ଭାରତ ବନ୍ଦ ବେଳେ ଗଡ଼ିବନି OSRTC ବସ୍‌

ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଆସନ୍ତାକାଲି ଦିଆଯାଇଛି ଭାରତ ବନ୍ଦ ଡାକରା । ସକାଳ ୬ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନ୍ଦ ପାଳନ ପାଇଁ ଦେଶବ୍ୟାପୀ ଆହ୍ୱାନ ଦେଇଛି କିଷାନ ମୋର୍ଚ୍ଚା ।

Bharat Bandh

News Summary

ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଆସନ୍ତାକାଲି ଦିଆଯାଇଛି ଭାରତ ବନ୍ଦ ଡାକରା ।

ସକାଳ ୬ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନ୍ଦ ।

ଭୁବନେଶ୍ୱର: ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ଆସନ୍ତାକାଲି ଦିଆଯାଇଛି ଭାରତ ବନ୍ଦ ଡାକରା । ସକାଳ ୬ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନ୍ଦ ପାଳନ ପାଇଁ ଦେଶବ୍ୟାପୀ ଆହ୍ୱାନ ଦେଇଛି କିଷାନ ମୋର୍ଚ୍ଚା । ଏହି ସମୟରେ ଲୋକମାନେ ଘରୁ ନବାହାରିବାକୁ ଆଜି ସୋନିପତରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପରାମର୍ଶ ଦେଇଛନ୍ତି ଚାଷୀ ନେତା ।

କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ହୋଇଥିବା ୩ କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ଏହି ବନ୍ଦ ଡାକରା ଦେଇଛି କୃଷକ ସଂଗଠନ । ଭାରତ ବନ୍ଦ ପାଳନ ସମୟରେ ସଡ଼କ ପରିବହନ, ରେଳ ପରିହବନ ସହ ସବୁ ସରକାରୀ ଓ ବେସରକାରୀ ସଂଗଠନ ବନ୍ଦ କରାଯିବ ବୋଲି କୁହାଯାଇଛି । ସେପଟେ ଆସନ୍ତାକାଲିର ଭାରତ ବନ୍ଦ ଡାକରାକୁ ଓଡ଼ିଶାରେ କଂଗ୍ରେସ ଓ ବାମଦଳ ସମେତ ବିଭିନ୍ନ ସଂଗଠନ ସମର୍ଥନ ଜଣାଇଛନ୍ତି ।

କୃଷି ଆଇନ ପ୍ରତ୍ୟାହାର, ଦରଦାମ ବୃଦ୍ଧି ନିୟନ୍ତ୍ରଣ ଭଳି ବିଭିନ୍ନ ଦାବିରେ ବନ୍ଦ ଡାକରାକୁ ସମର୍ଥନ ଦିଆଯାଇଛି । ତେବେ ବନ୍ଦପାଳନ ବେଳେ ସମସ୍ତ ଅତ୍ୟାବଶ୍ୟକ ସେବାକୁ ବାଦ୍ ଦିଆଯିବ । ଅନ୍ୟପଟେ ଓଡ଼ିଶାରେ ବିଜେଡି କିନ୍ତୁ ଭାରତ ବନ୍ଦକୁ ଖୋଲାଖୋଲି ସମର୍ଥନ ଜଣାଇନଥିଲେ ବି ତାଙ୍କ ଦଳ ସବୁବେଳେ ଚାଷୀଙ୍କ ସହିତ ଅଛି ବୋଲି କହିଛନ୍ତି ରାଜ୍ୟସଭା ସାଂସଦ ସୁବାସ ସିଂ । ଭାରତ ବନ୍ଦ ପାଇଁ ଆସନ୍ତାକାଲି ସକାଳ ୬ଟାରୁ ଅପରାହ୍ନ ୩ଟା ଯାଏଁ ଓଏସଆରଟିସି ବସ୍ ଚଳାଚଳ ବନ୍ଦ ରଖିବ ।