Tiger
ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଉ ଏକ ବାଘ ଛୁଆର ମୃତ୍ୟୁ । ଏନେଇ ନନ୍ଦନକାନନ ସୂତ୍ରରୁ ଜଣାପଡ଼ିଛି । ବାଘୁଣୀ ରୁପା ଠାରୁ ଜନ୍ମ ନେଇଥିବା ବାଘଛୁଆର ମୃତ୍ୟୁ ହୋଇଛି । ୩ଟି ଛୁଆକୁ ଜନ୍ମ ପରେ ପାଖ ପୁରାଇ ଦେଉନଥିଲା ବାଘୁଣୀ ରୁପା । ପୂର୍ବରୁ ଗୋଟିଏ ଓ ଏବେ ଆଉ ଗୋଟେ ବାଘ ଛୁଆର ମୃତ୍ୟୁ ହୋଇଛି । ଏବେ ନନ୍ଦନକାନନରେ ୨୬ଟି ବାଘ ଥିବା ସୂଚନା ମିଳିଛି ।
ଏହା ପୂର୍ବରୁ ଗତ ମଙ୍ଗଳବାର ଦିନ ବାଘଛୁଆ ବିବେକର ମୃତ୍ୟୁ ଘଟିଥିଲା । ଗତ କିଛି ଦିନ ଗୋଡ଼ ହାଡ଼ରେ ସମସ୍ୟା ଥିବାରୁ ସେ ଛୋଟାଉଥିଲା । ଏଣୁ ନିଶ୍ଚେତକ ଦିଆଯାଇ ପ୍ରାଣୀ ଉଦ୍ୟାନରେ ଥିବା ଭେଟନାରୀରେ ଚିକିତ୍ସା କରାଯାଉଥିଲା । ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ଘଟିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Tiger_1649935919.jpg)