Advertisment

କୂଳ ଭାବି ଭିତରକୁ ଗଲେ କିନ୍ତୁ କରେଣ୍ଟ ଟାଣିନେଲା !

ପାଣି ସ୍ଥିର ଥାଇବି କୂଳରେ ଗାଧୋଇବା ବେଳେ ଏଭଳି ବଡ଼ ଅଘଟଣ କାହିଁକି ଘଟିଲା? ଉଦ୍ଧାର କରିବାରେ କାହିଁକି ବିଳମ୍ବ ହେଲା? ଏସବୁ ପ୍ରଶ୍ନ ମନରେ ଉଙ୍କି ମାରୁଥିବା ବେଳେ ଏଠାକାର ସ୍ଥାନୀୟ ମତ୍ସ୍ୟଜୀବୀ ଓ ସ୍କୁବା ଡ୍ରାଇଭର ଆଶ୍ଚର୍ଯ୍ୟକର କଥା କହିଛନ୍ତି।

ଅଦ୍ୟତନ ହୋଇଛି
Mahanadi Tragedy

Mahanadi Tragedy

Advertisment

ସମ୍ବଲପୁର: ମହାନଦୀରେ ଗାଧୋଇଲା ବେଳେ ଗୋଟିଏ ପରିବାରର ୩ ଜଣ ବୁଡିଗଲେ। ବାପା, ପୁଅର ଉଦ୍ଧାର ହୋଇଥିଲେବି ମେଡ଼ିକାଲରେ ଜୀବନ ଚାଲିଗଲା। ଆଉ ୧୮ ଘଣ୍ଟାର ଚେଷ୍ଟା ପରେ ଝିଅକୁ ଉଦ୍ଧାର କରାଗଲା। ତେବେ ପାଣି ସ୍ଥିର ଥାଇବି କୂଳରେ ଗାଧୋଇବା ବେଳେ ଏଭଳି ବଡ଼ ଅଘଟଣ କାହିଁକି ଘଟିଲା? ଉଦ୍ଧାର କରିବାରେ କାହିଁକି ବିଳମ୍ବ ହେଲା? ଏସବୁ ପ୍ରଶ୍ନ ମନରେ ଉଙ୍କି ମାରୁଥିବା ବେଳେ ଏଠାକାର ସ୍ଥାନୀୟ ମତ୍ସ୍ୟଜୀବୀ ଓ ସ୍କୁବା ଡ୍ରାଇଭର ଆଶ୍ଚର୍ଯ୍ୟକର କଥା କହିଛନ୍ତି।

Advertisment

ଗତକାଲି ମହାନଦୀରେ ଗାଧୋଉଥିବାବେଳେ ସମ୍ବଲପୁର ଦଳେଇପଡ଼ାଠାରେ ବାପା, ପୁଅ ଓ ଝିଅ ଭାସି ଯାଇଥିଲେ। ତେବେ ବାପା ଅଲତାଭ ଓ ୧୫ ବର୍ଷୀୟ ପୁଅ ମହମ୍ମଦ ଅଫତାବଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ। କାଲିଠାରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲେ ବି ରାତି ପାଇଁ ବନ୍ଦ ରହିଥିଲା। ଆଜି ସକାଳୁ ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ ହେଇଥିଲା। ସ୍ଥାନୀୟ ମତ୍ସ୍ୟଜୀବୀ, ଅଗ୍ନଶମ ବାହିନୀ ଓ ସ୍କୁବା ଡାଇଭରଙ୍କ ଉଦ୍ଧାର ଉଦ୍ୟମରେ ସାମିଲ ହୋଇଥିଲେ। ୧୮ ଘଣ୍ଟା ପରେ ନିଖୋଜ ୧୨ ବର୍ଷୀୟା ଝିଅ ରୁକସାନା ବେଗମ ଉଦ୍ଧାର ହୋଇଥିଲେ। 

ଏଠାକାର ମତ୍ସ୍ୟଜୀବୀ ପୁଅ ଓ ବାପାଙ୍କୁ ଉଦ୍ଧାର କରିଥିଲେ। ସେମାନେ ତାଙ୍କ ଅଭିଜ୍ଞତାରୁ କହିଛନ୍ତି ଯେ ଏହା ଏକ ନଦୀ ପଠା ନୁହେଁ, ଏହା ଏକ ପ୍ରକାରର ଗଣ୍ଡ। ଅର୍ଥାତ୍ ଯେକେହିକୁ ଏହା ନଦୀକୂଳ ଲାଗିପାରେ କିନ୍ତୁ ଏହା ବିପଜ୍ଜନକ ସ୍ଥାନ। ଏଠାରେ ପ୍ରାୟ ୪୦ ଫୁଟ ପର୍ଯ୍ୟନ୍ତ ଗଭୀର ରହିଛି। ପାଣି ସ୍ଥିର ରହିଥିଲେ ମଧ୍ୟ କୂଳପାଖରେ ବି ଭଉଁରୀ ତଥା କରେଣ୍ଟ ସୃଷ୍ଟି ହୋଇଥାଏ। ବୋଧହୁଏ ସେମାନେ କୂଳ ଭାବି ଭିତରକୁ ଯାଇଥିବା ବେଳେ କରେଣ୍ଟ ଟାଣିନେଇଛି। ଏଥିପାଇଁ ବାପା ଓ ପୁଅ ଗୋଟିଏ ସ୍ଥାନରୁ ଉଦ୍ଧାର ହୋଇଥିଲେ। ତେବେ ଝିଅ ମଧ୍ୟ ପଠା ପାଖାପାଖି ନଦୀପାଣିରେ ଫସି ରହିପାରେ ବୋଲି ମତ୍ସ୍ୟଜୀବୀମାନେ କହିଛନ୍ତି।

Advertisment
Mahanadi Tragedy Family Sambalpur
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ