Advertisment

ମୃତ ଭାବି ଶୁଦ୍ଧିକ୍ରିୟା ସାରି ଦେଇଥିଲେ ପରିବାର, ୨୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧ

ଦୀର୍ଘ ବର୍ଷ ହେଲା କୌଣସି ପତ୍ତା ନ ମିଳିବାରୁ ପରିବାର ଲୋକେ ଶୁଦ୍ଧିକ୍ରିୟା ବି ସାରି ଦେଇଥିଲେ। କିନ୍ତୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ୨୫ ବର୍ଷ ପରେ ଘରକୁ ଫେରିଛନ୍ତି ଜଣେ ବୃଦ୍ଧ।

Return Home After 25 Year

Return Home After 25 Year

Advertisment

ପେଟ ପାଟଣା ଲାଗି ଦିନେ ଦାଦନ ଖଟିବାକୁ ଯାଇଥିଲେ ଗୁଜରାଟ। ଦୀର୍ଘ ବର୍ଷ ହେଲା କୌଣସି ପତ୍ତା ନ ମିଳିବାରୁ ପରିବାର ଲୋକେ ଶୁଦ୍ଧିକ୍ରିୟା ବି ସାରି ଦେଇଥିଲେ। କିନ୍ତୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ୨୫ ବର୍ଷ ପରେ ଘରକୁ ଫେରିଛନ୍ତି ଜଣେ ବୃଦ୍ଧ। ଜଗତସିଂହପୁର ବାଲିକୁଦା ତଳକୁସୁମା ଗାଁର ବଂଶୀଧର ମହାନ୍ତି ଏବେ ୨୫ ବର୍ଷ ପରେ ଘରକୁ ଫେରିଛନ୍ତି। ଦୀର୍ଘ ବର୍ଷ ପରେ ବଂଶୀଧରଙ୍କୁ ପାଇ ପରିବାର ଲୋକେ ଖୁସି ପ୍ରକାଶ କରିଛନ୍ତି।

Advertisment

ତେବେ ଏହା ମଧ୍ୟରେ ତାଙ୍କ ସ୍ତ୍ରୀ କୁନିଲତା ସ୍ୱାମୀଙ୍କ ଫେରିବା ବାଟକୁ ଚାହିଁ ଚାହିଁ ଆରପାରିକୁ ଚାଲିଗଲେଣି। ପୁଅ ଝିଅ ବାହାହୋଇ ଘର ସଂସାର କଲେଣି। ଏବେ ୭୦ ବର୍ଷ ବୟସରେ ବଂଶୀଧର ଘରକୁ ଫେରିଛନ୍ତି। ବଂଶୀଧର ଘରକୁ ଫେରିବା ପରେ ତାଙ୍କ ପରିବାରରେ ଖୁସିର ଲହରୀ ଖଳିଯାଇଛି।

Migrant Labourers Jagatsinghpur Gujarat
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ