟା ସତ୍ତ୍ୱେ ଉଭୟ ଶିଶୁ କନ୍ୟାଙ୍କୁ ବଞ୍ଚା ଯାଇ ପାରିନଥିଲା। ଶେଷରେ ଡାକ୍ତର ଶିଶୁ ଦ୍ୱୟଙ୍କୁ ମୃତ ଘୋଷଣା କରିଥିଲେ। ଆଖି ସାମ୍ନାରେ ଅଳକାଙ୍କ କୋଳ ଖାଲି ହୋଇଗଲା। ଦୁନିଆ କ’ଣ ଭଲ ଭାବେ ଜାଣିନଥିବା ଦୁଇ ନିଷ୍ପାପ କୁନିଝିଅ ବହୁ ଦୂରକୁ ଚାଲିଗଲେ ।

ମୃତ ଦୁଇ ଶିଶୁ କନ୍ୟା ହେଲେ- ବୀରମହାରାଜପୁରର ଅଳକା ମିଶ୍ରଙ୍କ ଏକମାତ୍ର ଝିଅ ସିଦ୍ଧିଶ୍ରୀ ଏବଂ ତାଙ୍କ ବଡ଼ଭାଇ ଶିକ୍ଷକ ଆଲୋକ ମିଶ୍ରଙ୍କ ଏକମାତ୍ର ଝିଅ ଦିଶା। ଗତକାଲି ସନ୍ଧ୍ୟାରେ ଖେଳୁ ଥିବାବେଳେ ଛୁଆ ଦ୍ୱୟ ଘର ପଛପଟ କୂଅରେ ପଡ଼ି ଯାଇଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ବୀରମହାରାଜ ଡାକ୍ତରଖାନାକୁ ଅଣାଯାଇଥିଲା। ଯେଉଁଠି ଷ୍ଟାଫ ନର୍ସ ଭାବେ ଅଳକା କାମ କରନ୍ତି। ଦୁଇ ଗେହ୍ଲା ଝିଅଙ୍କୁ ହରାଇବା ପରେ ମିଶ୍ର ପରିବାର ଓ ସାରା ସୁବର୍ଣ୍ଣପୁର ପାଇଁ ମଙ୍ଗଳବାର ସନ୍ଧ୍ୟା ଅଶୁଭ ମଙ୍ଗଳବାର ପାଲଟି ଯାଇଛି।

(ରିପୋର୍ଟ- ରବୀନ୍ଦ୍ର ହୋତା,ସୁବର୍ଣ୍ଣପୁର)

Drowning Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ