ପ୍ରବଳ ଭିଡ଼, ଏଥର କାଶ୍ମୀରରେ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ ! ମନ ମୋହୁଛି ଡାଲ ଲେକ-ମୋଗଲ ଗାର୍ଡେନ୍‌

ଚଳିତ ବର୍ଷ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ କାଶ୍ମୀର ଗସ୍ତ କରିଛନ୍ତି । କୋଭିଡ୍ କଟକଣା ସତ୍ତ୍ୱେ ଅକ୍ଟୋବରରେ ୯୩ ହଜାର ଓ ନଭେମ୍ବର ମାସରେ ଏକ ଲକ୍ଷ ସାତ ହଜାର ପର୍ଯ୍ୟଟକ ଆସିଥିବା ସୂଚନା ମିଳିଛି ।

Kashmir

କାଶ୍ମୀରରେ ବଦଳୁଛି ସମୟ । କୋଭିଡ୍ କଟକଣା ସତ୍ତ୍ୱେ କାଶ୍ମୀରକୁ ଆସୁଛନ୍ତି ପର୍ଯ୍ୟଟକ । ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ ପାଇଁ ପର୍ଯ୍ୟଟକଙ୍କ ଭିଡ଼ ଲାଗିଛି । ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ଡାଲ ହ୍ରଦ ଆଉ ମୋଗଲ ଗାର୍ଡେନ ।

ଚଳିତ ବର୍ଷ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ କାଶ୍ମୀର ଗସ୍ତ କରିଛନ୍ତି । କୋଭିଡ୍ କଟକଣା ସତ୍ତ୍ୱେ ଅକ୍ଟୋବରରେ ୯୩ ହଜାର ଓ ନଭେମ୍ବର ମାସରେ ଏକ ଲକ୍ଷ ସାତ ହଜାର ପର୍ଯ୍ୟଟକ ଆସିଥିବା ସୂଚନା ମିଳିଛି । ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ କାଶ୍ମୀର ପର୍ଯ୍ୟଟନ ବିଭାଗ ପକ୍ଷରୁ ପର୍ବତାରୋହଣ ପରି ବିଭିନ୍ନ ଦୁଃସାହସିକ କ୍ରୀଡାର ମଧ୍ୟ ଆୟୋଜନ କରାଯାଇଛି ।

କାଶ୍ମୀରର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବ ପାଇଁ ପ୍ରତିବର୍ଷ ଅକ୍ଟୋବର ଓ ନଭେମ୍ବରରେ ଦେଶ ବିଦେଶରୁ ପର୍ଯ୍ୟଟକ ଆସିଥାନ୍ତି । ଚଳିତବର୍ଷ ପାଗ ଅନୁକୂଳ ଥିବାରୁ ଅନେକ ପର୍ଯ୍ୟଟକ କାଶ୍ମୀରରେ ପହଞ୍ଚିଛନ୍ତି ।

ଏକଦା ଆତଙ୍କବାଦୀଙ୍କ ଚରାଭୂଇଁ ପାଲଟି ଥିବା କାଶ୍ମୀରରେ ଏବେ ହଜାର ହଜାର ପର୍ଯ୍ୟଟକଙ୍କ ଭିଡ ଜମୁଛି । ଭାରତର ଭୂସ୍ୱର୍ଗ କୁହାଯାଉଥିବା କାଶ୍ମୀରରେ ଅନେକ ପ୍ରାକୃତିକ ଶୋଭରାଜି ରହିଛି । ପର୍ଯ୍ୟଟକମାନେ ପ୍ରସିଦ୍ଧ ଡାଲ ହ୍ରଦରେ ବୁଲିବା ସହ ମୋଗଲ ଗାର୍ଡେନରେ ଅନେକ ସମୟ କଟାଇଥାନ୍ତି । ବିଭିନ୍ନ ସ୍ଥାନର ଫଟୋ ଉଠାଇବା ମଧ୍ୟ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣ ରହିଛି । ଏଥସହ ପର୍ଯ୍ୟଟକମାନେ କାଶ୍ମୀରର ପାରମ୍ପରିକ ପୋଷାକରେ ଫଟୋ ଉଠାଇବାକୁ ଭୁଲି ନଥାନ୍ତି । ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ କାଶ୍ମୀର ପର୍ଯ୍ୟଟନ ବିଭାଗ ପକ୍ଷରୁ ପର୍ବତାରୋହଣ ପରି ବିଭିନ୍ନ ଦୁଃସାହସିକ କ୍ରୀଡାର ମଧ୍ୟ ଆୟୋଜନ କରାଯାଇଛି ।