Advertisment

ରାସ୍ତା ପାଲଟିଛି ମରଣଯନ୍ତା ! ମାଳତୀପାଟପୁର ବ୍ରିଜ୍ ପାଇଁ ୪ ମାସରେ ଗଲାଣି ୪ ଜୀବନ

ବଢ଼ିଲା ପୁଅକୁ ବାପା ହରାଇଛନ୍ତି ଯାହାକୁ କେତେ ସ୍ନେହରେ ବଡ଼ କରିଥିଲେ ଆଜି ସେ ପୁଅ ତାଙ୍କଠୁ ଦୂରରେ। କୋହରେ ଛାତି ଫାଟି ଯାଉଛି, କଥା କହିବା ବି ତାଙ୍କ ପକ୍ଷେ ସମ୍ଭବପର ହେଉନି।

ଅଦ୍ୟତନ ହୋଇଛି
Malatipatpur Bridge

Malatipatpur Bridge

Advertisment

ପୁରୀ: ପୁରୀ ମାଳତୀପାଟପୁର ବ୍ରିଜର ମରାମତି ଏବେ ପାଲଟିଛି ଅନେକ ଦୁର୍ଘଟଣାର କାରଣ। ଏଇ ରାସ୍ତା ପାଲଟିଛି ମରଣଯନ୍ତା। ଯେପରି ଜୀବନକୁ ବାଜି ଲଗାଇ ନିଇତି ଯାଉଛନ୍ତି ଲୋକେ। ଗୋଟିଏ ପଟେ ରାସ୍ତା ବନ୍ଦ କରାଯାଇଥିବାରୁ ପ୍ରାୟ ପ୍ରତିଦିନ ଏଠି ଘଟୁଛି ଛୋଟ ବଡ଼ ଦୁର୍ଘଟଣା। ଆଉ ଗତକାଲିର ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଯେପରି ଏବେ ଅନେକ ପ୍ରଶ୍ନ ସୃଷ୍ଟି କରିଛି। ବଢ଼ିଲା ପୁଅକୁ ବାପା ହରାଇଛନ୍ତି ଯାହାକୁ କେତେ ସ୍ନେହରେ ବଡ଼ କରିଥିଲେ ଆଜି ସେ ପୁଅ ତାଙ୍କଠୁ ଦୂରରେ। କୋହରେ ଛାତି ଫାଟି ଯାଉଛି, କଥା କହିବା ବି ତାଙ୍କ ପକ୍ଷେ ସମ୍ଭବପର ହେଉନି। ଏଇ ଏବେ ଏବେ ପରା ତାକୁ ଦେଖିଥିଲେ ହେଲେ ତାକୁ ହରାଇବା କଥାକୁ ବିଶ୍ୱାସ କରିପାରୁନାହାନ୍ତି। ପୁରୀରେ ଜଗନ୍ନାଥ ଦର୍ଶନ ପାଇଁ ଯାଉଥିବା ତିନି ଜଣ ଯୁବକଙ୍କ ମାଳତୀପାଟପୁର ବ୍ରିଜ୍‌ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ତ୍ରିଲୋଚନ ପ୍ରଧାନ ଓ ସିର୍ଦ୍ଧାଥ ଦାସଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଆଉ ଜଣେ ଯୁବକ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।

Advertisment

ସିର୍ଦ୍ଧାଥ ଜଣେ ଭଲ କବାଡ଼ି ଖେଳାଳି। ତାଙ୍କୁ ହରାଇ ଏବେ ହତବାକ ହୋଇପଡ଼ିଛନ୍ତି ତାଙ୍କ ପରିବାର ଓ ପ୍ରିୟଜନ। ଏହି ଦୁର୍ଘଟଣା ପଛର କାରଣ ଏହାଠୁ ଅଧିକ ଦୟନୀୟ ଓ ଦୁଃଖଦାୟକ। ମାଳତୀପାଟପୁର ବ୍ରିଜ୍‌ରେ ମରାମତିି ହେଉଛି। ଫଳରେ ଗୋଟିଏ ପଟ ବନ୍ଦ କରାଯାଇଛି  କେବଳ ଗୋଟିଏ ଦିଗରେ ଗାଡ଼ି ଯାଆସ କରୁଛି ଯାହା ବିପଦକୁ ଡାକି ଆଣୁଛି। ଏହି ଗୋଟିଏ ଦୁର୍ଘଟଣା ନୁହେଁ, ଏହି ରାସ୍ତାରେ ବାରମ୍ବାର ଘଟୁଛି ଅନେକ ଦୁର୍ଘଟଣା। ଗତ ୪ ମାସରେ ୪ ଜଣଙ୍କ ଏଠି ମୃତ୍ୟୁ ହେଲାଣି  ଯାହା ରାସ୍ତାର ଅବ୍ୟବସ୍ଥାକୁ ପଦାରେ ପକାଇଛି। 

ପ୍ରତିଦିନ ପୁରୀକୁ ହଜାର ହଜାର ସଂଖ୍ୟାରେ ଗାଡ଼ି ଯାଆସ କରୁଛି। ପର୍ଯ୍ୟଟନ ଋତୁରେ ଏହି ସଂଖ୍ୟା କେଇଁ ଗୁଣ ବଢ଼ି ଯାଇଛି। ଏହି ରାସ୍ତା ଦେଇ ଯନ୍ତ୍ରୀଙ୍କଠୁ ଆରମ୍ଭ କରି ମନ୍ତ୍ରୀ ଯାଏଁ ଯାଆନ୍ତି ହେଲେ କାହାରି ଯେପରି ଏଥିପ୍ରତି ଦୃଷ୍ଟି ପଡ଼ୁନି। ବ୍ରିଜ୍‌ର ମରାମତି କାମ ଏନ୍ଏଚ୍ଆଇରୁ ଏକ ଘରୋଇ ସଂସ୍ଥା-APE ସିସମିକୋକୁ ଦିଆଯାଇଛି। ଦୀର୍ଘ ଦିନ ଧରି କାମ କରିବା ପରେ ବି ଏହା କେବେ ସରିବ ତାହା କାହାକୁ ମାଲୁମ୍ ନାହିଁ। 

Advertisment

ଆରଟିଓ ଏହି ଘଟଣାକୁ ନେଇ ଏନ୍ଏଚଆଇ ବିରୋଧରେ କୋର୍ଟରେ ମାମଲା ଦାଏର କରିବା ସହ ମରାମତି ପାଇଁ ନିର୍ଦ୍ଦେଶ ବି ଦିଆଯାଇଛି ହେଲେ ଫଳ ଶୂନ। ୨୦୧୫ରେ ଏହି ବ୍ରିଜ୍‌ର ନିର୍ମାଣ କରାଯାଇଥିଲା। ଏହା ବହୁବାର ମରାମତି ହେଲାଣି ହେଲେ ମରାମତି ପାଇଁ କଣ ଅନ୍ୟ ବିକଳ୍ପ ବ୍ୟବସ୍ଥା ନାହିଁ। ଯଦି, ତୁରନ୍ତ ଏହି ରାସ୍ତାର ମରାମତି ହୋଇପାରନ୍ତା ତେବେ ଅନେକ ଦୁର୍ଘଟଣାକୁ ଏଡ଼ା ଯାଇପାରନ୍ତା।

Puri Malatipatpur Bridge
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ