Advertisment

ପୁଲଓ୍ୱାମା ସହିଦଙ୍କୁ ନରେନ୍ଦ୍ରଙ୍କ ନିଆରା ଶ୍ରଦ୍ଧାଞ୍ଜଳି : ଦୁଇ ଦିନ ପାଇଁ ମାଗଣା ଅଟୋ ସେବା

ଏହି ମହାନ କାମକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି।

ଅଦ୍ୟତନ ହୋଇଛି
Tribute Pulwama Martyrs

Tribute Pulwama Martyrs

Advertisment

ଆନନ୍ଦପୁରରୁ : ୨୦୧୯ ଆଜି ପରି ସେଦିନ ବି ଥିଲା ଫେବ୍ରୁଆରି ୧୪। ପ୍ରାୟ ଅଢ଼େଇ ହଜାର ସିଆରପିଏଫ୍ ଯବାନ ଜମ୍ମୁରୁ ଯାଉଥିଲେ ଶ୍ରୀନଗର। ସମୟ ଅପରାହ୍ନ ପ୍ରାୟ ୩ଟା। ପୁଲଓ୍ୱାମା ଜିଲ୍ଲାର ଲେଥାପୁରା ନିକଟରେ ସିଆରପିଏଫ୍ ଯବାନଙ୍କୁ ଟାର୍ଗେଟ କରି ବର୍ବର ଜୈସ୍-ଏ-ମହମ୍ମଦ ଆତଙ୍କବାଦୀ ଘଟାଇଲା ଆତ୍ମଘାତୀ ବିସ୍ଫୋରଣ। ବିସ୍ଫୋରକ ଭର୍ତ୍ତି ଗାଡ଼ିକୁ ବ୍ଲାଷ୍ଟ୍ କରି ଉଡ଼ାଇ ଦେବାରୁ ସହିଦ ହୋଇ ଯାଇଥଥିଲଲେ ୪୦ ଯବାନ। ଏକା ଥରେ ନିଜର ୪୦ ବୀର ପୁଅଙ୍କୁ ହରାଇ ବୁକୁ ଫଟାଇ କାନ୍ଦିଥିଲା ସାରା ଭାରତ।

Advertisment

ସେହି ବୀର ସହିଦଙ୍କୁ ନିଆରା ଢଙ୍ଗରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଅଟୋ ଡ୍ରାଇଭର ନରେନ୍ଦ୍ର ଜେନା। ପୁଲଓ୍ୱାମାରେ ସହିଦ ହୋଇଥିବା ଯବାନଙ୍କ ସ୍ମୃତିରେ ଓ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ସ୍ବରୂପ ପ୍ରତିବର୍ଷ ଫେବ୍ରୁଆରି ୧୪ ଓ ୧୫ ତାରିଖ ଦୁଇ ଦିନ ଧରି ଲୋକଙ୍କୁ ମାଗଣାରେ ଅଟୋ ସେବା ଦିଅନ୍ତି ନରେନ୍ଦ୍ର। କେବଳ ଏତିକି ନୁହେଁ, ଭିନ୍ନକ୍ଷମଙ୍କ ପାଇଁ ନରେନ୍ଦ୍ରଙ୍କ ଅଟୋ ବର୍ଷ ସାରା ମାଗଣାରେ ଉପଲବ୍ଧ ସେମାନଙ୍କଠାରୁ ଟଙ୍କାଟିଏ ବି ନିଅନ୍ତି ନାହିଁ।  ଅଟୋରେ ପୁଲଓ୍ୱାମାର ସବୁ ସହିଦଙ୍କ ଫଟୋ ବି ଲଗାଇଛନ୍ତି ନରେନ୍ଦ୍ର।

କେନ୍ଦୁଝର ଆନନ୍ଦପୁରରେ ନରେନ୍ଦ୍ରଙ୍କର ଘର ଆନନ୍ଦପୁର। ବସଷ୍ଟାଣ୍ଡରୁ ଉପଖଣ୍ଡ ଡାକ୍ତରଖାନା ଯାଏ ଅଟୋ ଚଳାନ୍ତି। ଦୈନିକ ୪ ଶହ-୫ ଶହ ଟଙ୍କାର ରୋଜଗାରରେ ଚାରି ପ୍ରାଣୀ କୁଟୁମ୍ବ ଚଳେ। ଅନ୍ୟ କିଛି ରୋଜଗାର ନାହିଁ। ତା ସତ୍ତ୍ୱେ ପୁଲଓ୍ୱାମା ସହିଦଙ୍କ ବଳିଦାନକୁ ଯେପରି କେହି ଭୁଲି ନ ଯାଆନ୍ତି, ସେଥିପାଇଁ ପ୍ରତିବର୍ଷ ଫେବ୍ରୁଆରି ୧୪ ଓ ୧୫ ତାରିଖ ତାଙ୍କ ଅଟୋରେ ଯାତ୍ରାକୁ ୨୦୨୦ରୁ ମାଗଣା କରିଛନ୍ତି ନରେନ୍ଦ୍ର। ତାଙ୍କର ଏହି ମହାନ କାମକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି।  ଦେଶ ପାଇଁ ଜୀବନ ଦେଇ ଅମର ହୋଇଛନ୍ତି ପୁଲଓ୍ୱାମାର ସହିଦ। ସେମାନଙ୍କ ବଳିଦାନକୁ ଅଟୋ ଡ୍ରାଇଭର ନରେନ୍ଦ୍ର ଜେନା ଯେଉଁ ଢଙ୍ଗରେ ସମ୍ମାନ ଜଣାଇ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି, ତାହା ଯବାନଙ୍କ ସ୍ମୃତିକୁ ଆହୁରି ଉଜାଗର କରିଛି।

Advertisment

ରିପୋର୍ଟ: ଲୋକନାଥ ସିଂହ

Auto Driver Tribute To Pulwama Martyrs
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ