Advertisment

ବାହା ହେବେ ତିର୍ତ୍ତୋଲ ବିଧାୟକ, ନିଜ ପ୍ରେମିକାକୁ କରିବେ ଜୀବନ ସାଥୀ

ଉଭୟ ସବ୍ ରେଜିଷ୍ଟ୍ରାର ଅଫିସରେ ହାଜର ହେବେ ବୋଲି ସ୍ଥିର ହୋଇଥିବା ଉଭୟଙ୍କ ଓକିଲ ସୂଚନା ଦେଇଛନ୍ତି।

ଅଦ୍ୟତନ ହୋଇଛି
Tirtol MLA

Tirtol MLA

Advertisment

ବିବାହ ବନ୍ଧନରେ ବାନ୍ଧିହେବେ ତିର୍ତ୍ତୋଲର ଯୁବ ବିଧାୟକ ବିଜୟ ଶଙ୍କର ଦାସ। ତାଙ୍କ ପ୍ରେମିକା ତଥା ଜଗତସିଂହପୁର ପୌରାଞ୍ଚଳ ଦେଉଲି ଗ୍ରାମେଶ୍ୱରର ସୋମାଲିକା ଦାଶଙ୍କୁ ସେ ବିବାହ କରିବାକୁ ଯାଉଛନ୍ତି। ବିବାହ ପାଇଁ ଉଭୟ ଜଗତସିଂହପୁର ସବ୍ ରେଜିଷ୍ଟ୍ରାର ଅଫିସ୍‌ରେ ଆବେଦନ କରିଛନ୍ତି।

Advertisment

ଆବେଦନକୁ ଗ୍ରହଣ କରି ସବରେଜିଷ୍ଟ୍ରର୍ ୩୦ ଦିନର ସମୟ ଦେଇଛନ୍ତି। ପରେ ଉଭୟ ସବ୍ ରେଜିଷ୍ଟ୍ରାର ଅଫିସରେ ହାଜର ହେବେ ବୋଲି ସ୍ଥିର ହୋଇଥିବା ଉଭୟଙ୍କ ଓକିଲ ସୂଚନା ଦେଇଛନ୍ତି। ତେବେ ଉଭୟଙ୍କ ମଧ୍ୟରେ କୌଣସି ବିବାଦ ନାହିଁ। ସବୁକିଛି ସହମତି ଭିତ୍ତିରେ ହେଉଥିବା କହିଛନ୍ତି ଦୁଇ ପକ୍ଷଙ୍କ ଓକିଲ।

ବିବାହ ସଂପର୍କରେ ବିଜୟ ଶଙ୍କରଙ୍କୁ ପଚାରିବା ବେଳେ ସେ ତାଙ୍କ ମାଆଙ୍କ ଦେହ ଭଲ ନାହିଁ କହି ଚାଲିଯାଇଥିବା ବେଳେ ବିବାହ ପାଇଁ ଆବେଦନ ହୋଇଥିବା ତାଙ୍କ ଓକିଲ ସୂଚନା ଦେଇଛନ୍ତି।

Advertisment
Marriage Tirtol MLA
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ