Advertisment

ରାତିରେ ଜଣେ କେହି ସେଠାରେ ଲୁଚିକି ରହି ଏଭଳି କରିଛି: ମୁଖ୍ୟ ସଚିବ

ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ୩ ଦିନ ଆଗରୁ ରୋଷ ଘରେ ବିଭ୍ରାଟ କଥା ଜାଣିଥିଲେ।

Jagannath Chula Broken

Jagannath Chula Broken

Advertisment

ବଡ଼ ଦେଉଳର ରୋଷଘରେ ପଶି କାଳିଆ ଠାକୁରର ଚୁଲି ଭଙ୍ଗା ଯିବା ପରେ ଏ ପ୍ରଶ୍ନ ସବୁ ଜଗନ୍ନାଥପ୍ରେମୀଙ୍କର, ପ୍ରତି ଓଡ଼ିଆଙ୍କର। ଆଜି ଜଗାର ଚୁଲି ତାଡ଼ି ଦେବା ଭଳି ଦୁଃସାହସ ହେଲା, ଆଉ କାଲି। ଏ ଆଶଙ୍କା ବି ସମସ୍ତଙ୍କର ହେଲେ ଏତେବଡ଼ ଘଟଣାକୁ ୨୪ ଘଣ୍ଟା ପୂରି ଥିଲେ ବି, ଶ୍ରୀମନ୍ଦିରର ତିନି ଥାକିଆ ସୁରକ୍ଷା ବଳୟ ଭେଦି କିଏ ଚୁଲି ଭାଙ୍ଗିଲା, କାହିଁକି ଭାଙ୍ଗିଲା, ତାର ଉତ୍ତର ମିଳୁନି। ଅଘଟଣର ୨୪ ଘଣ୍ଚା ପରେ ଯାଇ ଶ୍ରୀମନ୍ଦିର ପ୍ରଶାସନ ଓ ସୁଆର ମହାସୁଆର ନିଯୋଗ ପକ୍ଷରୁ ଏତଲା ଦିଆଯିବା ପରେ ସିସିଟିଭି ଯାଞ୍ଚ ଆରମ୍ଭ ହୋଇଛି।

Advertisment

ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ, ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତଦନ୍ତ ଚାଲିଛି ସିସିଟିଭି କ୍ୟାମେରା ଯାଞ୍ଚ ହେଉଛିି। ସେହିପରି ଏସ୍‌ପି କହିଛନ୍ତି ଘଟଣାର ତଦନ୍ତ ପାଇଁ ୫ ଜଣିଆ ଟିମ୍ ଗଠିତ ହୋଇଛି। ଏଭଳି ସମ୍ବେଦଶୀଳ ଘଟଣାରେ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ହେଲେ ଯେଉଁ ସିସିଟିଭି ଆଧାରରେ ଯାଞ୍ଚ ଆଗକୁ ବଢୁଥିବା କଥା କୁହାଯାଉଛି, ମନ୍ଦିର ଭିତରେ ଥିବା ସେ ସିସିଟିଭି ମଧ୍ୟ ଅନେକ ଯାଗାରେ ଅଚଳ ଥିବା ଅଭିଯୋଗ ଉଠୁଛି। ସେହିପରି ସୁଆର, ମହାସୁଆର ନିଯୋଗର ମଧ୍ୟ ଅଭିଯୋଗ ରୋଷଶାଳାର ପ୍ରବେଶ ଓ ପ୍ରସ୍ଥାନ ପଥରେ ସିସିଟିଭି ଥିଲେ ଘଣ୍ଟାଏ ଭିତରେ ଦୋଷୀ ଧରାପଡ଼ିଥାନ୍ତେ।

ହେଲେ ଏଠି ପ୍ରଶ୍ନ ଉଠୁଛି କେହି ଅଜଣା ଦୁର୍ବୃତ୍ତ ଏ କାଣ୍ଡ କରିଛନ୍ତି ନା ୟା ପଛରେ ଆଉ କିଛି ଅଛି। ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଏଥିପାଇଁ ରୋଷଘର ବିଭ୍ରାଟକୁ ଇଙ୍ଗିତ କରିଛନ୍ତି। ଅଭିଯୋଗ କରିଛନ୍ତି- ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ୩ ଦିନ ଆଗରୁ ରୋଷ ଘରେ ବିଭ୍ରାଟ କଥା ଜାଣିଥିଲେ। ତା ସତ୍ତ୍ୱେ ଏଭଳି କାଣ୍ଡ ଲାଗି ସେ ଜିଲ୍ଲା ଓ ମନ୍ଦିର ପ୍ରଶାସନକୁ ଦାୟୀ କରିଛନ୍ତି।

Advertisment

ସେପଟେ ରୋଷଘରେ ଚୁଲି ଭଙ୍ଗା ଘଟଣା ଦୁଃଖଦାୟକ ବୋଲି ଟୁଇଟ୍ କରିବା ସହ ରାଜ୍ୟ ସରକାର ଓ ପ୍ରଶାସନ ଘଟଣାକୁ ଗୁରୁତ୍ୱର ସହ ନେବାକୁ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେହିପରି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ଟୁଇଟ୍ କରି ଏନେଇ କଡ଼ା ପ୍ରତିକ୍ରିୟା ରଖିଛନ୍ତି। ରୋଷଘରେ ପଶି ଚୁଲି ଭାଙ୍ଗିଥିବା ଦୁର୍ବୃତ୍ତଙ୍କୁ ଏ ଜାତି କେବେ ବି କ୍ଷମା ଦେବନି କିନ୍ତୁ ଏହାର ମାନେ ନୁହେଁ ଯେ ଦାୟିତ୍ୱରେ ଥିବା ବ୍ୟବସ୍ଥା ଚୁପ୍ ହୋଇ ବସିଯିବେ। ଏଭଳି କଳାପାହାଡ଼ ସଦୃଶ ଦୁର୍ବୃତ୍ତଙ୍କ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ହେବା ଉଚିତ ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ।

ସେପଟେ ଶ୍ରୀମନ୍ଦିରରେ ଅନୁଧ୍ୟାନ ପରେ ମୁଖ୍ୟ ସଚିବ ସୁରେଶ ମହାପାତ୍ର କହିଛନ୍ତି- ରାତିରେ ଲୁଚି ରହି କେହି ଜଣେ ଏଭଳି କରିଛି। ରୋଷ ଘର ନିକଟ ଅଗଣାକୁ ଯାଇ ସ୍ଥିତିର ଅନୁଧ୍ୟାନ କଲୁ। ଘଟଣା ସଂପର୍କରେ ଜେଟିପି ଷ୍ଟାଫ୍‌ଙ୍କୁ ପଚରାଉଚରା ଚାଲିଛି। ସିସିଟିଭିରୁ କିଛିଟା ସୁରାକ ମିଳିଛି ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ରାତିରେ ଜଣେ କେହି ସେଠାରେ ଲୁଚିକି ରହି ଏଭଳି କରିଛି। ଯାହା ଜଣାପଡୁଛି ଭାଙ୍ଗିବା ଭିତରେ କିଛି ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ନାହିଁ। ସେହିପରି ଡିଜିପି କହିଛନ୍ତି ତଦନ୍ତରେ ଜଣାପଡ଼ିବ ରୋଷ ଘର ଭାଙ୍ଗିବାର ଇଣ୍ଟେନସନ୍ କଣ ଥିଲା। 

Advertisment
Jagannath Temple Chula Broken
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ