Bus Accident
ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ମୁକୁନ୍ଦପୁର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବିଳମ୍ବିତ ରାତିରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ଜଣଙ୍କ ଶୋଚନୀୟ ମୃତ୍ୟୁ ହୋଇଛି । ମୁକୁନ୍ଦପୁର ପଞ୍ଚାୟତ ହାତିଖମ୍ବା ଗାଁ ନିକଟରେ ଭାରସାମ୍ୟ ହରାଇ ସାଇକୃପା ନାମକ ଘରୋଇ ବସ ଓଲଟି ପଡ଼ିଥିଲା । ଏହି ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ହେବା ସହ ୩୦ ରୁ ଅଧିକ ଆହତ ହୋଇଛନ୍ତି ।
ଆହତଙ୍କ ମଧ୍ୟରୁ ୧୪ ଜଣଙ୍କ ଅବସ୍ଥା ଗୁରତର ହୋଇଥିଲା । ସେମାନଙ୍କୁ ରାୟଗଡ଼ା ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁଣୁପୁର ଓ ମୁକୁନ୍ଦପୁର ମେଡ଼ିକାଲରେ ଅନ୍ୟମାନଙ୍କ ଚିକିତ୍ସା ଚାଲିଛି । ଗତକାଲି ରାତି ପ୍ରାୟ ୧୨ଟା ବେଳେ ଏହି ଦୁର୍ଘଟଣା ଘଟିଛି । ବସ୍ ଓଲଟି ପଡ଼ିବାର ଖବର ମିଳିବା ପରେ ତୁରନ୍ତ ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଘଯଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଦୁର୍ଘଟଣାଗ୍ରସ୍ତ ବସ୍ଟି ପାରଳାଖେମୁଣ୍ଡି ଠାରୁ ନବରଙ୍ଗପୁରର ଉମରକୋଟ ଯାଉଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1657072391.jpg)