ରାଜଧାନୀରେ ହାତୀ ଆତଙ୍କ; ଗ୍ରୀଲ୍‌ ଫ୍ୟାକ୍ଟ୍ରିରେ ପଶିଲା, ପାଚେରି ଭାଙ୍ଗିଲା

ଗାଁ ଭିତରେ ହାତୀ ପଶିଥିବାରୁ ଭୟଭୀତ ଅବସ୍ଥାରେ ଅଛନ୍ତି ଗ୍ରାମବାସୀ। ସେହିପରି ୨ ଦିନ ତଳେ ମଳିପଡା ଗାଁରେ ପଶି ରାସ୍ତାରେ ଚାଲି ଚାଲି ଯାଇଥିଲା ହାତୀ ।

Elephant

ଭୁବନେଶ୍ୱର ଉପକଣ୍ଠ ମଳିପଡ଼ା ଅଞ୍ଚଳରେ ଦନ୍ତା ହାତୀର ଉତ୍ପାତ । କିଛି ଦିନ ହେଲା ମଳିପଡ଼ା, ଗୋଠପାଟଣା ଓ ଘଙ୍ଗାପାଟଣା ଗାଁରେ ପଶି ଉତ୍ପାତ କରୁଛି ଗୋଟିଏ ଦନ୍ତା ହାତୀ । ସୋମବାର ଭୋରରୁ ଦନ୍ତାଟି ଘଙ୍ଗାପାଟଣା ଗାଁ ଭିତରେ ପଶି ରାସ୍ତାରେ ଚାଲି ଚାଲି ଯାଉଥିବା ଦେଖିବାକୁ ମିଳିଥିଲା । ଏଥିସହିତ ଗାଁ ମୁଣ୍ଡରେ ଥିବା ଗ୍ରୀଲ ଫ୍ୟାକ୍ଟ୍ରିର ଗେଟ୍ ଭାଙ୍ଗି ଭିତରେ ପଶି ପାଚେରୀ ଭାଙ୍ଗି ପଳାଇ ଯାଇଥିଲା । ଏହି ସମୟର ଚିତ୍ର ସିସିଟିଭିରେ କଏଦ ହୋଇଛି ।

ଗାଁ ଭିତରେ ହାତୀ ପଶିଥିବାରୁ ଭୟଭୀତ ଅବସ୍ଥାରେ ଅଛନ୍ତି ଗ୍ରାମବାସୀ। ସେହିପରି ୨ ଦିନ ତଳେ ମଳିପଡା ଗାଁରେ ପଶି ରାସ୍ତାରେ ଚାଲି ଚାଲି ଯାଇଥିଲା । ଦନ୍ତାକୁ ଦେଖି ଗାଁ ଲୋକେ ଘଉଡାଇଥିଲେ। ଫଳରେ ଗୋଟିକିଆ ଦନ୍ତା ନିକଟସ୍ଥ ଜଙ୍ଗଲକୁ ପଳାଇଥିଲା । ଅନ୍ୟପଟେ ଏହି ଦନ୍ତା ହାତୀଟି ଆଜି ସକାଳୁ ସକାଳୁ ମୁଖ୍ୟ ରାସ୍ତା ପାର ହେଉଥିବା ଦେଖିବାକୁ ମିଳିଥିଲା।