/odishatv-khabar/media/post_attachments/uploadimage/library/16_9/16_9_0/_police__1651727581.jpg)
police
ମାଛଧରା ବିବାଦକୁ ନେଇ ଜଣେ ବ୍ୟକ୍ତିଙ୍କୁ କୋଣାର୍କ ପୋଲିସ ପିଟି ପିଟି ଗୋଡ଼ ଭାଙ୍ଗିଦେଇଥିବା ଅଭିଯୋଗ । ଏପରି ଅଭିଯୋଗ ଆଣିଛନ୍ତି କୋଣାର୍କ ଥାନା ଅନ୍ତର୍ଗତ ଆମ୍ବେଳି ଗାଁର କାଳନ୍ଦୀ କାଣ୍ଡି । କୋଣାର୍କ ଥାନା ଅଧିକାରୀ ରଂଜନ କୁମାର ମଲ୍ଲିକଙ୍କ ବିରୋଧରେ କାଳନ୍ଦୀ ଅଭିଯୋଗ କରିଛନ୍ତି । ଘଟଣା ଗତ ଜାନୁୟାରୀ ମାସର ବୋଲି ଜଣାପଡ଼ିଛି ।
କାଦୁଆ ନଦୀରେ ମାଛ ଧରାକୁ କେନ୍ଦ୍ର କରି କାଳନ୍ଦୀଙ୍କ ସହ କିଛି ଲୋକଙ୍କର ଝଗଡ଼ା ହୋଇଥିଲା । ଏନେଇ କୋଣାର୍କ ଥାନାରେ ତାଙ୍କ ନାଁରେ ମାମଲା ହୋଇଥିଲା । ଅଭିଯୋଗ ହେବା ପରେ କୋଣାର୍କ ଥାନା ଆଇଆଇସି ଓ ଅନ୍ୟ ପୁଲିସମାନେ କାଳନ୍ଦିଙ୍କୁ ଘରୁ ଉଠାଇ ଆଣି ଥାନାରେ ଥାର୍ଡ ଡିଗ୍ରୀ ଦେଇଥିଲେ । ଏପରିକି ଲୁହା ପାଇପରେ ତାଙ୍କୁ ପିଟିଥିଲେ। ପୁଲିସ ବାବୁଙ୍କ ମାଡ଼ରେ କାଳନ୍ଦିଙ୍କ ବାମ ଗୋଡ଼ଟି ଭାଙ୍ଗିଯାଇଥିଲା।
ପରେ କାଳନ୍ଦୀଙ୍କୁ ଗୋପ କାକଟପୁର ଓ ତାପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ରେ ଚିକିତ୍ସା କରାଇଥିଲେ ଥାନା ଅଧିକାରୀ । କିନ୍ତୁ ଗତ ୩ମାସ ହେବ କାଳନ୍ଦୀ କୋଣାର୍କରେ ଏକ ଭଡା ଘରେ ରହୁଥିବାବେଳେ କାମ ଧନ୍ଦା ଅଭାବରୁ ପରିବାର ପ୍ରତିପୋଷଣ ହୋଇ ପାରୁନଥିବା କହିଛନ୍ତି । ତାସହ ନ୍ୟାୟ ମାଗିଛନ୍ତି । ଏ ସମ୍ପର୍କରେ କୋଣାର୍କ ଥାନା ଅଧିକାରୀ କିମ୍ବା ଜିଲ୍ଲା ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)