Advertisment

ରାସ୍ତା ପାଇଁ ବଳି ପଡ଼ିବ ନୂଆ ମଡେଲ ଡିଗ୍ରୀ କଲେଜ !

ଏହି କୋଠା ନିର୍ମାଣ ପାଇଁ କେନ୍ଦ୍ର ସରକାର ୯.୯୪ କୋଟି ଟଙ୍କା ଖର୍ଚ୍ଚ କରିଥିବାବେଳେ ପରିବର୍ତ୍ତିତ ସ୍ଥାନରେ ପୁଣି ଏକ ନୂଆ କୋଠା ନିର୍ମାଣ ପାଇଁ ୧୩.୯୪ କୋଟି ଟଙ୍କାର ଆକଳନ କରାଯାଇଛି। ବିଭାଗକୁ ଅର୍ଥ ଆସିଲେ, କାମ ଆରମ୍ଭ ହେବ ବୋଲି ପୂର୍ତ୍ତ ବିଭାଗର ମୁଖ୍ୟ ଯନ୍ତ୍ରୀ କହିଛନ୍ତି।

New Degree Model College

New Degree Model College

Advertisment

କୋରାପୁଟ: ଭାରତମାଳା ଯୋଜନା ପାଇଁ ଭାଙ୍ଗିବାକୁ ଯାଉଛି କୋରାପୁଟ ସେମିଳିଗୁଡା ନିକଟ ଜାତୀୟ ରାଜପଥ କଡ଼ରେ ଥିବା ନୂଆ ମଡେଲ ଡିଗ୍ରୀ କଲେଜ। ଶତ ପ୍ରତିଶତ କାର୍ଯ୍ୟ ଶେଷ ହୋଇସାରିଲାଣି। ଆଉ କିଛିଦିନ ପରେ ଉଚ୍ଚଶିକ୍ଷା ବିଭାଗକୁ ହସ୍ତାନ୍ତର ହୋଇଥାନ୍ତା। ରାୟପୁରଠାରୁ ବିଶାଖାପାଟଣା ଯିବାକୁ ଥିବା ଭାରତମାଳା ରାସ୍ତା ଏହି କଲେଜ ଜମି ଦେଇ ଯିବାପାଇଁ ନକ୍ସାରେ ଥିବା ଯୋଗୁ ନୂଆ କୋଠାଟିକୁ ଭଙ୍ଗାଯିବ ବୋଲି କହିଛନ୍ତି ପୂର୍ତ୍ତ ବିଭାଗର ମୁଖ୍ୟ ଯନ୍ତ୍ରୀ ସତ୍ୟନାରାୟଣ ଖୁରା। 

Advertisment

ଏହି କୋଠା ନିର୍ମାଣ ପାଇଁ କେନ୍ଦ୍ର ସରକାର ୯.୯୪ କୋଟି ଟଙ୍କା ଖର୍ଚ୍ଚ କରିଥିବାବେଳେ ପରିବର୍ତ୍ତିତ ସ୍ଥାନରେ ପୁଣି ଏକ ନୂଆ କୋଠା ନିର୍ମାଣ ପାଇଁ ୧୩.୯୪ କୋଟି ଟଙ୍କାର ଆକଳନ କରାଯାଇଛି। ବିଭାଗକୁ ଅର୍ଥ ଆସିଲେ, କାମ ଆରମ୍ଭ ହେବ ବୋଲି ସେ କହିଛନ୍ତି। ଅନ୍ୟପଟେ ଭାରତମାଳା ସଡ଼କ ଏହି ବାଟ ଦେଇ ଯାଉଥିବା ଜାଣିବା ପରେବି ଅସଂପୂର୍ଣ୍ଣ କୋଠାକୁ କାହିଁକି ସଂପୂର୍ଣ୍ଣ କରାଗଲା ଏବଂ ସରକାରଙ୍କ ୧୦ କୋଟି ଟଙ୍କା ଅପଚୟ କରାଗଲା ବୋଲି ପ୍ରଶ୍ନ ଉଠାଇଛନ୍ତି କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗି।

ସେପଟେ କଲେଜଟିକୁ ଧ୍ୱଂସ କରିବାପରେ ନୂଆ କୋଠା ନିର୍ମାଣ ହେବା ଯାଏ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି କୋରାପୁଟ ବିକାଶ ପରିଷଦର ସଦସ୍ୟ ସୁନିଲ ବିଶ୍ୱାଳ। 

Advertisment
Bharatmala Yojana Model Degree College
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ