• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ପାନୀୟ ଜଳ ପ୍ରକଳ୍ପ ପାଇଁ ଜାଗା ନ ଦେବାରୁ ଜଣେ ଅସହାୟ ମହିଳାଙ୍କ ପରିବାର ଉପରେ ଦାଉ ସାଧିଲେ ଗ୍ରାମବାସୀ । ସଂପୃକ୍ତ ମହିଳାଙ୍କୁ ବାସନ୍ଦ କରିବା ଲାଗି କଙ୍ଗାରୁ କୋର୍ଟରେ ନିଷ୍ପତ୍ତି ନିଆଯାଇଛି । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହର ଠାରୁ ମାତ୍ର ୧ କିଲୋମିଟର ଦୂର ଜାମପଲ୍ଲୀରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଗାଁର ଶାନ୍ତି ମଳିକ ଓ ତାଙ୍କ ପରିବାରକୁ ଗାଁ ଲୋକେ ଏବେ ମାନସି ଯନ୍ତ୍ରଣା ଦେଉଥିବା ଅଭିଯୋଗ କରାଯାଇଛି ।

ସୂଚନା ଅନୁସାରେ, ଶାନ୍ତିଙ୍କ ପରିବାରରେ କେବଳ ଦୁଇ ପୁଅ ଓ ସ୍ୱାମୀ ରହିଛନ୍ତି । ବର୍ଷେ ହେଲା ଏହି ଆଦିବାସୀ ପରିବାରଟି ଏଠାରେ ବାସ କରି ଆସୁଛନ୍ତି । ଅଭିଯୋଗ ଅନୁସାରେ ଏମାନଙ୍କ ଘରକୁ ଲାଗି ଆଉ ଗୋଟିଏ ୦.୦୩୫ ଡେସିମିଲି ଜାଗା ରହିଛି ଯେଉଁଠାରେ ସାହିର କିଛି ବ୍ୟକ୍ତି ସୋଲାର ଜଳ ପ୍ରକଳ୍ପର ଟାଙ୍କି ବସାଇବା ପାଇଁ ଶାନ୍ତି ପାଖକୁ ଯାଇ ଜାଗା ମାଗିଲେ । ହେଲେ ଶାନ୍ତି ଜାଗା ଦେବେନି ବୋଲି ସଫାସଫା କହିଦେଲେ। ସେହିଦିନଠାରୁ ହିଁ ଏହି ପରିବାରକୁ ସାହିରେ ବାସନ୍ଦ କରାଯାଇଛି ।

ଏନେଇ ଶାନ୍ତି ଓ ତାଙ୍କ ପରିବାର ବାରମ୍ୱାର ଭଞ୍ଜନଗର ଥାନା, ଉପଜିଲ୍ଲାପାଳ, ସମସ୍ତଙ୍କ ଠାରେ ଗୁହାରୀ କରିଛନ୍ତି । ହେଲେ କେହି ମଧ୍ୟ ଏହି ପରିବାରର ଗୁହାରୀ ଶୁଣୁନଥିବା ସେମାନେ କହିଛନ୍ତି । ଘଟଣା ସମ୍ପର୍କରେ ପ୍ରାଶାସନିକ ଅଧିକାରୀ କ୍ୟାମେରା ସମ୍ମୁଖରେ କିଛି କହିବେନି ବୋଲି ମନା କରିଦେଇଛନ୍ତି ।