Advertisment

ରେଲ୍‌ୱେ ପୁଲିସ୍‌ଙ୍କ ସାହସିକତା; ଟ୍ରେନ୍‌ରୁ ଖସି ପଡୁଥିବା ଯାତ୍ରୀଙ୍କୁ ବଞ୍ଚେଇଦେଲେ

ଭାଇରାଲ୍ ହେଉଛି ଲୋମଟାଙ୍କୁରା ଭିଡିଓ। ଜଣେ ଯାତ୍ରୀ ଟ୍ରେନ୍‌ରୁ ଖସି ପଡୁଥିଲେ। ଗୋଟିଏ ମୁହୂର୍ତ୍ତ ବି ଡେରି ହୋଇଥିଲେ ଚାଲିଯାଇଥାନ୍ତା ଜୀବନ। ସେଠାରେ ଥିବା ଜଣେ ରେଲ୍‌ୱେ ପୁଲିସ୍‌ ତାଙ୍କ ପାଖକୁ ଦୌଡିଗଲେ ଆଉ ତାଙ୍କୁ ଟ୍ରେନ୍ ଭିତରକୁ ଠେଲିଦେଲେ।

ଅଦ୍ୟତନ ହୋଇଛି
Viral Video

Viral Video

Advertisment

“ଯାହାକୁ ରଖିବେ ଅନନ୍ତ, କେ କରିପାରେ ବଳମନ୍ତ।” ଏହା ଟ୍ରେନ୍ ଯାତ୍ରୀଙ୍କ କ୍ଷେତ୍ରରେ ଏହା ଏବେ ପ୍ରମାଣିତ ହୋଇଛି। ଟ୍ରେନ୍‌ରୁ ଖସି ପଡୁଥିବା ବେଳେ ଜଣେ ବ୍ୟକ୍ତିଙ୍କ ଜୀବନକୁ ବଞ୍ଚେଇ ଦେଇଛନ୍ତି ରେଲ୍‌ୱେ ପୁଲିସ୍। ସୋମବାର ବିଳମ୍ବିତ ରାତିରେ ଝାନ୍ସୀର ବୀରାଙ୍ଗନା ଲକ୍ଷ୍ମୀବାଇ ଷ୍ଟେସନ୍‌ରେ ଏକ ସୁପର୍‌ଫାଷ୍ଟ୍‌ ଟ୍ରେନରୁ ଖସିପଡୁଥିବା ଏହି ଯାତ୍ରୀଙ୍କ ଜୀବନ ରକ୍ଷା ହୋଇଛି। ଯାତ୍ରୀ ଜଣଙ୍କ ତାଙ୍କ ଜିନିଷ ନେବା ପାଇଁ ପ୍ଲାଟଫର୍ମରେ ଟ୍ରେନ୍‌ରୁ ତଳକୁ ଓହ୍ଲାଇ ଥିଲେ। ଠିକ ସେତିକିବେଳେ ଟ୍ରେନ୍ ଛାଡିଦେଲା। ସେ ଦୌଡ଼ି ଟ୍ରେନ୍‌ରେ ଯିବାକୁ ଚେଷ୍ଟା କରୁଥିଲେ। ତା’ପରେ ସେ ଅସନ୍ତୁଳିତ ହୋଇ ଫାଟକରୁ ଖସିପଡ଼ିବାକୁ ଲାଗିଲେ। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

Advertisment

ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଯାତ୍ରୀ ଜଣଙ୍କ ଟ୍ରେନ୍‌ରୁ ଖସିପଡି ତଳେ ପଡ଼ିଯାଇଥାନ୍ତେ। କିନ୍ତୁ ତାଙ୍କ ଭାଗ୍ୟ ଭଲ ଥିବାରୁ ବଞ୍ଚିଗଲେ। ସେ ଖସିପଡୁଥିବା ବେଳେ ୨୦ ଫୁଟ ଦୂରରେ ଠିଆ ହୋଇଥିବା ଜଣେ ପୁଲିସ୍ ପୂରା ଫିଲ୍ମ ଷ୍ଟାଇଲ୍‌ରେ ତାଙ୍କ ଆଡକୁ ଦୌଡି ଯାଇଥିଲ ଏବଂ ତାଙ୍କୁ ଟ୍ରେନ୍‌ ଭିତରକୁ ଠେଲି ଦେଇଥିଲେ। ଯଦି ଦୁଇ ସେକେଣ୍ଡର ବିଳମ୍ବ ବି ହୋଇଥାନ୍ତା, ତେବେ ଯାତ୍ରୀଙ୍କ ଜୀବନ ଚାଲି ଯାଇଥାନ୍ତା। ଏହି ଘଟଣାର ଭିଡିଓ ପ୍ଲାଟ୍‌ଫର୍ମର ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଥିଲା। ବର୍ତ୍ତମାନ ଏହି ଭିଡିଓ ଖୁବ୍ ଜୋର୍‌ରେ ଭାଇରାଲ ହେବାରେ ଲାଗିଛି।

ସୋମବାର ରାତିରେ, ଅପରେସନ୍ ମିଶନ୍ ଜୀବନ ରକ୍ଷା ଅଧୀନରେ ଚେକିଂ ଡ୍ୟୁଟିରେ ଆର୍‌ପିଏଫ୍‌ କନଷ୍ଟେବଳ ଓମପ୍ରକାଶ ଷ୍ଟେସନର ପ୍ଲାଟଫର୍ମ ନମ୍ବର ୨/୩ ରେ ଥିଲେ। ଯାତ୍ରୀ ହଜରତ ନିଜାମୁଦ୍ଦିନରୁ କନ୍ୟାକୁମାରୀ ଯାଉଥିଲେ। ତିରୁକୁରଲ୍‌ ସୁପର୍‌ଫାଷ୍ଟ୍‌ ଏକ୍ସପ୍ରେସ ବିଳମ୍ବିତ ରାତିରେ ପ୍ଲାଟ୍‌ଫର୍ମ ନମ୍ବର ୩ ରେ ପହଞ୍ଚିଥିଲା। ପ୍ରାୟ ୧୦ ମିନିଟ୍ ଅଟକି ରହିବା ପରେ ଟ୍ରେନ୍ ଛାଡି ଥିଲା

Advertisment

ଏହି ସମୟରେ ଜଣେ ଯାତ୍ରୀ ଦୌଡ଼ି ଆସି ଟ୍ରେନ୍‌ରେ ଚଢିବାକୁ ଚେଷ୍ଟା କରୁଥିଲେ। କିନ୍ତୁ ଭାରସାମ୍ୟ ହରାଇ ସେ ଟ୍ରେନ୍‌ରୁ ଖସିପଡୁଥିଲେ। ଡ୍ୟୁଟିରେ ଥିବା ଓମ୍‌ପ୍ରକାଶଙ୍କ ଉପସ୍ଥିତ ବୁଦ୍ଧି ହିଁ ତାଙ୍କୁ ନୂଆ ଜୀବନ ଦେଇଥିଲା। କନଷ୍ଟେବଳ ଓମ୍‌ପ୍ରକାଶଙ୍କ ଏହି ସାହସିକତା ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା। ଏହା ଭାଇରାଲ୍ ହେବା ପରେ ଲୋକେ ତାଙ୍କୁ ସାବାସ ବୋଲି କହୁଛନ୍ତି।

Advertisment
Viral News Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ