Advertisment

ପଞ୍ଚାୟତ ନିର୍ବାଚନ ପାଇଁ ଆଜି ନାମାଙ୍କନର ଶେଷ ଦିନ

ସମର୍ଥକମାନେ ପ୍ରାର୍ଥିପତ୍ର ଦାଖଲ କେନ୍ଦ୍ରରେ ଅଯଥା ଭିଡ଼ କରୁଥିବା ଅଭିଯୋଗ ଆସିଥିଲା।

Panchayat Election

Panchayat Election

Advertisment

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପାଇଁ ଆଜି ନାମାଙ୍କନର ଶେଷ ଦିନ। ଆଜି ନାମାଙ୍କନ ଦାଖଲର ଶେଷ ଦିନ ହୋଇଥିବାରୁ ଅଧିକ ଭିଡ଼ ହେବା ଆଶା କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ। ଭିଡ଼ ନିୟନ୍ତ୍ରଣ ସହ ନାମାଙ୍କନ ବେଳେ କୋଭିଡ୍ ନିୟମ ଅନୁପାଳନର ତଦାରଖ ପାଇଁ ନିର୍ବାଚନ କମିଶନ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଗତ ୧୭ ତାରିଖରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଥିବା ବେଳେ ପ୍ରାର୍ଥୀଙ୍କ ସହ ସମର୍ଥକମାନେ ପ୍ରାର୍ଥିପତ୍ର ଦାଖଲ କେନ୍ଦ୍ରରେ ଅଯଥା ଭିଡ଼ କରୁଥିବା ଅଭିଯୋଗ ଆସିଥିଲା। ଏ ନେଇ ଇଲେକ୍ସନ ଗାଇଡଲାଇନ ପାଳନ ପ୍ରତି ଦୃଷ୍ଟି ଦେବାକୁ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ ଆୟୋଗ।

ଆଜି ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ଥିବା ବେଳେ ଆସନ୍ତାକାଲି ମନୋନୟନ ପତ୍ର ଯାଞ୍ଚ ହେବ। ୨୫ ପର୍ଯ୍ୟନ୍ତ ପ୍ରାର୍ଥୀ ଚାହିଁଲେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିପାରିବେ। ସେହିଦିନ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ଫେବୃଆରୀ ୧୬, ୧୮, ୨୦, ୨୨ ଓ ୨୪ ରେ ଭୋଟ୍ ହେବ।

Advertisment
EC Police DG Odisha Panchayat Election
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ