Advertisment

ଝିଅର ସ୍ୱପ୍ନ ପୂରଣ ପାଇଁ ରାଜରାସ୍ତାରେ ପଇଡ଼ ବିକ୍ରି କରୁଛି ମାଆ

ଝିଅର ସ୍ୱପ୍ନ କରିବା ପାଇଁ ରାଜଧାନୀର ରାଜ ରାସ୍ତାରେ ପଇଡ଼ ବିକ୍ରି କରୁଛନ୍ତି ମାଆ

author-image
Sarbeswar
Bhubaneswar

Bhubaneswar

ଭୁବନେଶ୍ୱର: ଝିଅର କ୍ୟାରିୟର ପାଇଁ ରାଜଧାନୀ ରାଜରାସ୍ତାରେ ମାଆ ବିକୁଛି ପଇଡ଼। ଭୁବନେଶ୍ୱର ପ୍ରଦର୍ଶନୀ ପଡିଆ ନିକଟସ୍ଥ ରାସ୍ତା କଡରେ ବସି ପଇଡ଼ ବିକ୍ରି କରୁଛନ୍ତି ମହିଳା। ତାଙ୍କ ନାଁ ମମିତା ମହାନ୍ତି, ଘର ନୟାଗଡରେ ବୋଲି ଜଣାପଡ଼ିଛି। ମହିଳାଙ୍କ କହିବାନୁଯାୟୀ, ସେ ୨୦୦୬ ମସିହାରେ ବିବାହ କରିଥିଲେ। ହେଲେ ପରବର୍ତ୍ତୀ ସମୟରେ କୌଣସି କାରଣରୁ ସ୍ୱାମୀଠାରୁ ଦୂରେଇ ରହିଲେ ।

Advertisment

ଏହାପରେ ତାଙ୍କ ଜୀବନରେ ଆରମ୍ଭ ହେଲା ସଂଘର୍ଷ । ଚଳିବା ପାଇଁ ପୂର୍ବରୁ ମଧ୍ୟ ସେ ବସରେ କଣ୍ଡକ୍ଟରଥିଲେ। ତାପରେ ବସ୍ କଣ୍ଡକ୍ଟର କାମ ଛାଡି ଏବେ ସେ ପଇଡ ବିକି ଦୁଇ ପଇସା ରୋଜଗାର କରୁଛନ୍ତି । ତାଙ୍କ ଝିଅ ଏବେ ଏକ ପବ୍ଲିକ ସ୍କୁଲରେ ନବମ ଶ୍ରେଣୀରେ ପାଠ ପଢୁଛି । ଝିଅ ୯୦ ପ୍ରତିଶତରୁ ଅଧିକ ମାର୍କ ବି ରଖୁଛି। ତେଣୁ ଝିଅର କ୍ୟାରିୟର ପାଇଁ ସେ ଏଭଳି ବ୍ୟବସାୟରୁ ରୋଜଗାର କରିବାକୁ ମନ ବଳାଇଛନ୍ତି ।

ପଇଡ ବିକି ଦିନକୁ ୪ଶହରୁ ୫ଶହ ଟଙ୍କା ରୋଜଗାର କରୁଛନ୍ତି । ହେଲେ ରୋଜଗାରର ଅଧା ପଇସା କେବଳ ଝିଅ ପାଠ ପଢାରେ ଖର୍ଚ୍ଚ ହୁଏ । କିନ୍ତୁ ସେ ହାର ମାନିନାହାନ୍ତି। ସେ କହିଛନ୍ତି, ଝିଅକୁ ମଣିଷ କରିବା ପାଇଁ ମୁଁ ଅନେକ ସ୍ୱପ୍ନ ଦେଖିଛି। ତେଣୁ ପଇଡ଼ ବିକ୍ରି କରି ଟଙ୍କା ରୋଜଗାର କରୁଛି। କଷ୍ଟ ହେଉଛି କିନ୍ତୁ ପାଠ ପଢିବା ଲାଗି ଅନେକ ଟଙ୍କା ଦରକାର। ତେଣୁ ବିନା କୌଣସି ପରିଶ୍ରମରେ ଟଙ୍କା ମିଳିବ ନାହିଁ, ତେଣୁ ଏ ବେପାର କରୁଛି।

Advertisment
Bhubaneswar
Advertisment
Advertisment