Advertisment

ମନ୍ତ୍ରୀଙ୍କ ଅଗୋଚରରେ ପିଏସ୍ ଦୀପ୍ତିରଂଜନଙ୍କୁ ହଠାତ୍ ବଦଳି କାହିଁକି?

କିଛି ଦିନ ତଳେ ପାରଳାଖେମୁଣ୍ଡିର ACF ସୌମ୍ୟରଂଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ତାଙ୍କ ସଂପର୍କୀୟ ଭାଇ ପରୋକ୍ଷରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଆଡ଼କୁ ଅଙ୍ଗୁଳି ଉଠାଇବା, ଏ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସି ସ୍ମାରକ ପତ୍ର ଦେବା ଏବଂ ଏସବୁ ଭିତରେ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ଅତର୍କିତ ବଦଳି, ଏହା ଭିତରେ କୌଣସି ଲିଙ୍କ୍ ନାହିଁ ତ?

ଅଦ୍ୟତନ ହୋଇଛି
ମନ୍ତ୍ରୀଙ୍କ ଅଗୋଚରରେ ପିଏସ୍ ଦୀପ୍ତିରଂଜନଙ୍କୁ ହଠାତ୍ ବଦଳି କାହିଁକି?

Soumya and BidyaBharati

Advertisment

ଭୁବନେଶ୍ୱର: ସଂସଦୀୟ ବ୍ୟାପାର ଏବଂ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ପ୍ରାଇଭେଟ୍ ସେକ୍ରେଟାରୀ ଦୀପ୍ତିରଂଜନ ବେହେରାଙ୍କ ଅଚାନକ୍ ବଦଳିକୁ ନେଇ ପାଓ୍ୱାର କରିଡର୍‌ରେ ଜୋରଦାର୍ ଚର୍ଚ୍ଚା। ପ୍ରଭାବଶାଳୀ ମନ୍ତ୍ରୀ ବିକ୍ରମ ଆରୁଖଙ୍କ ବ୍ୟକ୍ତିଗତ ସଚିବ ଦୀପ୍ତିରଂଜନଙ୍କୁ କାହିଁକି ଅତର୍କିତ ଭାବେ କୋରାପୁଟ୍‌କୁ ବଦଳି କରାଗଲା ତାକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଛି। ସୂଚନା ଅନୁଯାୟୀ, ବିକ୍ରମ କେଶରୀ ଆରୁଖ ୨୦୦୯ରେ ପ୍ରଥମେ ମନ୍ତ୍ରୀ ହେବା ପରେ ଦୀପ୍ତିରଂଜନ ତାଙ୍କ ଓଏସଡି ଭାବେ ଯୋଗ ଦେଇଥିଲେ।

Advertisment

ପରବର୍ତ୍ତୀ ସମୟରେ ଦୀପ୍ତିରଂଜନ ଅନୁଶାସନ ସଚିବ, ଉପସଚିବ, ଯୁଗ୍ମ ସଚିବ ଏବଂ ବ୍ୟକ୍ତିଗତ ସଚିବ ଭାବେ ପଦୋନ୍ନତି ପାଇଥିଲେ ଆରୁଖଙ୍କ ସହ ଦୀର୍ଘ ୧୨ ବର୍ଷ କାମ କରିବା ପରେ ଗତ ଅଗଷ୍ଟ ୨ ତାରିଖରେ ଦୀପ୍ତିରଂଜନଙ୍କୁ ହଠାତ୍ କେବିକେର ଯୁଗ୍ମ ପ୍ରଶାସକ ଭାବେ କୋରାପୁଟ୍‌କୁ ବଦଳି କରିଦିଆଯାଇଛି। ମନ୍ତ୍ରୀଙ୍କ ଅଗୋଚରରେ ତାଙ୍କ ପି.ଏସ୍.ଙ୍କୁ ଅତର୍କିତ ଭାବେ ବଦଳି କରାଯାଇଥିବା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। କାରଣ ଜଙ୍ଗଲ ବିଭାଗର ଅଫିସର୍ ACF ସୌମ୍ୟରଂଜନ ମହାପାତ୍ର ଜଳିପୋଡ଼ି ଜୀବନ ହରାଇବାର ୨୬ଦିନ ପରେ ବି ସାମ୍ନାକୁ ଆସିପାରୁନି ସତ।

ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ସମେତ ରୋଷେୟା ଓ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରାଙ୍କ ନାଁ ଏଫ୍‌ଆଇଆର୍‌ରେ ଥିଲେ ବି ଏଯାଏଁ ହୋଇନି କାର୍ଯ୍ୟାନୁଷ୍ଠାନ। ଷଡ଼ଯନ୍ତ୍ର ପଛରେ ଜଙ୍ଗଲ ମନ୍ତ୍ରୀଙ୍କ ଆଡ଼କୁ ଅଙ୍ଗୁଳି ଉଠାଇଥିଲେ ପରିବାର ଲୋକେ। ଏପରିକି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠର ଦ୍ୱାରସ୍ଥ ହୋଇ ନ୍ୟାୟ ଲୋଡ଼ିଥିଲେ। ତାହାରି ଭିତରେ ମନ୍ତ୍ରୀଙ୍କ ପିଏସ୍ ଦୀପ୍ତିରଂଜନଙ୍କୁ ରାତିଅଧିଆ ବଦଳି ପରେ ପରିବାର ଲୋକେ ମନ୍ତ୍ରୀ ବି ପଦରୁ ଇସ୍ତଫା ଦିଅନ୍ତୁ ବୋଲି କହିଛନ୍ତି। 

Advertisment

୨୦୦୯ରେ ବିକ୍ରମ ଆରୁଖ ମନ୍ତ୍ରୀ ହେବା ପରେ ଦୀପ୍ତିରଂଜନ ତାଙ୍କ ଓଏସ୍‌ଡି ଭାବେ ଯୋଗଦେଇଥିଲେ। ପରବର୍ତ୍ତୀ ସମୟରେ ଅନୁଶାସନ ସଚିବ, ଉପସଚିବ, ଯୁଗ୍ମ ସଚିବ ଏବଂ ବ୍ୟକ୍ତିଗତ ସଚିବ ଭାବେ ପଦୋନ୍ନତି ପାଇଥିଲେ। ଆରୁଖଙ୍କ ସହ ଦୀର୍ଘ ୧୨ ବର୍ଷ କାମ କରିବା ପରେ ଗତ ଅଗଷ୍ଟ ୨ରେ ଦୀପ୍ତିଙ୍କୁ ହଠାତ୍ କେବିକେର ଯୁଗ୍ମ ପ୍ରଶାସକ ଭାବେ କୋରାପୁଟ୍ ବଦଳି କରାଯାଇଛି। ମନ୍ତ୍ରୀଙ୍କ ଅଗୋଚରରେ ଅତର୍କିତ ଭାବେ ଏହି ବଦଳି କରାଯାଇଥିବା ବିଭିନ୍ନ ଖବରକାଗଜରେ ଖବର ପ୍ରକାଶ ପାଇଛି।

ତେବେ ବଦଳି ପଛରେ ଅସଲ କାରଣ କଣ ? ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା ଏବଂ ମନ୍ତ୍ରୀଙ୍କ ପିଏସ୍ ଦୀପ୍ତିରଂଜନ ବେହେରାଙ୍କ ମଧ୍ୟରେ ରହିଛି କି ସମ୍ପର୍କ? ଯଦି ସମ୍ପର୍କ ଅଛି, ତାହେଲେ ମନ୍ତ୍ରୀଙ୍କ କ୍ଷମତା ଆଢୁଆଳରେ ରହି ଘଣ୍ଟ ଘୋଡାଉଥିଲେ କି ଡିଏଫ୍ଓଙ୍କୁ? ପୂର୍ବତନ ପ୍ରଶାସକଙ୍କ ମତ କହୁଛି, ସାଧାରଣତଃ ଅଧିକାଂଶ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ଦବ୍ଦବା ଥାଏ ମିନିଷ୍ଟ୍ରି କରିଡର୍‌ରେ। ତେଣୁ ବଦଳି ପଛରେ ସେଭଳି ଗନ୍ଧ ଆସୁଛି। 

Advertisment

ଅଡୁଆ ଖିଅରେ ଛନ୍ଦି ହୋଇଥିବା ସୌମ୍ୟଙ୍କ ମୃତ୍ୟୁ ମାମଲାରେ ଡିଏଫ୍ଓ, ବିଦ୍ୟାଭାରତୀଙ୍କ ସହ ଏକାଧିକ ବ୍ୟକ୍ତିଙ୍କୁ ପଚରାଉଚରା କରିସାରିଛି ପୋଲିସ। ଅଥଚ ସୌମ୍ୟ ନିଆଁ ଲାଗିବା ଦିନ ସାଙ୍ଗରେ ଥିବା ପତ୍ନୀ ବିଦ୍ୟାଭାରତୀଙ୍କୁ କାହିଁକି ପାରଳାଖେମୁଣ୍ଡି ଆଣି ସିନ୍ ରିକ୍ରିଏଟ୍ କରାଯାଉନି ? ଦାମ୍ପତ୍ୟ କଳହ କଥା କହିଥିବା ପୋଲିସ କାହିଁକି ସ୍ପଷ୍ଟ କରୁନି କଣ ଘଟିଥିଲା ସେଦିନ ରାତିରେ ? କେଉଁ ଆଧାରରେ ଥରୁଟିଏ ପଚରାଉଚୁରାରେ DFOଙ୍କୁ କ୍ଲିନଚିଟ୍ ଦେଇଦେଲେ ଏସପି।  ଏଭଳି ଏକାଧିକ ପ୍ରଶ୍ନ ଭିତରେ ଜଙ୍ଗଲ ମନ୍ତ୍ରୀଙ୍କ ପିଏସଓଙ୍କ ଅତର୍କିତ ବଦଳିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଭିନ୍ନ ଦଳର ରାଜନେତା। ତେବେ ଏ ସମ୍ପର୍କରେ ମନ୍ତ୍ରୀ ବିକ୍ରମ ଆରୁଖଙ୍କୁ ଯୋଗାଯୋଗ କରାଯାଇଥିଲେ ପ୍ରତିକ୍ରିୟା ମିଳିବା ବି ସମ୍ଭବ ହୋଇପାରିନାହିଁ।

Odisha News Odisha Police Paralakhemundi ACF Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ