NPC ଓପନ ବଡି ବିଲ୍ଡିଂ ଚାମ୍ପିୟନସିପ, ଓଡ଼ିଆ ବଡି ବିଲ୍ଡିରଙ୍କୁ ମିଳିଛି ସଫଳତା

ଭୁବେନେଶ୍ୱରରେ ଅନୁଷ୍ଠିତ NPC ଓପନ ବଡି ବିଲ୍ଡିଂ ଚାମ୍ପିୟନସିପରେ ଓଡ଼ିଆ ବଡି ବିଲ୍ଡିରଙ୍କୁ ମିଳିଛି ସଫଳତା । NPC ବଡି ବିଲ୍ଡିଂ ଚାମ୍ପିୟନସିପରେ ମିଷ୍ଟର ଓଡିଶା ହୋଇଛନ୍ତି ଜଗନ୍ନାଥ ଖୁଣ୍ଟିଆ। ସେପଟେ ମହିଳା ବର୍ଗରେ କମାଲ କରିଛନ୍ତି ଓଡ଼ିଆ ଝିଅ ଜ୍ୟୋସ୍ନାରାଣୀ ।

Body Building Championship

News Summary

ଓଡିଶା ବଡି ବିଲ୍ଡିଂ ଫେଡରେସନ ଓ ଆୱାର୍ଡ-୨୭

ପ୍ରଥମ ଥର ପାଇଁ ଓଡ଼ିଶାରେ ଅନୁଷ୍ଠିତ ଏହି ସର୍ବବୃହତ ବଡି ବିଲ୍ଡିଂ ଚାମ୍ପିୟନସିପରେ ସାରା ଦେଶରୁ ଉଭୟ ମହିଳା ଓ ପୁରୁଷ ବର୍ଗରେ ୬୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । NPC ବଡି ବିଲ୍ଡିଂ ଚାମ୍ପିୟାନସିପ NPC ଓଡିଶା ବଡି ବିଲ୍ଡିଂ ଫେଡରେସନ ଓ ଆୱାର୍ଡ-୨୭ ଦ୍ୱାରା ଆୟୋଜିତ ହୋଇଥିଲା । ରାଜ୍ୟର ଏହି ସର୍ବବୃହତ ବଡି ବିଲ୍ଡିଂ ଚମ୍ପିୟାନସିପ ପ୍ରଥମ ଥର ପାଇଁ ଓଡ଼ିଶାରେ ଆୟୋଜିତ ହୋଇଛି ।

ଏହି ସର୍ବବୃହତ ବଡି ବିଲ୍ଡିଂ ଚମ୍ପିୟାନସିପରେ ଉଭୟ ମହିଳା ଓ ପୁରୁଷ ବର୍ଗରେ ୭ଟି କ୍ୟାଟେଗୋରୀରେ ପ୍ରତିଯୋଗିତା ହୋଇଥିଲା । ଓ୍ୱିମେନ୍ସ ଫିଜିକ, ମେନ୍ସ କ୍ଲାସିକ୍ ଫିଜିକ, ମେନ୍ସ ବଡି ବିଲ୍ଡିଂଗ, ମେନ୍ସ ଫିଜିକ ଓ ଷ୍ଟାର ବଡି ବିଲ୍ଡିଂ ଭଳି କ୍ୟାଟେଗୋରୀରେ ଏହି ପ୍ରତିଯୋଗିତା ହୋଇଥିଲା

ପ୍ରତିଯୋଗିତାର ବିଜୟୀ ରାଶି ୬ ଲକ୍ଷ ୫୦ ହଜାର ଟଙ୍କା ରହିଥିଲା NPC ବଡି ବିଲ୍ଡିଂ ଫେଡରେସନ ବିଶ୍ୱର ଏକମାତ୍ର ଆମେଚର୍ ପ୍ରୋ ଲିଗ ଅର୍ଗାନାଇଜେସନ, ଯାହାକି ଇଣ୍ଟନେସନାଲ ଫେଡରେସନ ଅଫ ବଡି ବିଲ୍ଡିଂ ଏଣ୍ଡ ଫିଟନେସଦ୍ୱାରା ସ୍ୱୀକୃତି ପ୍ରାପ୍ତ ।