Advertisment

ମାଟି ତଳେ ସିନ୍ଦୁକର ସନ୍ଧାନ !

୨୫ ଫେବ୍ରୁଆରୀ ୨୦୧୧, ସିଂହଦ୍ୱାର ସମ୍ମୁଖ ଏମଆର ମଠରୁ ମିଳିଥିଲା ୫୨୨ ଖଣ୍ଡ ମୂଲ୍ୟବାନ ରୁପା ଇଟା, ଯାହାର ଆନୁମାନିକ ମୂଲ୍ୟ ସେତେବେଳେ ପ୍ରାୟ ୯୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଉଥିଲା। ମଠରୁ ଗୋଟିଏ ଇଟା ଚୋରି କରି ବିକ୍ରି ଉଦ୍ୟମ କରୁଥିବା ଏକ ଚୋରର ଚେର ଖୋଜୁ ଖୋଜୁ ଆସି ପହଞ୍ଚିଥିଲା ଏହି ଏମ୍‌ଆର ମଠରେ। ଯାହାକି ସେତେବେଳେ ହଇଚଇ ସୃଷ୍ଟି କରିଥିଲା।

ପୁରୀ ଏମଆର ମଠ

ପୁରୀ ଏମଆର ମଠ

Advertisment

ପୁରୀ: ଏମାର ମଠରେ ପୁଣି ମୂଲ୍ୟବାନ ସମ୍ପତ୍ତି ଖୋଜା। ବିତ୍ତଶାଳୀ ମଠରେ ଲୁଚିଛି କି ଆହୁରି ରୁପା ଇଟା? ସନ୍ଦେହ ମୋଚନ ଲାଗି ମେଟାଲ ଡିଟେକ୍ଟର ଦ୍ୱାରା ତନ୍ନ ତନ୍ନ ଯାଞ୍ଚ। ମଠର ମହନ୍ତ ରହୁଥିବା ବାସଗୃହ, ଠାକୁରଙ୍କ ଗାଦି ପାଖ ଘର ଓ ଅମୁହାଁ ଘର କୌଣସି ବି ସ୍ଥାନକୁ ଛଡ଼ାଯାଇନି। ଯଦିଓ ସିଧାସଳଖ କେଉଁଠୁ ସମ୍ପତ୍ତି ମିଳିନି, ହେଲେ ଠାକୁରଙ୍କ ସମ୍ମୁଖ ସ୍ଥଳ ଓ ପ୍ରବେଶ ଦ୍ୱାରରେ କିନ୍ତୁ ମେଟାଲ ଡିଟେର ସିଗ୍ନାଲ ଦେଖାଇଛି। ଫଳରେ କିଛି ସ୍ଥାନ ସ୍କାନରକୁ ଆସିଛି। ଏଥିସହ ମଠ ଭିତରେ ଥିବା ପୁରୁଣା ସିନ୍ଦୁକ, ଟ୍ରେଜେରୀ ଓ ଆଲମିରା ସବୁକୁ ବି ଭଲକରି ଯାଞ୍ଚ ହୋଇଛି।

Advertisment

ଯାଞ୍ଚବେଳେ ନିଜେ ମଠ ଦାୟିତ୍ୱରେ ଥିବା ମହନ୍ତ, ଜିଲ୍ଲା ପ୍ରଶାସନ ଓ ପୋଲିସ୍ ଅଧିକାରୀ, ଦେବୋତ୍ତର କମିଶନଙ୍କ ପ୍ରତିନିଧି, ଶ୍ରୀମନ୍ଦିର ପ୍ରଶାସନ ସଦସ୍ୟଙ୍କ ସହ ମଠ ଟ୍ରଷ୍ଟ ବୋର୍ଡ ସଦସ୍ୟ ବି ଉପସ୍ଥିତ ଥିଲେ। ତେବେ ମେଟାଲ ଡିଟେକ୍ଟର, ଚଟାଣରୁ କେବଳ ଦେଢ଼ରୁ ୨ଫୁଟ ଗଭୀର ପର୍ଯ୍ୟନ୍ତ ଧାତବ ପଦାର୍ଥ ଠାବ କରିବାର କ୍ଷମତା ରଖୁଥିବାରୁ, ଆଗକୁ ଅଧିକ କ୍ଷମତାସମ୍ପନ୍ନ ଡିଟେକ୍ଟର ଆଣିବାକୁ ଅନୁରୋଧ କରାଯିବ ବୋଲି କହିଛନ୍ତି ଟ୍ରଷ୍ଟ ବୋର୍ଡ ସଦସ୍ୟ। 

୨୫ ଫେବ୍ରୁଆରୀ ୨୦୧୧, ସିଂହଦ୍ୱାର ସମ୍ମୁଖ ଏମଆର ମଠରୁ ମିଳିଥିଲା ୫୨୨ ଖଣ୍ଡ ମୂଲ୍ୟବାନ ରୁପା ଇଟା, ଯାହାର ଆନୁମାନିକ ମୂଲ୍ୟ ସେତେବେଳେ ପ୍ରାୟ ୯୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଉଥିଲା। ମଠରୁ ଗୋଟିଏ ଇଟା ଚୋରି କରି ବିକ୍ରି ଉଦ୍ୟମ କରୁଥିବା ଏକ ଚୋରର ଚେର ଖୋଜୁ ଖୋଜୁ ଆସି ପହଞ୍ଚିଥିଲା ଏହି ଏମ୍‌ଆର ମଠରେ। ଯାହାକି ସେତେବେଳେ ହଇଚଇ ସୃଷ୍ଟି କରିଥିଲା। ଏହା ପରେ ୧୦ ଏପ୍ରିଲ ୨୦୨୧ ପୁଣି ସେହି ମଠରୁ ବାହାରିଲା ଆହୁରି ୪୫ ଖଣ୍ଡ ରୁପା ଇଟା। ମଠର ଗମ୍ଭୀରା ପରିସରରେ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ୪ ନମ୍ବର କୋଠରୀରୁ ମିଳିଥିଲା ଏହି ରୁପା ଇଟା। ସବୁ ରୁପା ଇଟା ଏବେ ପୁରୀ ଟ୍ରେଜେରୀରେ ରଖାଯାଇଛି।

Advertisment

ମଠରେ ଆହୁରି ସମ୍ପତ୍ତି ଲୁଚିଥିବା ନେଇ ନୂଆ ଟ୍ରଷ୍ଟ ବୋର୍ଡ ଅନୁଭବ କରିବା ପରେ ଏହାର ଅନୁସନ୍ଧାନ ପାଇଁ ଦେବୋତ୍ତର କମିଶନଙ୍କୁ ଅନୁରୋଧ କରାଯାଇଥିଲା। ଯାହାର ସନ୍ଧାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଟ୍ରଷ୍ଟ ବୋର୍ଡ ସଦସ୍ୟ ତଥା ଶ୍ରୀମନ୍ଦିର ସଂସ୍କୃତି ଗବେଷକ କହିଛନ୍ତି-ଏମଆର ମଠ ଏକ ବିତ୍ତଶାଳୀ ମଠ ଏମିତିକି ନଁଅଙ୍କ ଦୁର୍ଭିକ୍ଷ ସମୟରେ ଏହିଠାରୁ ହଜାର ହଜାର ଲୋକଙ୍କୁ ଖାଦ୍ୟ ଯୋଗାଇ ଦିଆଯାଇଥିବାର ଇତିହାସ ରହିଛି। ଦାନ ସୂତ୍ରରେ ମଠକୁ ଅନେକ ସମ୍ପତ୍ତି ମିଳିଥିବାରୁ ଏହାର ଆହୁରି କିଛି ଅଂଶ ମାଟି ତଳେ ପୋତାଯାଇ ଥାଇପାରେ। ଏବେ ସମସ୍ତଙ୍କ ଉତ୍କଣ୍ଠା, ଆଜି ଏମଆର ମଠରେ ମେଟାଲ ଡିଟେକ୍ଟର ସୂଚିତ କରିଥିବା ସ୍ଥାନରୁ ବାହାରୁଛି କି ପ୍ରକାର ମୂଲ୍ୟବାନ ସମ୍ପତ୍ତି, ମିଳୁଛି କି ଆଉ ରୁପା ଇଟା ? 

ରିପୋର୍ଟ: ସୋମନାଥ ଗୋଛିକାର, ପ୍ରଦୀପ ମହାନ୍ତି

Odisha Emar Matha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ