ନନ୍ଦନକାନନରେ ବାଘ ଛୁଆର ମୃତ୍ୟୁ

ନନ୍ଦନକାନନରେ ବାଘ ଛୁଆର ମୃତ୍ୟୁ । ବାଘୁଣୀ ରୂପା ଜନ୍ମ ଦେଇଥିବା ତିନିଟି ଶାବକଙ୍କ ମଧ୍ୟରୁ ଗୋଟିଏ ଛୁଆର ମୃତ୍ୟୁ । ମୃତ ଛୁଆଟି ଅଣ୍ଡିରା ଓ ଧଳା ବାଘ । ବାଘ ଛୁଆର ମୃତ୍ୟୁ କେମିତି ହେଲା କାରଣ ଜଣାପଡ଼ିନାହିଁ ।

Tiger death

News Summary

ନନ୍ଦନକାନନରେ ବାଘ ଛୁଆର ମୃତ୍ୟୁ

ନନ୍ଦନକାନନରେ ବାଘ ଛୁଆର ମୃତ୍ୟୁ। ବାଘୁଣୀ ରୂପା ଜନ୍ମ ଦେଇଥିବା ତିନିଟି ଶାବକଙ୍କ ମଧ୍ୟରୁ ଗୋଟିଏ ଛୁଆର ମୃତ୍ୟୁ ହୋଇଛି । ମୃତ ଛୁଆଟି ଅଣ୍ଡିରା ଓ ଧଳା ବାଘ ଥିଲା ତେବେ ବାଘ ଛୁଆର ମୃତ୍ୟୁ କେମିତି ହେଲା ତାହାର କାରଣ ଜଣାପଡ଼ିନାହିଁ ।

ତେବେ ଅନ୍ୟ ଦୁଇଟି ବାଘ ଛୁଆ ସୁସ୍ଥ ଥିବା ଜଣାପଡ଼ିଛି । ଗତ ୧୧ ତାରିଖରେ ବାଘୁଣୀ ରୂପା ତିନିଟି ଛୁଆ ଜନ୍ମ ଦେଇଥିଲା । ଛୁଆ ଜନ୍ମ ପରଠାରୁ ବାଘୁଣୀ ସେମାନଙ୍କୁ ପାଖରେ ପୁରାଇ ଦେଉନଥିଲା ଉଭୟ ମାଆ ଏବଂ ଛୁଆ ଗୁଡିକର ଗତିବିଧି ଉପରେ ସିସିଟିଭି ଦ୍ୱାରା ନଜର ରଖିଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ ।