• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଅନାଥ ଝିଅର ଭାଇ ସାଜିଲେ ଦୁଇ ଯବାନ । ନିଜର ବୋଲି କେହି ନଥିବା ବେଳେ ନିଜର ସାଜିଲେ । ଅନାଥ ଝିଅର ବିବାହ କରାଇ ୨ ଯବାନ ଏବେ ପ୍ରଶଂସାର ପାତ୍ର ସାଜିଛନ୍ତି । ବାହାଘରର ସମସ୍ତ ଖର୍ଚ୍ଚ ବହନ କରିଛନ୍ତି । ପାଣିଗ୍ରହଣ ଓ ଭୋଜିଭାତ ଠାରୁ ଆରମ୍ଭ କରି କନ୍ୟା ବିଦା ଯାଏ ରହି ସବୁ କାମ କରିଛନ୍ତି । ଯାଜପୁର ବରୀ ବ୍ଲକ ରମ୍ପା ପଞ୍ଚାୟତ ଆନନ୍ଦପୁର ଗାଁରେ ଏପରି ଘଟଣା ଘଟିଛି ।

ଗାଁର ଜଣେ ଅନାଥ ଯୁବତୀଙ୍କର ବିବାହ ଠିକ୍ ହୋଇ ସାରିଥିଲା । ହେଲେ ଅର୍ଥାଭାବରୁ ବାହାଘର ହୋଇପାରୁ ନଥିଲା । ଏ କଥା ଜାଣିବା ପରେ ସେହି ଗାଁର ଏସ୍ଏସବି ଯବାନ ଚିରଞ୍ଜୀତ ବେହେରା ଓ ତାଙ୍କ ସହ ନେପାଳ ବର୍ଡରରେ ମୁତୟନ ଥିବା ବିଞ୍ଝାରପୁର ବ୍ଲକ ବାଳମୁକୁଳି ଗାଁର ସଂଗ୍ରାମ ନାୟକ ସେହି ଅନାଥ ଯୁବତୀଙ୍କ ବାହାଘର ଦାୟିତ୍ୱ ନେଇଥିଲେ । ନିଜ ଦରମା ଟଙ୍କାରେ ବାହାଘର କରାଇବା ଲାଗି ଆଗେଇ ଆସିଥିଲେ ।

ଆଉ ବାହାଘରର ଆୟୋଜନ କରିଥିଲେ । ପରେ ପରେ ଗାଁର ଅନ୍ୟ ଯୁବକମାନେ ସହଯୋଗ କରିଥିଲେ । ସମସ୍ତଙ୍କ ସହଯୋଗରେ ସଂପୃକ୍ତ ଯୁବତୀଙ୍କର ବିବାହ ୨୬ ତାରିଖରେ ଶେଷ ହୋଇଛି । ଏହାସହ ସମସ୍ତ ପର୍ବପର୍ବାଣୀରେ ଯୁବତୀଙ୍କ ଶାଶୂଘରେ ପହଞ୍ଚିବେ ବୋଲି ୨ ଯବାନ କଥା ଦେଇଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now