electricity Problem
ସରକାରଙ୍କ ମାଳମାଳ ଯୋଜନା । ହେଲେ ଲାଭ ପାଉନି ପ୍ରକୃତ ହିତାଧିକାରୀ । ନାଁ ମିଳୁଛି ସରକାରୀ ସୁବିଧା... ନା ଅଛି ସହାୟତା । ସ୍ୱାଧୀନତାର ୭୬ ବର୍ଷ ପରେ ବି ଗାଁକୁ ନାହିଁ ବିଜୁଳି କି ମିଳୁନି ମୌଳିକ ସୁବିଧା ।
ଚାରିଆଡ଼େ ଜଙ୍ଗଲ । ଆଉ ଏହାରି ଭିତରେ ବସବାସ କରୁଛନ୍ତି ଆଦିବାସୀ ସମ୍ପ୍ରଦାୟ ଲୋକେ । ୪୦ ପରିବାରର ପ୍ରାୟ ୨ଶହ ଲୋକ ଏଠି ବସବାସ କରନ୍ତି । ହେଲେ ଏମାନଙ୍କ ପାଇଁ ନାହିଁ ସରକାରଙ୍କ କୌଣସି ସୁବିଧା । ପହଞ୍ଚିନି ସହାୟତା କି ଏମାନେ ଦେଖିନାହାନ୍ତି ବିଜୁଳି ଆଲୋକ । ଆମେ କହୁଛୁ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ସାଗରସାହିର କଥା । ଏହା ଗାଁର ଗ୍ରାମବାସୀ ଯେମତି ପାଲଟିଛନ୍ତି ସରକାରଙ୍କ ସାବତ ପୁଅ ।
ଗାଁକୁ ଯିବାକୁ ରାସ୍ତାନାହିଁ । କୌଣସି ବ୍ୟକ୍ତିଙ୍କ ଦେହ ଖରାପ ହେଲେ ଗାଁକୁ ଆମ୍ବୁଲାନ୍ସ ଆସିପାରୁନି । ଫଳରେ ହଇରାଣ ହେଉଛନ୍ତି ରୋଗୀ । ସେହିପରି ଅଙ୍ଗନବାଡ଼ିଟିଏ ନଥିବାରୁ କୁନିକୁନି ପିଲାଙ୍କ ଶିକ୍ଷା ଉପରେ ପଡ଼ୁଛି ପ୍ରଭାବ । ଗାଁରେ ବିଜୁଳି ନଥିବାରୁ ରାତି ହେଲେ ସାପ ଓ ବନ୍ୟଜନ୍ତୁର ଭୟ ରହୁଛି । ଆଉ ସରକାରଙ୍କ ପକ୍କା ଘର ଯୋଜନା କଥା କହିଲେ ନସରେ । ଯାହାକୁ ନେଇ ବେଶ୍ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାମବାସୀ ।
ସେପଟେ ବାରମ୍ବାର କହିବା ସତ୍ତ୍ୱେ ମୌଳିକ ସୁଭିଧାରୁ ବଞ୍ଚିତ ଥିବାରୁ ଆଗକୁ ଆନ୍ଦୋଳନ କରାଯିବ ବୋଲି ଲୋକମାନେ ଚେତାବନୀ ଦେଇଛନ୍ତି ।
(ଉଦଳାରୁ ରବୀନ୍ଦ୍ର ନାୟକଙ୍କ ରିପୋର୍ଟ, ଓଟିଭି)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1701438462.jpg)