Advertisment

'ମହାପ୍ରଭୁ ଜଗନ୍ନାଥ ନିଜେ ନିଜକୁ ରକ୍ଷା କରିବାକୁ ଚେଷ୍ଟା କରୁଛନ୍ତି'

ନିର୍ମାଣରେ ସାଧାରଣ ଲୋକଙ୍କ ବିପୁଳ ଅର୍ଥ ଜବରଦସ୍ତ ଖର୍ଚ୍ଚ କରାଯାଇଛି।

undefined

Aparajita Sarangi

Advertisment

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ହାଇକୋର୍ଟରେ ASIର ସତ୍ୟପାଠ ପରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ASI ରିପୋର୍ଟରେ ଐତିହାସିକ କୀର୍ତ୍ତିରାଜିର ଅପୂରଣୀୟ କ୍ଷତି ହୋଇଥିବା ଦର୍ଶାଯାଇଛି। ଖନନ ଯୋଗୁଁ କୀର୍ତ୍ତିରାଜି ଉପରେ ପ୍ରଭାବ ପଡିବ କି ନାହିଁ ସେ ନେଇ ଅନୁଧ୍ୟାନ ହୋଇନାହିଁ। ଭୂତଳସ୍ତରୀୟ ଅନୁଧ୍ୟାନ ହୋଇନି ବୋଲି ମଧ୍ୟ ଉଲ୍ଲେଖ ରହିଛି। ଏଥିସହ ଖନନ ପାଇଁ ଆବଶ୍ୟକ ଅନୁମତି ନିଆଯାଇ ନଥିବା ASI ରିପୋର୍ଟରେ ଦର୍ଶାଯାଇଛି।

Advertisment

 ଏଭଳି ପରିସ୍ଥିତିରେ ମହାପ୍ରଭୁ ଜଗନ୍ନାଥ ନିଜେ ନିଜକୁ ଓ ଶ୍ରୀମନ୍ଦିରକୁ ରକ୍ଷା କରିବାକୁ ଚେଷ୍ଟା କରୁଛନ୍ତି। ଏକ ନିର୍ବାଚିତ ସରକାରଙ୍କ ବେଆଇନ କାର୍ଯ୍ୟରୁ ରକ୍ଷା ପାଇବାକୁ ଚେଷ୍ଟିତ ବୋଲି ଅପରାଜିତା ଟ୍ୱିଟ୍ କରିଛନ୍ତି। ନିର୍ମାଣରେ ସାଧାରଣ ଲୋକଙ୍କ ବିପୁଳ ଅର୍ଥ ଜବରଦସ୍ତ ଖର୍ଚ୍ଚ କରାଯାଇଛି।

Advertisment

ଏହି ଅର୍ଥରେ ୧୦୦ ମିଟର ନିଷିଦ୍ଧାଞ୍ଚଳ ବାହାରେ ନିର୍ମାଣ କାର୍ଯ୍ୟ କରାଯାଇ ପାରିଥାନ୍ତା, ଯଦି ଆସନ୍ତାକାଲି ନିର୍ମାଣ ବେଆଇନ ଘୋଷଣା ହୁଏ, ତେବେ ଏଥିପାଇଁ କିଏ ଦାୟୀ କିଏ ରହିବ ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି।

ଏନେଇ ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଏଏସଆଇ କି ଏନଏମଏର ଅନୁମତି ନିଆଯାଇ ନଥିବା ଗତକାଲି ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଥିଲା ଏଏସଆଇ।

Advertisment
Jagannath Temple Srimandir Heritage Corridor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ