Advertisment

ସଚ୍ଚା ପ୍ରେମର କାହାଣୀ : ପ୍ରେମିକାର ମୃତ୍ୟୁ ହେବା ଜାଣି ବି ବିବାହ କଲେ

କୁହାଯାଏ ପ୍ରେମ ହେଉଛି ଶକ୍ତି। ଏହା ସଚ୍ଚା ପ୍ରେମୀମାନଙ୍କୁ ଦେଖେଇଥାଏ ବାଟ। ଆଉ ଏହା ମଧ୍ୟ କୁହାଯାଏ ଯେ ସଚ୍ଚାପ୍ରେମ କେବେ ଶେଷ ହୁଏ ନାହିଁ। ସଚ୍ଚା ପ୍ରେମିକ କେବେ ବି ପ୍ରେମରେ ହାର ମାନେ ନାହିଁ। ତାକୁ ତା’ ଜୀବନସାଥୀ ମିଳୁ ବା ନ ମିଳୁ କୌଣସି ଫରକ ପଡେ ନାହିଁ। ପ୍ରେମ ତ ହୃଦୟ ଓ ଆତ୍ମାର ଏକ ବନ୍ଧନ। ଶରୀର କେବଳ ଯାହା ଏକ ମାଧ୍ୟମ। ଆମେ ଆଜି ଆପଣ ଏଭଳି ଏକ ପ୍ରେମୀ ଯୁଗଳଙ୍କ କାହାଣୀ କହିବୁ ଯାହାକୁ ପଢି ଆପଣ ଭାବନାର ରାଇଜକୁ ଚାଲିଯିବେ।

author-image
Pramod Behera
ଅଦ୍ୟତନ ହୋଇଛି
A man married his lover in ICU

A man married his lover in ICU

ଲଣ୍ଡନ : କୁହାଯାଏ ପ୍ରେମ ହେଉଛି ଶକ୍ତି। ଏହା ସଚ୍ଚା ପ୍ରେମୀମାନଙ୍କୁ ଦେଖେଇଥାଏ ବାଟ। ଆଉ ଏହା ମଧ୍ୟ କୁହାଯାଏ ଯେ ସଚ୍ଚାପ୍ରେମ କେବେ ଶେଷ ହୁଏ ନାହିଁ। ସଚ୍ଚା ପ୍ରେମିକ କେବେ ବି ପ୍ରେମରେ ହାର ମାନେ ନାହିଁ। ତାକୁ ତା’ ଜୀବନସାଥୀ ମିଳୁ ବା ନ ମିଳୁ କୌଣସି ଫରକ ପଡେ ନାହିଁ। ପ୍ରେମ ତ ହୃଦୟ ଓ ଆତ୍ମାର ଏକ ବନ୍ଧନ। ଶରୀର କେବଳ ଯାହା ଏକ ମାଧ୍ୟମ। ଆମେ ଆଜି ଆପଣଙ୍କୁ ଏଭଳି ଏକ ପ୍ରେମୀ ଯୁଗଳଙ୍କ କାହାଣୀ କହିବୁ ଯାହାକୁ ପଢି ଆପଣ ଭାବନାର ରାଇଜକୁ ଚାଲିଯିବେ।

Advertisment
A man married his lover in ICUପ୍ରେମିକାର ମୃତ୍ୟୁ ହେବା ଜାଣି ବି ବିବାହ କଲେ ଯୁବକ

ସୂଚନା ମୁତାବକ ଲଣ୍ଡନର ୩୪ ବର୍ଷୀୟ ଜିମ୍ ମ୍ୟାନେଜର୍ ଗ୍ରେଗ୍ ପିଟର୍ସ ଓ ୨୮ ବର୍ଷୀୟ ଏନା ଲେଗରଙ୍କ ମଧ୍ୟରେ ପ୍ରେମ ହୋଇଯାଇଥିଲେ। ଦୁହେଁ ଦୁହିଁଙ୍କୁ ଖୁବ ଭଲ ପାଉଥିଲେ। ସେମାନଙ୍କ ମଧ୍ୟରେ ପ୍ରେମ ଏମିତି ଥିଲା ଯେ ପରସ୍ପର ପ୍ରତି ଜୀବନ ଦେବା ନେଇ ମଧ୍ୟ ସେମାନେ ପ୍ରସ୍ତୁତ ଥିଲେ। ଉଭୟ ୧୮ ମାସ ପୂର୍ବରୁ ଭେଟିଥିଲେ। ସେମାନେ ଖୁବ୍ କମ ଦିନ ମଧ୍ୟରେ ନିକଟତର ହୋଇଯାଇଥିଲେ। ସେମାନେ ବିବାହ ନେଇ ମଧ୍ୟ ଯୋଜନା କରୁଥିଲେ। ଉଭୟଙ୍କ ଘର ଲୋକ ମଧ୍ୟ ଏଥିରେ ରାଜିଥିଲେ। କିନ୍ତୁ ହଠାତ ଏକ ଦୁଃଖଦ ଘଟଣା ସବୁ କିଛି ଓଲଟପାଲଟ କରିଦେଲା।

Advertisment

ଘଟଣାଟି ଏହିପରି ଯେ ଦିନେ କର୍ମକ୍ଷେତ୍ରରୁ ଫେରିବା ବେଳେ ଏନା ଲେଗରଙ୍କ କାର ଆଉ ଏକ ଯାନ ସହିତ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଏନାଙ୍କ ଶରୀରର ଅନେକ ଅଂଶ ଗଭୀରଭାବେ ଆଘାତପ୍ରାପ୍ତ ହୋଇଥିଲା। ତାଙ୍କୁ ଡାକ୍ତଖାନା ନିଆଯାଉଥିଲା। ତାଙ୍କ ସହ ପ୍ରେମିକ ଗ୍ରେଗ୍ ପିଟରଙ୍କ ସହ ତାଙ୍କ ପରିଜନ ଲୋକେ ମଧ୍ୟ ଉପସ୍ଥିତ ଥିଲେ। ସମସ୍ତେ ତାଙ୍କ ଆରୋଗ୍ୟ ନେଇ ପ୍ରାର୍ଥନା କରୁଥିଲେ। କିନ୍ତୁ ବିଧିର ବିଧାନ ଅଲଗା ଥିଲା।

ଡାକ୍ତର କହିଥିଲେ ଯେ ଏନାଙ୍କୁ ଆଇସିୟୁରେ ଭର୍ତ୍ତି କରିବାକୁ ହେବ। ତାଙ୍କ ଅବସ୍ଥା ଦିନକୁ ଦିନ ଖରାପ ହେବାକୁ ଯାଉଥିଲା। ଏନା କୋମାକୁ ପଳେଇଯାଇଥିଲେ। ଏହା ଜାଣିବା ପରେ କୋଉ ପ୍ରେମିକର ହୃଦୟ ବା ସମ୍ଭାଳି ହୋଇ ରହିଥାନ୍ତା! ଗ୍ରେଗ୍‌ ମଧ୍ୟ ଏହା ଜାଣିବା ପରେ ଦୁଃଖରେ ଭାଙ୍ଗିପଡିଥିଲେ। ସେ ଏନାଙ୍କୁ ହରେଇବାକୁ ଚାହୁଁ ନ ଥିଲେ। ସେ ତାଙ୍କୁ ନିଜ ପତ୍ନୀ ଭାବେ ଦେଖିବାକୁ ଇଛା କରିଥିଲେ। ସେ ଚାହୁଁଥିଲେ ଏନା ସବୁବେଳେ ତାଙ୍କ ସ୍ମୃତିରେ ରୁହନ୍ତୁ ବୋଲି। ଏନେଇ ଏନାଙ୍କୁ ବିବାହ କରିବା ନେଇ ଗ୍ରେଗ୍ ଡାକ୍ତରଙ୍କୁ ପ୍ରାର୍ଥନା କରିଥିଲେ। କିନ୍ତୁ ଡାକ୍ତର ଏନେଇ ପ୍ରଥମେ ରାଜି ହୋଇ ନ ଥିଲେ।

A man married his lover in ICUପ୍ରେମିକାଙ୍କୁ ଆଇସିୟୁରେ ବିବାହ କଲେ ଯୁବକ

ଗ୍ରେଗ୍‌ଙ୍କ ପ୍ରେମ ଓ ମନୋଦଶାକୁ ଦେଖି ଶେଷରେ ଡାକ୍ତର ଗ୍ରେଗ୍‌ଙ୍କ ପ୍ରାର୍ଥନାକୁ ସ୍ୱୀକାର କରିଥିଲେ। ଅଚେତ ଅବସ୍ଥାରେ ଏନା ଯେତେବେଳେ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଥିଲେ ଠିକ୍ ସେହି ସମୟରେ ନିଜ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଆଇସିୟୁରେ ଗ୍ରେଗ୍ ଏନାଙ୍କୁ ମୁଦି ପିନ୍ଧେଇଥିଲେ ଓ ନିଜର ପତ୍ନୀ ଭାବେ ସ୍ୱୀକାର କରିଥିଲେ। ବିବାହର କିଛି ସମୟ ପରେ ଏନା ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ସେମାନଙ୍କ ପ୍ରେମ କାହାଣୀ ଅମର ହୋଇ ରହିଗଲା। ଯିଏ ବି ଏହି ଖବର ଶୁଣୁଛି ତା ଆଖି ଛଳ ଛଳ ହୋଇଯାଉଛି। ପରିବାର ସଦସ୍ୟଙ୍କ ସହମତୀରେ ଏନାଙ୍କର କିଛି ଅଙ୍ଗକୁ ଦାନରେ ଦିଆଯାଇଥିଲା। ଏହି କାରଣରୁ ୬ ଜଣ ବ୍ୟକ୍ତି ନୂଆ ଜୀବନ ପାଇଥିଲେ।

Special Story A Man Married His Lover In ICU
Advertisment
Advertisment