୧୯ରେ ପୁରୀ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ

୧୯ରେ ପୁରୀ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତିଙ୍କ ପୁରୀ ଗ୍ରସ୍ତକୁ ନେଇ ବଦଳିଲା ରାଷ୍ଟ୍ରପତିଙ୍କର ରହଣି ସ୍ଥଳ । ଗଭର୍ଣ୍ଣର ହାଉସ ବଦଳରେ ଏକ ଘରୋଇ ହୋଟେଲ୍ରେ ଅବସ୍ଥାନ କରିବେ ରାଷ୍ଟ୍ରପତି । ରାଷ୍ଟ୍ରପତି ଭବନରୁ ସୂଚନା ମିଳିଥିବା କହିଲେ ପୁରୀ ଜିଲ୍ଲାପାଳ ।

President Ramnath Kobind on a visit to Puri

News Summary

୧୯ ତାରିଖରେ ପୁରୀ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ

 ଦିନକ ପରେ ଅର୍ଥାତ୍ ୧୯ ତାରିଖରେ ପୁରୀ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ତେବେ ରାଷ୍ଟ୍ରପତିଙ୍କର ବଦଳିଛି ରହଣି ସ୍ଥଳ । ଗଭର୍ଣ୍ଣର ହାଉସ ବଦଳରେ ଏକ ଘରୋଇ ହୋଟେଲ୍ରେ ଅବସ୍ଥାନ କରିବେ ରାଷ୍ଟ୍ରପତି ।

ପ୍ରୋଟୋକଲ୍ ଅନୁସାରେ, ଗଭର୍ଣ୍ଣର ହାଉସ୍ରେ ଆବଶ୍ୟକ ବ୍ୟବସ୍ଥା ଓ ବ୍ଲୁ ବୁକ୍ ସୁରକ୍ଷା ଦୃଷ୍ଟିକୋଣରୁ ଘରୋଇ ହୋଟେଲ୍ରେ ରହିବେ ବୋଲି ରାଷ୍ଟ୍ରପତି ଭବନରୁ ସୂଚନା ମିଳିଥିବା କହିଛନ୍ତି ପୁରୀ ଜିଲ୍ଲାପାଳ । ସେପଟେ ଭାରତୀୟ ବାୟୁସେନାର ଏକ ହେଲିକର ପୁରୀ ହେଲିପ୍ୟାଡରେ ମକ୍‌ଡ୍ରିଲ କରିଛି ୬ ଜଣିଆ ସଦସ୍ୟ ହେଲିକପ୍ଟରରେ ପହଞ୍ଚି ସେମାନଙ୍କ ରେଡିଓ ଫ୍ରିକ୍ୱେନ୍ସି ଟେଷ୍ଟିଙ୍ଗ କରିବା ସହିତ ଲ୍ୟାଣ୍ଡିଂ ଉପରେ ବୈଷୟିକ ପରୀକ୍ଷଣ କରିଛନ୍ତି  ।

ସେପଟେ ରାଷ୍ଟ୍ରପତିଙ୍କ ଦୁଇଦିନିଆ ପୁରୀ ଗସ୍ତକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ତରଫରୁ ସମସ୍ତ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରାଯାଉଛି । କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ପୁରୀ ଆସି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ।