Road Safety
ସଡ଼କ ଦୁର୍ଘଟଣାର କାରଣ କଣ ? ଦୁର୍ଘଟଣାର ପ୍ରକୃତ ବୈଜ୍ଞାନିକ ସମ୍ମତ କାରଣ ବାହାର କରିବାକୁ ପୋଲିସ ଏବଂ ପରିବହନ ଅଧିକାରୀଙ୍କୁ ପ୍ରଶିକ୍ଷଣ ? କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟୁଛି, ଦୁର୍ଘଟଣାର କାରଣ, ରୋଡ ଇଂଜିନିୟରିଂ କଣ, ଏଥିଲାଗି କଣ ସବୁ ଭିତ୍ତିଭୂମି ପ୍ରସ୍ତୁତ ରହିବା ଆବଶ୍ୟକ । ଏସବୁକୁ ନେଇ ପ୍ରଶିକ୍ଷଣ ଦିଆଯାଇଛି । ଦୁର୍ଘଟଣାର ପ୍ରକୃତ କାରଣ ଜାଣି ପଦକ୍ଷେପ ନେଲେ ଦୁର୍ଘଟଣା ରୋକାଯାଇ ପାରିବ ବୋଲି ମତପ୍ରକାଶ ପାଇଛି ।
ରାଜ୍ୟରେ ସଡ଼କ ଦୁର୍ଘଟଣା ଚିନ୍ତା ବଢ଼ାଇଥିବା ବେଳେ ଦୁର୍ଘଟଣା ହ୍ରାସ କରିବା ଜରୁରୀ ହୋଇ ପଡିଛି । ପରିବହନ ଓ ପୋଲିସ ବିଭାଗ କର୍ମଚାରୀଙ୍କୁ ନେଇ ଏହି କାର୍ଯ୍ୟକ୍ରମରେ ପରିବହନ ମନ୍ତ୍ରୀ, ପରିବହନ ବିଭାଗ ପ୍ରମୁଖ ସଚିବ, ପୋଲିସ ଡିଜି ପ୍ରମୁଖ ଯୋଗ ଦେଇଥିଲେ । ୫୦ ଜଣ ପୋଲିସ କର୍ମଚାରୀଙ୍କ ସହ ୨୦ ଜଣ ପରିବହନ ଅଧିକାରୀ ମଧ୍ୟ ଯୋଗ ଦେଇଥିଲେ । ସଡ଼କ ସୁରକ୍ଷା ଦିଗରେ କାର୍ଯ୍ୟ କରୁଥିବା ମୁସକାନ ଫାଉଣ୍ଡେସନ୍ ପକ୍ଷରୁ ଏହି ପ୍ରଶିକ୍ଷଣ ଦିଆଯାଇଛି ।
ସୂଚନାଯୋଗ୍ୟ, ଆଜି ଭୁବନେଶ୍ୱର ପଳାଶୁଣୀ ବସ୍ଷ୍ଟାଣ୍ଡ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏଥିରେ ଜଣଙ୍କର ମୃତ୍ୟୁ ଘଟିଛି । ରାସ୍ତାପାର୍ ହେଉଥିବା ଜଣେ ବ୍ୟକ୍ତିଙ୍କୁ ବଞ୍ଚାଇବାକୁ ଯାଇ ଆଜି ସକାଳେ ଏହି ସିରିଜ ଦୁର୍ଘଟଣା ଘଟିଛି । ଦୁର୍ଘଟଣା ଯୋଗୁ ଟ୍ରାଫିକ ଜାମ୍ ହୋଇଥିବା ଦେଖିବାକୁ ମିଳିଛି। ଏକ ହାଇଓ୍ୱା ଏବଂ ଟ୍ରକ୍ ମଝିରେ ଏକ କାର୍ ଚାପି ହୋଇଯିବା ଫଳରେ ଜଣଙ୍କର ଜୀବନ ଚାଲି ଯାଇଛି। ଦୁର୍ଘଟଣା ପରେ ରାସ୍ତାଜାମ ଯୋଗୁ ରାସ୍ତାର ଉଭୟ ପାର୍ଶ୍ୱରେ କିଛି ସମୟ ପାଇଁ ଶହ ଶହ ଗାଡ଼ି ଅଟକି ରହିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1649077670.jpg)