ବୁଡ଼ିବାକୁ ବସିଲାଣି ପଥର କାରିଗରଙ୍କ ବେଉସା, ଚିନ୍ତାରେ ପଥର ଶିଳ୍ପୀ

ଦିନେ ଏଠାକାର ପ୍ରସିଦ୍ଧ ବୁଦ୍ଧ ମୂର୍ତ୍ତି ଚୀନ , ଜାପାନ ଭଳି ଦେଶକୁ ରପ୍ତାନୀ ହେଉଥିଲା ଶିଳ୍ପୀଙ୍କ କାରିଗିରୀ କୌଶଳର ରହିଥିଲା ବେଶ୍ ନାଁ ଡାକଥିଲା କିନ୍ତୁ କରୋନା ପରଠୁ ଗଲା ୨ ବର୍ଷ ହେଲା ଠପ୍ ପଡିଯାଇଛି ବ୍ୟବସାୟ । ଦେଶ ବାହାର ଦୂରର କଥା, ରାଜ୍ୟ ଭିତରେ ବି ବନ୍ଦ ହୋଇଯାଇଛି ବେପାର । ଯାହାକି କଟକ ଜିଲ୍ଲା ମାହାଙ୍ଗାର ଲଳିତଗିରି ଶିଳ୍ପୀଙ୍କ ଅଣ୍ଟା ଭାଙ୍ଗିଦେଲାଣି ।

The stone carpenter

News Summary

ଚିନ୍ତାରେ ପଥର କାରିଗର

ସାଲେପୁର(ମନୋଜ ଆଚାର୍ଯ୍ୟ) :ପଥରରେ ଖୋଦେଇ ହୋଇଛି ଭଳିକି ଭଳି ଦେବାଦେବୀଙ୍କ ମୃର୍ତ୍ତି ,ଏହାସହ ରକମର ରକମର ସୁନ୍ଦର ଚଉରା । ଆଉ ପ୍ରତିଟି କଳାକୃତିର କାରିଗରି ବେଶ ସୁନ୍ଦର । ନିଖୁଣ ଶିଳ୍ପୀର ନିହାଣ ସ୍ପର୍ଶରେ ଜୀବନ୍ତ ହେଉଥିବା ଏ କାରିଗରି ଶିଳ୍ପ ଦେଖିବାକୁ ମିଳେ କଟକ ଜିଲ୍ଲା ମାହାଙ୍ଗାର ଲଳିତଗିରିଠାରେ ।

କାହିଁ କେଉଁ ଅମଳରୁ ଏଠି ପଥର କାରିଗରିକୁ ନିଜର କୌଳିକ ବୃତ୍ତି ଭାବେ ଗ୍ରହଣ କରିନେଇଛନ୍ତି ଲଳିତଗିରିର ଗାଁ ଲୋକେ ହେଲେ କରୋନା କଟକଣା ଓ ସରକାରଙ୍କ ଉଦାସୀନ ମନୋଭାବ ପାଇଁ ଏବେ ଏହି ଶିଳ୍ପୀମାନଙ୍କ ବେଉସା ବୁଡିବାକୁ ବସିଥିବା ଅଭିଯୋଗ କରିଛନ୍ତି । 

ଲଳିତଗିରିର ପଥର ମୂର୍ତ୍ତିର ଚାହିଦା ଅନେକ ଏଠାକାର ବୁଦ୍ଧ ମୂର୍ତ୍ତି ବିଶ୍ୱ ପ୍ରସିଦ୍ଧ ଜାପାନ, ଚୀନ୍ ଆଦି ଦେଶକୁ ବହୁ ସଂଖ୍ୟାରେ ବୁଦ୍ଧ ମୂର୍ତ୍ତି ରପ୍ତାନୀ ହୁଏ । ଏହାସହ ମେଳା ମହୋତ୍ସବରେ ମଧ୍ୟ ଭଲ ବେପାର ହୁଏ । ହେଲେ କରୋନା ପରଠୁ ସବୁ ଠପ୍ ହୋଇଯାଇଛି । ନା ରାଜ୍ୟ ଭିତରେ ନା ବାହାରେ ବେପାର ଜମୁଛି । ଏପରି ଅବସ୍ଥାରେ କେମିତି ଚଳିବ ପରିବାର ସେନେଇ ଚିନ୍ତାରେ ଶିଳ୍ପୀ । ସରକାର ଏନେଇ କିଛି ସହାୟତା କରିବାକୁ ନିବେଦନ କରିଛନ୍ତି ଶିଳ୍ପୀମାନେ ।