ଏମିତି ଗାଁ, ଯିଏ ଆସେ ସେ ଆଉ ଫେରେ ନାହିଁ

ଆମ ଦୁନିଆ ରହସ୍ୟରେ ଭରପୁର । ପୃଥିବୀରେ ଏଭଳି ଅନେକ ରହସ୍ୟପୂର୍ଣ୍ଣ ସ୍ଥାନ ଅଛି, ଯେଉଁ ବିଷୟରେ ଖୁବ୍‌ କମ୍‌ ଲୋକ ଜାଣିଛନ୍ତି । ସେହିଭଳି ଏକ ରହସ୍ୟମୟ ଗାଁ ରହିଛି ଋଷରେ । କୁହାଯାଏ ଏହି ଗାଁକୁ ଯିଏ ଥରେ ଯାଏ, ସେ ଆଉ ଫେରେ ନାହିଁ । କିନ୍ତୁ ଏ କଥା କେତେ ବାସ୍ତବ, କଣ ଏହି ଗାଁର ରହସ୍ୟ । ଚାଲନ୍ତୁ ଜାଣିବା ।

city of dead russia

News Summary

ସମାଧିମୟ ଗାଁ, ଡଙ୍ଗାରେ ରଖି ପୋତାଯାଏ ଶବ

ରହସ୍ୟର ଅନ୍ୟ ନାମ ହିଁ ପୃଥିବୀ । ଆଉ ଆମ ପୃଥିବୀରେ ବହୁତ ରହସ୍ୟପୂର୍ଣ୍ଣ ସ୍ଥାନ ରହିଛି । ଅନେକ ସ୍ଥାନ ଏଭଳି ବି ରହିଛି ଯାହା ବିଷୟରେ ଖୁବ୍‌ କମ୍‌ ଲୋକ ଜାଣିଛନ୍ତି । ସେହିଭଳି ଏକ ରହସ୍ୟମୟ ଗାଁ ରହିଛି ଋଷରେ । କୁହାଯାଏ, ଏହି ଗାଁକୁ ଯିଏ ଥରେ ଯାଏ, ସେ ଆଉ ଫେରି ଆସେ ନାହିଁ । ଏହି ରହସ୍ୟମୟୀ ଗାଁକୁ ମୃତକଙ୍କ ସହର ବୋଲି କୁହାଯାଏ । ଏହି ଗାଁ ଋଷର ଉତ୍ତର ଓସୋଟିୟାରେ ଅବସ୍ଥିତ । ଏହି ଅଞ୍ଚଳ ବେଶ୍‌ ଜନଶୂନ୍ୟ । ଆଉ ଭୟ କାରଣରୁ ଏଠାକୁ କେହି ମଧ୍ୟ ଯାଆନ୍ତି ନାହିଁ ।

ଏହି ଗାଁ ବଡ ବଡ ପାହାଡ ମଧ୍ୟରେ ଲୁଚି ରହିଛି । ଏଠାରେ ଧଳା ପଥରରେ ନିର୍ମିତ ପାଖାପାଖି ୯୯ ସମାଧି ‌ଆକୃତିର ଘର ରହିଛି । ଯେଉଁଥିରେ ସ୍ଥାନୀୟ ଲୋକମାନେ ନିଜ ପରିଜନ ମାନଙ୍କ ମୃତଦେହକୁ ପୋତିଥା‌ଆନ୍ତି । କିଛି ଘର ଗୁଡିକ ଏଠାରେ ୪ ମହଲା ବିଶିଷ୍ଟ ମଧ୍ୟ ହୋଇଥାଏ । କୁହାଯାଏ ଯେ, ଏହି ସମାଧି ଗୁଡିକୁ ୧୬ ଶତାବ୍ଦୀରେ ନିର୍ମାଣ କରାଯାଇଥିଲା । ଏହା ଏକ ବିଶାଳ ମଶାଣି କୁହାଯାଏ ।

city of dead russia

ଏଠାରେ ପ୍ରତ୍ୟେକ ଘର ଗୋଟେ ପରିବାର ସହ ଜଡିତ । ଏହି ସ୍ଥାନକୁ ନେଇ ସ୍ଥାନୀୟ ଲୋକମାନଙ୍କର ଭିନ୍ନ ଭିନ୍ନ ପ୍ରକାରର ମାନ୍ୟତା ରହିଛି । ସେମାନେ ମାନିଥାଆନ୍ତି ଯେ, ଏହି ଘରଗୁଡିକୁ ଯଦି କୌଣସି ବ୍ୟକ୍ତି ଯାଏ, ତେବେ ସେ ଆଉ ଫେରିନଥାଏ । ତଥାପି କେବେ କେବେ ପର୍ଯ୍ୟଟକ ଏହି ସ୍ଥାନର ରହସ୍ୟ ଜାଣିବାକୁ ଆସିଥାଆନ୍ତି ।

ଏହି ସ୍ଥାନକୁ ପହଞ୍ଚିବାର ରାସ୍ତା ମଧ୍ୟ ବେଶ୍‌ ଜଟିଳ ଓ ଦୁର୍ଗମ । ପାହାଡ ମଧ୍ୟରୁ ଶହ ଶହ ରାସ୍ତା ଦେଇ ଆସିବା ପରେ ହିଁ ଏହି ସ୍ଥାନରେ ପହଞ୍ଚିବାକୁ ୩ ଘଣ୍ଟାର ସମୟ ଲାଗିଥାଏ । ଏଠାରେ ପାଣିପାଗ ମଧ୍ୟ ସବୁବେଳେ ଖରାପ ରହିଥାଏ । ଯାହା ପର୍ଯ୍ୟଟକଙ୍କ ପାଇଁ ସବୁଠାରୁ ବଡ ପ୍ରତିବନ୍ଧକ । ପ୍ରତ୍ନତତ୍ତ୍ୱବିତଙ୍କ ଅନୁଯାୟୀ ଏଠାରେ ସମାଧି ନିକଟରେ ଡଙ୍ଗା ମଧ୍ୟ ରହିଥାଏ । ଏହାର କାରଣ ସ୍ଥାନୀୟ ଲୋକମାନେ ମାନିଥାଆନ୍ତି ଯେ, ମୃତ ବ୍ୟକ୍ତିର ଆତ୍ମାକୁ ସ୍ୱର୍ଗ ଯାଏଁ ପହଞ୍ଚିବାକୁ ନଦୀ ପାର କରିବାକୁ ପଡିଥାଏ । ତେଣୁ ଶବ ଗୁଡିକୁ ଡଙ୍ଗାରେ ରଖି ପୋତି ଦିଆଯାଏ ।

ଗବେଷକମାନଙ୍କୁ ଏଠାରେ ପ୍ରତି ସମାଧି ନିକଟରେ କୂଅ ମଧ୍ୟ ମିଳିଛି । ଏ କୂଅ ସମ୍ପର୍କରେ କୁହାଯାଏ ଯେ, ଲୋକମାନେ ନିଜ ପରିଜନ ମାନଙ୍କୁ ଏଠାରେ ପୋତିବା ପରେ ଏହି କୂଅରେ କଏନ୍‌ ପକାଇଥାଆନ୍ତି । ଯଦି କଏନ୍‌ କୂଅର ତଳେ ଥିବା ପଥର ସହ ମାଡ ହୁଏ ତେବେ ମୃତ ବ୍ୟକ୍ତିଙ୍କ ଆତ୍ମା ସ୍ୱର୍ଗ ଯାଏଁ ପହଞ୍ଚିଯାଏ ବୋଲି ବିଶ୍ୱାସ କରାଯାଏ । ତେବେ ଏହି ସ୍ଥାନର ରହସ୍ୟ ଓ ବାସ୍ତବତାକୁ ବୈଜ୍ଞାନିକ ଓ ଗବେଷକ ଆଜିଯାଏଁ ବି ସମାଧାନ କରିପାରିନାହାନ୍ତି ।

city of dead russia

ଦେଖିବାକୁ ଏହି ସ୍ଥାନ କୌଣସି ସ୍ୱର୍ଗଠାରୁ କମ୍‌ ନୁହେଁ, କାରଣ ଏହାର ପ୍ରାକୃତିକ ପରିବେଶ ବେଶ୍‌ ମନମୁଗ୍ଧକର । ହେଲେ ବାସ୍ତବରେ ଏହି ସ୍ଥାନଟି ବେଶ୍‌ ଭୟଙ୍କର । ତେବେ ଏହି ଡେଡ୍‌ ଭିଲେଜକୁ 'ଦର୍ଗାଓସ୍‌' ଗାଁ ବୋଲି ମଧ୍ୟ କୁହାଯ।ଏ । ଆଉ ଏହି ସ୍ଥାନଟି ଯେତିକି ଭୟଭୀତ କରାଯାଏ, ସେତିକି ଆଶ୍ଚର୍ଯ୍ୟ ବି କରାଏ ।