Advertisment

ଭିଆଇପି ରାସ୍ତାରେ ଆମ୍ବୁଲାନ୍ସ ଯିବା ମନା କି?

ଭିଆଇପି ଲାଇନରେ ଆମ୍ବୁଲାନ୍ସ କାହିଁକି ଆଣିଲ ବୋଲି ସଂପୃକ୍ତ ଅଣଓଡ଼ିଆ କର୍ମଚାରୀ ତାଙ୍କ ଯୁକ୍ତିତର୍କ କରିବା ସାଙ୍ଗକୁ ଆମ୍ବୁଲାନ୍ସକୁ ୭ରୁ ୮ମିନିଟ ଯାଏଁ ଅଟକାଇ ରଖିଥିବା ଡ୍ରାଇଭର ଅଭିଯୋଗ କରିଛନ୍ତି।

Aambulance

Aambulance

Advertisment

ପିପିଲି: ଗୁରୁତର ରୋଗୀଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସକୁ ଅଟକାଇଦେଲେ ପିପିଲି ଟୋଲ ଗେଟ୍ କର୍ମଚାରୀ। ଭିଆଇପି ଲେନରେ ଯାଉଥିବାରୁ ଆମ୍ବୁଲାନ୍ସକୁ ୭ରୁ ୮ ମିନିଟ ଅଟକାଇ ଡ୍ରାଇଭରଙ୍କ ସହ ଯୁକ୍ତିତର୍କ କଲେ ଦାୟିତ୍ୱରେ ଥିବା ଟୋଲଗେଟ୍  କର୍ମଚାରୀ। ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ପୁରୀ ଜିଲ୍ଲା ପିପିଲି ଟୋଲଗେଟ୍ କର୍ମଚାରୀଙ୍କ ବିରୋଧରେ। ଏ ନେଇ ଟୋଲଗେଟ୍ କର୍ତ୍ତୃପକ୍ଷଙ୍କ ବିରୋଧରେ ପିପିଲି ଥାନାରେ ଏତଲା ଦେଇଛନ୍ତି ସଂପୃକ୍ତ ଆମ୍ବୁଲାନ୍ସ ଡ୍ରାଇଭର।

Advertisment

ଅଭିଯୋଗ ଅନୁସାରେ ଦୁଇ ଦିନ ତଳେ ପିପିଲି ମେଡିକାଲରୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ରେଫର ହୋଇଥିଲେ ଜଣେ ଗୁରୁତର ରୋଗୀ। ପିପିଲି ଟୋଲଗେଟ୍ ନିକଟରେ ଅନ୍ୟସବୁ ଲାଇନ୍ ଭିଡ଼ ଥିବାରୁ ଆମ୍ବୁଲାନ୍ସ ଡ୍ରାଇଭର ଖାଲିଥିବା ଭିଆଇପି ଲେନରେ ଗାଡ଼ି ନେବାକୁ ଚେଷ୍ଟା କରିଥିଲେ। ତେବେ ଭିଆଇପି ଲାଇନରେ ଆମ୍ବୁଲାନ୍ସ କାହିଁକି ଆଣିଲ ବୋଲି ସଂପୃକ୍ତ ଅଣଓଡ଼ିଆ କର୍ମଚାରୀ ତାଙ୍କ ଯୁକ୍ତିତର୍କ କରିବା ସାଙ୍ଗକୁ ଆମ୍ବୁଲାନ୍ସକୁ ୭ରୁ ୮ମିନିଟ ଯାଏଁ ଅଟକାଇ ରଖିଥିବା ଡ୍ରାଇଭର ଅଭିଯୋଗ କରିଛନ୍ତି।

Aambulanceଟୋଲ୍‌ ଗେଟ୍‌ ନିକଟରେ ଅଟକି ରହିଥିବା ଆମ୍ସୁଲାନ୍ସ

ପରେ ରୋଗୀଙ୍କ ପରିବାର ଲୋକେ ଗୁହାରି କରିବାରୁ ଗାଡି ନେବାକୁ ଅନୁମତି ମିଳିଥିଲେ। ସେପଟେ ଆମ୍ବୁଲାନ୍ସ ପାଇଁ ଭିଆଇପି ଲେନ୍ ଥିବା ବେଳେ ଡ୍ରାଇଭର ଅନ୍ୟ ଲାଇନରେ ଗାଡ଼ି ଆଣିଥିବା କଥା ଟୋଲଗେଟ୍  କର୍ତ୍ତୃପକ୍ଷ କହିଛନ୍ତି। ତେବେ ଏ ନେଇ ପିପିଲି ଥାନା ଅଧିକାରୀ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।

Advertisment

ଏନେଇ ଆମ୍ବୁଲାନ୍ସ ଡ୍ରାଇଭର କହିଛନ୍ତି ଯେ ଅନ୍ୟ ଲେନ୍‌ରେ ଭିଡ଼ ଥିବାରୁ ଆମେ ଭିଆଇପି ଲେନ୍‌ରେ ଯାଇଥିଲୁ। କିନ୍ତୁ ସେଠାରେ ବୁମ୍‌ ଟେକାଯାଇଥିଲେ ବି ଆଗରେ ଲୁହାର ଚେୟାର ପଡ଼ିଥିଲା। ଚେୟାର କାଢିବା ପାଇଁ ଅଧିକାରୀଙ୍କୁ କହିଥିଲେ। କିନ୍ତୁ ଚେୟାର କାଢିବା ପାଇଁ ସେ ମନା କରିଥିଲେ। ଇଧର୍‌ ସେ ନେହି ଯାନା ହେ ବୋଲି ହିନ୍ଦୀରେ କହିଥିଲେ। ଭିଆଇପି ଲେନ୍‌ରେ ଯିବା ମନା ବୋଲି ସେ ରୋକ୍‌ଠୋକ୍‌ କହିଥିଲେ। ଆମେ ସେଠାରେ ପ୍ରାୟ ୧୦ ମିନିଟ୍‌ କାଳ ଠିଆ ହୋଇଥିଲୁ। ଦୀର୍ଘ ସମୟ ପରେ ସେ ଛାଡ଼ିଦେଇଥିଲେ। ଆମେ ଏହି ଘଟଣାର ଭିଡିଓ ମଧ୍ୟ ଉତ୍ତୋଳନ କରିଛୁ। ଏ ଅବସ୍ଥା ଜଣେ ଗୁରୁତର ରୋଗୀଙ୍କ ପାଇଁ ବିପଦ ଥିଲା।

Odisha News Ambulance
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ