Advertisment

ଶ୍ରୀମନ୍ଦିର ପ୍ରଶାସନିକ କୋଠାକୁ ନେଇ ପ୍ରଶ୍ନ, ରାଜ୍ୟ ସଂସ୍କୃତି ବିଭାଗକୁ ଚିଠି ଲେଖିଲା ଶ୍ରୀମନ୍ଦିର ପ୍ରଶାସନ

ଶ୍ରୀମନ୍ଦିର ପ୍ରାଶାସନିକ କୋଠାର ଉଚ୍ଚତାକୁ ନେଇ ବିବାଦ । ସର୍ବୋଚ୍ଚ ଉଚ୍ଚତା ୭ ମିଟର ୫୦ ସେଣ୍ଟିମିଟର ଭିତରେ ରଖିବାକୁ ଏନ୍ଏମ୍ଏର ସୁପାରିଶ। ଆପତ୍ତି ଜଣାଇ ସଂସ୍କୃତି ବିଭାଗକୁ ଚିଠି ଲେଖିଛି ଶ୍ରୀମନ୍ଦିର ପ୍ରଶାସନ ।

ଅଦ୍ୟତନ ହୋଇଛି
Puri Srimandir

Srimandira

Advertisment

ଶ୍ରୀମନ୍ଦିର ପ୍ରଶାସନିକ କୋଠା ନିର୍ମାଣ ଉପରେ ଏନଏମଏ ଦେଇଥିବା ସୁପାରିସକୁ ବିରୋଧ କରିଛି ଶ୍ରୀମନ୍ଦିର ।  ଏନେଇ ରାଜ୍ୟ ସଂସ୍କୃତି ବିଭାଗକୁ ଚିଠି ଲେଖିଛି ଶ୍ରୀମନ୍ଦିର ପ୍ରଶାସନ । ଏନଏମଏ ପକ୍ଷରୁ ପ୍ରଶାସନିକ କୋଠାର ଉଚ୍ଚତା ୭.୫୦ ମିଟର ଭିତରେ ରଖିବାକୁ କୁହାଯାଇଥିବାରୁ ଏହାକୁ ନେଇ ପ୍ରଶ୍ନ ଉଠାଇଛି ଶ୍ରୀମନ୍ଦିର ପ୍ରଶାସନ ।

Advertisment

ଗତ ସେମ୍ବେର ୯ ତାରିଖରେ ଅନୁଷ୍ଠିତ ବୈଠକରେ ଏନଏମଏ ଶ୍ରୀମନ୍ଦିର ପ୍ରକଳ୍ପ ଉପରେ ଅନେକ ସୁପାରିସ କରିଥିଲା । ଏଥିରେ ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟକୁ ନିଷିଦ୍ଧାଞ୍ଚଳ ବଦଳରେ ନିୟନ୍ତ୍ରିତ ଅଂଚଳକୁ ସ୍ଥାନାନ୍ତର ସହ ଉଚ୍ଚତା ୭ମିଟର ୫୦ ସେମି ଭତରେ ରଖିବାକୁ କୁହାଯାଇଥିଲା ।

ପୂର୍ବରୁ ଏନଏମଏ ପକ୍ଷରୁ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପ୍ରଶାସନିକ କୋଠା ନିର୍ମାଣ ସହ ଉଚ୍ଚତା ୧୨.୧୯ ମିଟର ରଖିବାକୁ କୁହାଯାଇଥିଲା । ଗ୍ରାଉଣ୍ଡ ଫ୍ଲୋର ସହ ଆଉ ଦୁଇଟି କୋଠା କରିବାକୁ ଅନୁମତି ରହିଥିଲା । କିନ୍ତୁ ଏବେ ଦୁଇ ମହଲା କୋଠା କରିବାକୁ କୁହାଯାଇଥିବା ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି।

Advertisment

ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟର ତିନି ମହଲା କୋଠା କରିବାର ଆବଶ୍ୟକତା ରହିଛି ସେହି ଅନୁସାରେ ସଂଶୋଧିତ ଡିପିଆର ପଠାଯିବା ସହ ତିନି ମହଲା କୋଠା ପାଇଁ ଅନୁମତି ପାଇଁ ଲେଖାଯାଇଥିବା ସୂଚନା ମିଳିଛି ।

Puri Puri Jaggannth Temple
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ