/odishatv-khabar/media/post_attachments/uploadimage/library/16_9/16_9_0/Terracotta_1649420843.jpg)
Terracotta
ଟେରାକୋଟା କାମକରି ମହିଳାମାନେ ସ୍ୱାବଲମ୍ବୀ ହୋଇପାରିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ ଭରତପୁର ଗାଁର ୧୫ଜଣ ମହିଳା ଜିଲାଶିଳ୍ପ କେନ୍ଦ୍ରରୁ ତାଲିମ ନେଇ ଏବେ ପ୍ରସ୍ତୁତ କରୁଛନ୍ତି ଭଳିକି ଭଳି ଘରର ସାଜସଜ୍ଜା ଉପକରଣ । ଆଉ ସେହି ସବୁ ସାମଗ୍ରୀକୁ ଜିଲା ତଥା ଜିଲା ବାହାରେ ବିକ୍ରିକରି ବେଶ ଦିପଇସା ଭଲ ରୋଜଗାର କରିପାରୁଛନ୍ତି । ମହିଳା ମାନଙ୍କର ଏଭଳି କାର୍ଯ୍ୟ ସାଧାରଣରେ ପ୍ରଶଂସା ସାଉଁଟି ଥିବା ବେଳେ ଅନ୍ୟ ମହିଳାମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।
କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଭରତପୁର ଗାଁ । ଗାଁରେ ତିଆରି ଚାଲିଛି ଟେରାକୋଟା କାମ । କିଏ ମାଟି ଚୁନା କରୁଛି ତ ଆଉ କିଏ ମାଟିକୁ କାଦୁଅ କରୁଛି । ବନଦୂର୍ଗା ସ୍ଵୟଂ ସହାୟକ ଗୋଷ୍ଠିର ମହିଳାମାନେ ମହିଳା ମାନେ ନିଜର ଘରକାମ ସାରିବା ପରେ ବଳକା ସମୟରେ ଏକାଠି ହୋଇ ଟେରାକୋଟା କାମ କରୁଛନ୍ତି । ହାତୀ, ଘୋଡା, କଳସୀ, ଗଣେଶ, ଫୁଲଦାନୀ, ଦୀପ,ବୋଇତ, କଖାରୁ, ବାଇଗଣ,ଭେଣ୍ଡି, କଲରା ଆଦି କେତେ କଣ । ଆଉ ତା’ପରେ ଏସବୁ ସାମଗ୍ରୀକୁ ସୁଖାଇବା ସହ ନିଆଁରେ ପୋଡ଼ିବା ପରେ ରଙ୍ଗ ଦେଉଛନ୍ତି । ବାସ ପ୍ରସ୍ତୃତ ହୋଇଗଲା ଟେରାକୋଟା ।
ବନଦୂର୍ଗା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଏହି ଟେରାକୋଟାର ଘର ସାଜସଜ୍ଜା ସାମଗ୍ରୀ ତିଆରି କରିବା ପରେ ଏସବୁକୁ ଜିଲା ତଥା ଜିଲା ବାହାରେ ବିକ୍ରି କରିଥାନ୍ତି । ତେବେ ବତ୍ତମାନ ଟେରାକୋଟା ସାମଗ୍ରୀର ବେଶ ଚାହିଦା ଥିବାରୁ ଏହି ମହିଳା ମାନେ ବେଶ ଦୁଇ ପଇସା ରୋଜଗାର କରୁଛନ୍ତି । ଯେଉଁଥିରେ ପରିବାର ଚଳାଇବା ପାଇଁ ସାହାଯ୍ୟ ହେଉଛି । ସରକାରୀ ସହାୟତା ମିଳିଲେ ଆଗକୁ ନୂଆ କିଛି କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ବନଦୁର୍ଗା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ନିଜେ ସ୍ୱବଲମୀ ହେବା ସହ ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।
ଆଳି,ବନମାଳୀ ସାହୁ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)