/odishatv-khabar/media/post_attachments/uploadimage/library/16_9/16_9_0/IMAGE_1640004714.jpg)
The youngest woman entrepreneur to be awarded the national award
ନୂଆଦିଲ୍ଲୀ: ଯଦି ଜୀବନରେ କିଛି ହେବାକୁ ଇଚ୍ଛା ଅଛି, ତେବେ ଜଣକୁ ବି କେହି ଅଟକାଇ ପାରିବେ ନାହିଁ। ଏମିତି କରି ଦେଖେଇଛନ୍ତି ଜଣେ କମ ବୟସର ଝିଅ। ଏତେ କମ ବୟସରେ ମଧ୍ୟ ସେ ଏମିତି କାମ କରିଛନ୍ତି ଯାହାଙ୍କୁ ମିଳିଛି ରାଷ୍ଟ୍ରୀୟ ସମ୍ମାନ। ଏହି ସମ୍ମାନ ତାଙ୍କୁ ଆଜି ସାରାରେ ଦେଶରେ ପରିଚିତ କରେଇପାରିଛି।
ଆମେ ଆପଣଙ୍କୁ ଯାହାଙ୍କ କଥା କହୁଛୁ ସେ ହେଉଛନ୍ତି ହାଇଦ୍ରାବାଦରେ ରହୁଥିବା ଜ୍ୟୋତ୍ସନା ରେଡ୍ଡୀ। ଜ୍ୟୋତ୍ସନା ଏପରି ଏକ ନାମ, ଯିଏ କି ଅଳ୍ପ ବୟସରେ ଏକ ବଡ଼ ସ୍ଥାନ ହାସଲ କରିଛନ୍ତି। ନିକଟରେ ତାଙ୍କୁ ଜାତୀୟ ପୁରସ୍କାର 'ଚାମ୍ପିଅନ୍ସ ଅଫ୍ ଚେଞ୍ଜ୍' ପ୍ରଦାନ କରାଯାଇଛି।
ସାମାଜିକ କଲ୍ୟାଣ, ସଂସ୍କୃତି, ଶିକ୍ଷା, ସ୍ୱାସ୍ଥ୍ୟ ସେବା, ସ୍ୱଚ୍ଛ ଭାରତ ଅଭିଯାନ ଓ ଆକାଂକ୍ଷୀ ଜିଲ୍ଲାରେ ବିଶେଷ ଯୋଗଦାନ ଓ ଜାତୀୟ ଏକୀକରଣ ପାଇଁ ଜ୍ୟୋତ୍ସନା ରେଡ୍ଡୀଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ସେ ଏହି କ୍ଷେତ୍ରରେ ସର୍ବକନିଷ୍ଠ ପୁରସ୍କାର ବିଜେତା।
ମହିଳା ଓ ଶିଶୁମାନଙ୍କର ବିକାଶ ତଥା କଲ୍ୟାଣରେ ଉଲ୍ଲେଖନୀୟ ଅବଦାନ ରଖିଥିବା ଜ୍ୟୋତ୍ସନା କରୋନା ସମୟରେ ଜଣେ ପ୍ରଭାବଶାଳୀ ବ୍ୟବସାୟିକ ନେତା ଭାବରେ ଉଭା ହୋଇଛନ୍ତି। ସେ ମହିଳାମାନଙ୍କର ଉନ୍ନତି ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଛନ୍ତି। ତାଙ୍କ ନେତୃତ୍ୱରେ ସେ ନିଜ ସଂଗଠନରେ ଉତ୍ସାହ ସୃଷ୍ଟି କରିଛନ୍ତି। ନବସୃଜନ ଏବଂ ସଶକ୍ତିକରଣ ପ୍ରତି ଆଗ୍ରହୀ ଜ୍ୟୋତ୍ସନା ଭାରତୀୟ ସମାଜର ମହିଳାମାନଙ୍କ ପାଇଁ ଏକ ସକ୍ରିୟ ପରିବେଶ ସୃଷ୍ଟିକରିବାର ସଂକଳ୍ପ ସୃଷ୍ଟି କରିଛନ୍ତି।
ଜାତୀୟ ସମ୍ମାନରେ ସମ୍ମାନୀତ ହୋଇ ପ୍ରେରଣା ସାଜିଲେ ଜ୍ୟୋତ୍ସନାତାଙ୍କର ଯାତ୍ରା ଆରମ୍ଭ ବିଷୟରେ ସେ କହନ୍ତି ଯେ “ମୁଁ ସୌନ୍ଦର୍ଯ୍ୟ ଏବଂ ସ୍ୱଚ୍ଛତା କ୍ଷେତ୍ରରେ କାମ କରିବା ନେଇ କିଛି ଉତ୍ପାଦ ସୃଷ୍ଟି କରିଥିଲି ଯାହା ଗ୍ରାହକଙ୍କ ଅଭିଜ୍ଞତାକୁ ବୃଦ୍ଧିକରିବ ଏବଂ ପ୍ରତ୍ୟେକ ବିଭାଗରେ ଗୁଣବତ୍ତା ରହିବ। ଏହାଦ୍ୱାରା ସେମାନଙ୍କୁ ବଜାରର ବିକାଶ ଦିଗରେ ପ୍ରଭାବଶାଳୀ ଭାବେ ଅଣାଯାଇପାରି।
ତାଙ୍କ ସଫଳତା ବିଷୟରେ ଜ୍ୟୋତ୍ସନା ରେଡ୍ଡୀ କହିଛନ୍ତି ଯେ “ସଠିକ୍ ମାଧ୍ୟମ ଓ ସୁଯୋଗ ସହିତ ପରିବର୍ତ୍ତନ ଆରମ୍ଭ ହୋଇପାରିବ। ଆମ ଜୀବନରେ ସମାନତା ସୃଷ୍ଟି କରିବାରେ ସ୍ୱର ଏବଂ ପରିଚୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ମୁଁ ବହୁତ କମ ବୟସରେ ସଶକ୍ତିକରଣର ସଂକଳ୍ପ ବୁଝିଥିଲି।”
ଜାତୀୟ ସମ୍ମାନକୁ ନେଇ ସେ କୁହନ୍ତି ଯେ “ଏହି ସମ୍ମାନ ପାଇବା ମୋ ପାଇଁ ଗୌରବର ଓ ଗର୍ବର ବିଷୟ। ଏହି ପୁରସ୍କାର ମୋ ଜୀବନରେ ଏକ ବିଶେଷ ସ୍ଥାନ ବହନ କରିଥାଏ କାରଣ ଏହା ପରିବର୍ତ୍ତନର ଏକ ପ୍ରେରଣା, ଉତ୍ସାହ, ଭାବନାର ଏକ ପ୍ରମାଣ ଯାହା ଦୁନିଆରେ ରହିବା ନେଇ ଏକ ଉନ୍ନତ ସ୍ଥାନ ସୃଷ୍ଟିକରେ।”
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)