Astrospeak
  • Live TV
  • Read In English

ପୁଅ ପାଇଁ ଆକୁଳ ନିବେଦନ କରୁଛି ମାଆ

ଅଜଣା ରୋଗରେ ପୀଡିତ ପୁଅ । ଆଉ ପୁଅକୁ ଭଲ କରିବା ପାଇଁ ଦରକାର ୧୬ କୋଟି ଟଙ୍କା । ପୁଅର ରୋଗ ପାଇଁ ଆକୁଳ ନିବେଦନ କରିଛି ମାଆ । କନ୍ଧମାଳ ଆମ୍ବପଡା ଅଞ୍ଚଳର କୁଳମଣି ରଣାଙ୍କ ଦେଢ ବର୍ଷର ଶିଶୁ ରାଜଭୀରକୁ ହୋଇଛି ବିରଳ ରୋଗ ।

The mother is desperate for her son
The mother is desperate for her son

News Summary

ଅଜଣା ରୋଗରେ ପୀଡିତ ରାଜଭୀର

ରାଜଭୀରଙ୍କୁ ଭଲ କରିବା ପାଇଁ ଦରକାର ୧୬ କୋଟି ଟଙ୍କା

ପୁଅକୁ ନେଇ ଏସିବି ମେଡିକାଲରୁ ଚାଲିଗଲେ ବାପାମାଆ । ପୁଅର ଚିକିତ୍ସା ଏଠାରେ ସମ୍ଭବ ନୁହେଁ ବୋଲି ଡାକ୍ତର କହିବା ପରେ ନିରାଶ ହୋଇ ବାପାମାଆ ତାଙ୍କୁ ଫେରାଇ ନେଇଛନ୍ତି । କନ୍ଧମାଳ ଆମ୍ବପଡା ଅଞ୍ଚଳର କୁଳମଣି ରଣାଙ୍କ ଦେଢ ବର୍ଷର ଶିଶୁ ରାଜଭିର ବିରଳ ରୋଗରେ ପୀଡ଼ିତ । ଚିକିତ୍ସା ପାଇଁ ଦରକାର ୧୬ କୋଟି ଟଙ୍କା । ହେଲେ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । କାନ୍ଦି କାନ୍ଦି ଗୁହାରି କରିଛି ମାଆ । ସରକାରଙ୍କଠୁ ନେଇ ସାରା ଓଡ଼ିଶାବାସୀଙ୍କ ସାହାଯ୍ୟ ଲୋଡ଼ିଛି ମାଆ । 

କନ୍ଧମାଳ ଆମ୍ବପଡା ଅଞ୍ଚଳର କୁଳମଣି ରଣାଙ୍କ ଦେଢ ବର୍ଷର ଶିଶୁ ରାଜଭିର ବିରଳ ରୋଗରେ ପୀଡ଼ିତ ଥିଲେ । ପୁଅକୁ ଭଲ କରିବା ପାଇଁ ୧୬ କୋଟି ଟଙ୍କାର ଇଞ୍ଜେକସନ ଦରକାର ବୋଲି କହିଥିଲେ ବେଙ୍ଗାଲୁରୁର ଚିକିତ୍ସା କରୁଥିବା ଡାକ୍ତର । ଏହାପରେ ରାଜବୀରଙ୍କ ଚିକିତ୍ସା ଲାଗି ବାପାମାଆ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ନବୀନ ନିବାସ ଯାଉଥିବା ବେଳେ ପୋଲିସ ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲା । ଏହାପରେ ସେଠାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ।

ଏସିବିରେ ଡାକ୍ତରଙ୍କୁ ଦେଖାଇବା ପରେ ଏଠାରେ ଉନ୍ନତ ଚିକିତ୍ସା ବ୍ୟବସ୍ଥା ଉପଲବ୍ଧ ନାହିଁ ବୋଲି ଡାକ୍ତର କହିଥିବା ରାଜବୀରଙ୍କ ବାପାମାଆ କହିଛନ୍ତି । ପରେ ପୁଅକୁ ନେଇ ସେଠାରୁ ଚାଲି ଆସିଛନ୍ତି । ରାଜବୀରଙ୍କ ବାପାମାଆ ଡାକ୍ତରଙ୍କ ଏହି ସୂଚନା ପରେ ଲୋକେ ସହାୟତା କଲେ ତାଙ୍କ ପୁଅର ଚିକିତ୍ସା ହୋଇ ପାରିବ ବୋଲି କହିଛନ୍ତି ଶିଶୁର ମାଆ ।