• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଗର୍ଭ ଯନ୍ତ୍ରଣାରେ କଷ୍ଟ ପାଉଥିଲେ ଦିବ୍ୟାଙ୍ଗ ମହିଳା,ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କଲେ ଲୋକେ । ଏହିପରି ମାନବିକତା ଦେଖାଇବାରୁ ବିଭିନ୍ନ ଦିଗରୁ ସେମାନଙ୍କ ପାଇଁ ପ୍ରଶଂସାର ସୁଅ ଛୁଟିଆସୁଛି ।

ଦିବ୍ୟାଙ୍ଗ ଗର୍ଭବତୀଙ୍କୁ ଉଦ୍ଧାର କରି ଚିକିତ୍ସା କରାଇଲେ ସ୍ଥାନୀୟ ଲୋକେ । ହେଲେ ମାନସିକ ବିକାରଗ୍ରସ୍ତ ଥିବାରୁ ତାଙ୍କର ଚିକିତ୍ସା କରାଇବାକୁ ଡାକ୍ତରଙ୍କୁ ନାକେଦମ ହେବାକୁ ପଡିଛି । ଭଦ୍ରକ ଜିଲ୍ଲା ଚାନ୍ଦବାଲି ସହରରେ ଏଭଳି ଘଟଣା ଦେଖିବାକୁ ମିଳିଛି ।

ଭଦ୍ରକ ସଗଡ଼ଇା ନିକଟରେ ମାନସିକ ରୋଗୀ ଜଣକ ଗର୍ଭଜନିତ ଯନ୍ତ୍ରଣାରେ କଷ୍ଟ ପାଉଥିଲେ । ଯନ୍ତ୍ରଣାରେ ଛଟପଟ ହେଉଥିବା ସମୟରେ ମାନବିକତା ଦେଖାଇ କିଛି ସ୍ଥାନୀୟ ଯୁବତୀ ତାଙ୍କୁ ଖାଇବାକୁ ଦେବା ସହ ପରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନେଇ ଚିକିତ୍ସା କରାଇଥିଲେ ।

ତେବେ ଦିବ୍ୟାଙ୍ଗ ମହିଳା ଜଣକ ଡାକ୍ତରଙ୍କୁ ଚିକିତ୍ସା କରାଇବାକୁ ଦେଇ ନଥିଲେ । ଫଳରେ ଡାକ୍ତର ତାଙ୍କୁ ସଠିକ ଭାବରେ ଯାଞ୍ଚ କରିପାରିନଥିବା ଜଣାପଡିଛି । ଗର୍ଭଯନ୍ତ୍ରଣା ଯୋଗୁଁ ଦିବ୍ୟାଙ୍ଗ ମହିଳା ଜଣକ କଷ୍ଟ ପାଉଥିବା ସୂଚନା ଦେଇଛନ୍ତି ହସ୍ପିଟାଲର ସ୍ତ୍ରୀ ଓ ପ୍ରସୂତି ବିଭାଗ ବିଶେଷଜ୍ଞ ।

ସେହିପରି ନୟାଗଡରେ ମଧ୍ୟ ମାନବିକତା ଦେଖାଇଛନ୍ତି ଉପଜିଲ୍ଲାପାଳ । ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରି ନିଜ ଗାଡ଼ିରେ ହସ୍ପିଟାଲ ନେଇଛନ୍ତି । ଏଭଳି ମଣିଷ ପଣିଆର ଉଦାହରଣ ଦେଇଛନ୍ତି ନୟାଗଡ଼ ଉପଜିଲ୍ଲାପାଳ ଲଗ୍ନଜିତ ରାଉତ ।