Advertisment

ଏଠି ସକାଳୁ ରାତି ଯାଏଁ ଭିଡ଼, ଆଡ଼ ଆଖିରେ ବି ଚାହୁଁନି ପ୍ରଶାସନ..!

ଏଠି ରାତି ପାହିଲେ ହଜାର ହଜାର ଯାତ୍ରୀ, ଦୋକାନୀ, ଗ୍ରାହକ ଏବଂ ଗାଡିର ଭିଡ ହୁଏ । ଆଉ ପ୍ରତି ଦୋକାନ ବଜାର ଆଗରେ ଲାଗେ ଲୋକଙ୍କ ଭିଡ ।

ଅଦ୍ୟତନ ହୋଇଛି
Dengaosta Market

Dengaosta Market

Advertisment

ଗଞ୍ଜାମ ଦିଗପହଣ୍ଡି ଅଞ୍ଚଳର ଡେଙ୍ଗାଓସ୍ତା ମାର୍କେଟ । ଦିନ ଆରମ୍ଭରୁ ବିଳମ୍ବିତ ରାତି ଯାଏ ଅସମ୍ଭବ ଭିଡରେ ଅଣନିଶ୍ୱାସୀ ହେଉଛନ୍ତି ଲୋକେ । ଠେଲା ଦୋକାନୀ, ରାସ୍ତା କଡର ପାର୍କିଂ ସହ ପ୍ରତେକ ଦିନ ବ୍ରହ୍ମପୁରରୁ ଭାୟା ଦିଗପହଣ୍ଡି ଡେଙ୍ଗାଉସ୍ତା ଦେଇ ରାୟଗଡ଼ା, କୋରପୁଟ, ମାଲକାନଗିରି ଏବଂ ଜୟପୁରକୁ ଯାତାୟାତ କରୁଥିବା ଶହ ଶହ ବସ୍ ଓ ଯାତ୍ରୀଙ୍କ ପାଇଁ ପ୍ରତ୍ୟେକ ଦିନ ଭିଡ ବଢିବାରେ ଲାଗୁଛି ।

Advertisment

ଦିନେ କି ଦୁଇ ଦିନ ନୁହେଁ ଏହି ମାର୍କେଟ ହେଉଛି ବହୁ ପୁରାତନ। କୁହାଯାଏ ବ୍ରହ୍ମପୁର ପରେ ଏହି ଡେଙ୍ଗାଉସ୍ତା ମାର୍କେଟ ଉପରେ ଗଞ୍ଜାମ ଗଜପତି ସୀମା ସମେତ ଆଖ ପାଖ ଅଞ୍ଚଳର ବହୁ ଲୋକ ନିର୍ଭର କରନ୍ତି। ଏଠି ରାତି ପାହିଲେ ହଜାର ହଜାର ଯାତ୍ରୀ, ଦୋକାନୀ, ଗ୍ରାହକ ଏବଂ ଗାଡିର ଭିଡ ହୁଏ । ଆଉ ପ୍ରତି ଦୋକାନ ବଜାର ଆଗରେ ଲାଗେ ଲୋକଙ୍କ ଭିଡ ।

ଯାହା ଫଳରେ ଅନେକ ସମୟରେ ଦେଖା ଦିଏ ଟ୍ରାଫିକ ଜାମ୍। ଏମିତିକି ଆମ୍ବୁଲାନ୍ସ, ଅଗ୍ନିଶମ ଗାଡ଼ି ଏବଂ ପ୍ରଶାସନର ଗାଡ଼ି ମଧ୍ୟ ଅନେକ ସମୟରେ ଘଣ୍ଟା ଘଣ୍ଟା ଧରି ଫସି ରୁହେ । ଏନେଇ ବାରମ୍ବାର ସ୍ଥାନୀୟ ପ୍ରଶାସନକୁ ବଣିକ ସଂଘ ଆଭିଯୋଗ କରିଥିଲେ ମଧ୍ୟ ଯଥା ପୂର୍ବଂ ତଥା ପରଂ । 

Advertisment

ଅନ୍ୟପଟେ ଏହି ମାର୍କେଟ କମ୍ପ୍ଲେକ୍ସରେ ମନଇଛା ନିର୍ମାଣ ହୋଇଛି ଦୋକାନ ବଜାର । କିଏ ରାସ୍ତା ଉପରକୁ ମାଡ଼ି ଆସିଛି ତ କିଏ ରାସ୍ତା ଉପରକୁ ଛାଡୁଛନ୍ତି ଡ୍ରେନ ପାଣି । ଯେଉଁଠି ଦେଖିବେ କୁଢ଼ କୁଢ଼ ଅଳିଆ ଓ ଆବର୍ଜ୍ଜନା । ଯାତ୍ରୀଙ୍କ ପାଇଁ ନାହିଁ ଆବଶ୍ୟକୀୟ ପାନୀୟ ଜଳ ବ୍ୟବସ୍ଥା, ଶୌଚଳୟ କି ବିଶ୍ରାମଗାର । ପ୍ରତିଦିନ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଏନେଇ ବାରମ୍ବାର ସ୍ଥାନୀୟ ପ୍ରଶାସନ ପାଖରେ ଅନୁରୋଧ କଲେ ସୁଦ୍ଧା କୌଣସି ସୁଫଳ ମିଳୁନଥିବା କହିଛନ୍ତି ମାର୍କେଟ ବାସିନ୍ଦା । ସେପଟେ ବଣିକ ସଂଘ ନିଜ ଅର୍ଥରେ ଅଳିଆ ସଫା କରୁଥିଲେ ମଧ୍ୟ ଫୋପାଡ଼ିବା ପାଇଁ ସ୍ଥାନ ଦେଉନି ପ୍ରଶାସନ । ଯାହା ଫଳରେ ବ୍ରହ୍ମପୁର ରାୟଗଡା ଜାତୀୟ ରାଜପଥ ଡେଙ୍ଗାଉସ୍ତା ମୁଖ୍ୟ ରାସ୍ତା କଡ ରେ ପଡ଼ୁଛି କୁଢ଼ କୁଢ଼ ଅଳିଆ ଓ ଆବର୍ଜ୍ଜନା ।

Advertisment

Market
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ