Advertisment

ଅଜବ ବିବାହ: ଯାଆଁଳା ଭଉଣୀଙ୍କୁ ମିଳିଗଲେ ଯାଆଁଳା ଭାଇ

ଯାଆଁଳା ଭଉଣୀଙ୍କ ଇଛା ପୂରଣ ହେଲା। ବିବାହକୁ ନେଇ ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ବାସ୍ତବ ହେଲା। ଗୋଟିଏ ଘରେ ବିବାହ କରିବାକୁ ଚାହୁଁଥିଲେ, ହେଲେ ମିଳିଗଲେ ଯାଆଁଳା ଭାଇ। ଖବର ଏବେ ଚର୍ଚ୍ଚାରେ…

ଅଦ୍ୟତନ ହୋଇଛି
Twin Sisters Marry Twin Brothers

Twin sisters married twin brothers in West Bengal

Advertisment

ଏ ଦୁନିଆରେ ଏପରି ଅନେକ ଜିନିଷ ଅଛି ଯାହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ହୋଇଥାଏ। ବର୍ତ୍ତମାନ ସେମିତି ଏକ ଖବର ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ଚକିତ କରୁଛି। ଦୁଇ ଯାଆଁଳା ଭଉଣୀ ଦୁଇ ଯାଆଁଳା ଭାଇଙ୍କୁ ବିବାହ କରୁଥିବାର ଦେଖାଯାଇଛି। ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏହାର ଫଟୋ ମଧ୍ୟ ଭାଇରାଲ୍‌ ହେବାରେ ଲାଗିଛି।

Advertisment

ପଶ୍ଚିମବଙ୍ଗର ବର୍ଦ୍ଧମାନ ଜିଲ୍ଲାରେ ଏହି ଅଦ୍ଭୁତ ଓ ଆକର୍ଷଣୀୟ ବିବାହ ଦେଖିବାକୁ ମିଳିଛି। ଏଠାରେ ଯାଆଁଳା ଭଉଣୀ ଅର୍ପିତା ଓ ପରମିତା ଯାଆଁଳା ଭାଇ ଲବ ପାକରେ ଓ କୁଶ ପାକରେଙ୍କୁ ବିବାହ କରିଛନ୍ତି। ଏହି ବିବାହ ଗୋଟିଏ ଦିନ, ସମାନ ମୁହୂର୍ତ୍ତ ଏବଂ ଗୋଟିଏ ମଣ୍ଡପରେ ହୋଇଛି। ଏହା ଇଣ୍ଟର୍‌ନେଟ୍‌ ଜଗତର ନେଟିଜେନ୍‌ମାନଙ୍କୁ ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟ କରିଦେଇଛି।

ବିବାହ ବେଳେ ଦୁହେଁ କହିଛନ୍ତି ଯେ, “ଦୁହେଁ ଏକାଠି ବଢିଥିଲେ। ସେଥିପାଇଁ ଆମେ ଚାହୁଁଥିଲୁ ଯେ ଆମେ ଗୋଟିଏ ଘରେ ବିବାହ କରିବୁ। ଯେତେବେଳେ ଆମେ ଏ କଥା ଆମ ବାପାମାଆଙ୍କୁ କହିଲୁ, ସେ ଆମ ପାଇଁ ଏମିତି ଏକ ଘର ଖୋଜିବା ଆରମ୍ଭ କଲେ, କିନ୍ତୁ ଏମିତି ଏକ ସଂଯୋଗ ହେଇଗଲା ଯାହା ଆମେ କେବେ ବି ଭାବି ନଥିଲୁ।”

Advertisment

ଅଧିକ ପଢ଼ନ୍ତୁ: ଏମିତି ପ୍ରେମ ଭାଗ୍ୟରେ ଥିଲେ ମିଳେ ! ଦିବ୍ୟାଙ୍ଗ ପ୍ରେମିକଙ୍କୁ ବିବାହ କଲେ ପ୍ରେମିକା

ରିପୋର୍ଟ ଅନୁଯାୟୀ, ସଂଯୋଗବଶତଃ ଅର୍ପିତା ଏବଂ ପରମିତାଙ୍କ ବିବାହ ପାଇଁ ଦୁଇ ଯାଆଁଳା ଭାଇ ମିଳିଗଲେ। ତେବେ ଏହା ଫିଲ୍ମର ଏକ ସିନ୍‌ ପରି ଲାଗୁଥିଲେ ମଧ୍ୟ ​​ବାସ୍ତବ ଜୀବନରେ ଏହା ସମ୍ଭବ ହୋଇଛି। ଏହି ଯାଆଁଳା ଭଉଣୀଙ୍କ ବାପାଙ୍କ ସନ୍ଧାନ କୁରମୁନ୍ ଗାଁରେ ଶେଷ ହୋଇଥିଲା। ଏଠାରେ ବି ଲବ ଓ ଏବଂ କୁଶଙ୍କ ବାପାମାଆ ସେମାନଙ୍କ ପିଲାମାନଙ୍କ ବିବାହ ପାଇଁ ଝିଅ ଖୋଜୁଥିଲେ।

Advertisment

ଏହା ପରେ, ଡିସେମ୍ବର ୫ର ଶୁଭ ସମୟ ଦେଖି ଚାରିଜଣ ଗୋଟିଏ ମଣ୍ଡପରେ ବିବାହ କରିଥିଲେ। ଲବ-କୁଶ ଗୋଟିଏ କମ୍ପାନୀରେ କାମ କରନ୍ତି। ବର୍ତ୍ତମାନ ଉଭୟ ଯାଆଁଳା ଭଉଣୀ ଏବଂ ଭାଇଙ୍କ ସମ୍ପର୍କୀୟମାନେ କହିଛନ୍ତି ଯେ ଭଗବାନଙ୍କ କୃପାରୁ ସେମାନେ ନିଜ ଇଚ୍ଛା ଅନୁସାରେ ଏପରି ପରିବାର ପାଇଲେ। ବର୍ତ୍ତମାନ ଏହାକୁ ଏକ ସଂଯୋଗ ବୋଲି କୁହାଯାଉ ବା ଈଶ୍ୱରଙ୍କ ଇଚ୍ଛା ଯାହା ହେଉ, ତାହା ଫିଲ୍ମ ଭଳି ଲାଗୁଥିଲେ ବି ଏହା ବାସ୍ତବ ଜୀବନରେ ସଂଭବ ହୋଇଛି।

ବିବାହ ପରେ ଏବେ ଉଭୟଙ୍କ ପରିବାର ବହୁତ ଖୁସି ଅଛନ୍ତି। ବିବାହ ଦିନ ଯାଆଁଳା ଭାଇ ଲବ ଓ କୁଶ ଏକା ଭଳି ନୀଳ ରଙ୍ଗର ଶେରୱାନି ପିନ୍ଧିଥିଲେ। ସେହିପରି ଉଭୟ ଭଉଣୀ ମଧ୍ୟ ଲାଲ ରଙ୍ଗର ଶାଢୀ ପିନ୍ଧିଥିଲେ ଏବଂ ଅଳଙ୍କାର ଠାରୁ ଆରମ୍ଭ କରି ଡ୍ରେସିଂ ଷ୍ଟାଇଲ୍ ପର୍ଯ୍ୟନ୍ତ ସବୁଥିରେ ଉଭୟ ଭଉଣୀ ପ୍ରାୟ ସମାନ ଦେଖାଯାଉଥିଲେ।

Marriage Ajab Gajab
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ