Advertisment

କାନ୍ଦି ପକାଇଲେ ଓଲିଉଡ୍‌ ଭିଲେନ୍ ରାଇମୋହନ

ଗର୍ବର ସହ ଏତିକି କହିବି ଯେ ଅଭିନୟର ପିକ୍‌ରେ ଥାଇ ସେ ଆମକୁ ଛାଡ଼ି ଚାଲିଗଲେ।

ଅଦ୍ୟତନ ହୋଇଛି
Raimohan Parida

Raimohan Parida

Advertisment

ଭେଟେରାନ୍ ଅଭିନେତା ମିହିର ଦାସଙ୍କ ବିୟୋଗରେ ନିରବୀ ଯାଇଛି ଓଲିଉଡ ଜଗତ। ସତେ ଯେପରି ମିହିରଙ୍କ ଅଭିନୟ ଥିଲା ଅଦ୍ୱିତୀୟ। ତାଙ୍କର ପରଲୋକ ନିଶ୍ଚିତ ଓଡ଼ିଆ ସିନେ ଜଗତରେ ଏକ ଶୂନ୍ୟସ୍ଥାନ ରଖିବ। ତାଙ୍କର ବିୟୋଗରେ ଭାଙ୍ଗିପଡ଼ିଛନ୍ତି ଅଭିନେତା, ଅଭିନେତ୍ରୀ ଓ ଲକ୍ଷ ଲକ୍ଷ ଦର୍ଶକ। ଓଲିଉଡ୍‌ ଜଗତରେ ଶୋକର ଛାୟା ଖେଳିଯାଇଛି। ସମସ୍ତେ ତାଙ୍କର ଶେଷ ଦର୍ଶନ ପାଇଁ ଅପେକ୍ଷା କରିଛନ୍ତି। କଟକ ସ୍ଥିତ ବାସଭବନରେ ଅଭିନେତା, ପ୍ରଶଂସକଙ୍କ ଭିଡ଼ ଜମିଛି।  

Advertisment

ଶେଷ ଦର୍ଶନ କରିବାକୁ ଆସି କାନ୍ଦି ପକାଇଛନ୍ତି ଓଲିଉଡ୍‌ ଜଗତର ଭିଲେନ୍‌ ତଥା ଅଭିନେତା ରାଇମୋହନ ପରିଡା। କୋହଭରା କଣ୍ଠରେ ସେ କହିଛନ୍ତି ଯେ କେହି ଏ ଦୁନିଆରେ କେହି ରହିବେନି। ସମସ୍ତେ ଏ ଦୁନିଆରେ କିଛି ନା କିଛି କାମ ବିଦାୟ ନେବେ। ଆଖି ଆଗରେ ମିହିର ଭାଇ ଚାଲିଗଲେ। ତାଙ୍କ ଅମଳର ଲୋକ ଆମେ କିଛି ଅଛୁ। ଆଗକୁ କଣ ହେବ କଣ ନହେବ ଆମକୁ ବି ଅଜଣା।

ସେ ଆହୁରି କହିଛନ୍ତି ଯେ ମିହିର ଭାଇ ଚାଲିଯିବା ଖବର ମୋତେ ଗଭୀର ଦୁଃଖ ଦେଇଛି କିନ୍ତୁ ଗର୍ବର ସହ ଏତିକି କହିବି ଯେ ଅଭିନୟର ପିକ୍‌ରେ ଥାଇ ସେ ଆମକୁ ଛାଡ଼ି ଚାଲିଗଲେ। ସେଥିପାଇଁ ମିହିର ସବୁବେଳେ ଅମର ରହିବେ। ତାଙ୍କର ଗୁଣ ବଖାଣିବାକୁ ଗଲେ ରାତି ପାହିଯିବ। ହଜାରେ ବର୍ଷ ପରେ ଏଭଳି ଅଭିନେତା ଜନ୍ମ ନିଅନ୍ତି। ତାଙ୍କ ଗୁଣର ପଟାନ୍ତର ନାହିଁ। ମୁଁ ସିନା ଭାଇ ଡାକୁଥିଲି କିନ୍ତୁ ସେ ମୋର ସାଙ୍ଗ। ସେଭଳି କଳାକାର ଓ ମଣିଷ ଆଉ ଜନ୍ମ ହେବନି। ଶେଷ ଦର୍ଶନ ପାଇଁ ଅପେକ୍ଷା କରିଛି। ତାଙ୍କର ଅମର ଆତ୍ମାର ମୁଁ ସଦଗତି କାମନା କରିବି। 

Advertisment

ପ୍ରକାଶଥାଉକି ବରିଷ୍ଠ ସିନେ ଅଭିନେତା ମିହିର ଦାସ ଲୋକପ୍ରିୟ ଅଭିନେତା ମିହିର ଦାସ ଆଜି ପରଲୋକ ଘଟିଛି। କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା। ଗତ ୭ ତାରିଖରୁ ଘରୋଇ ହସ୍ପିଟାଲରେ ସେ ଭର୍ତ୍ତି ହୋଇଥିଲେ। କିନ୍ତୁ ଆଜି ତାଙ୍କ ପରଲୋକ ଘଟିଥିଲା। ମୃତ୍ୟୁ ବେଳକୁ ମାତ୍ର ୬୩ ବର୍ଷ ବୟସ ହୋଇଥିଲା। ସେ ତିନି ଦଶନ୍ଧୀ ଧରି ଓଲିଉଡ୍‌ରେ ରାଜ କରିଆସୁଥିଲେ। 

Ollywood Mihir Das Passes Away
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ