ନିର୍ବାଚନ ପୂର୍ବରୁ ମଦ ଦୋକାନ ବନ୍ଦ

ଟୋଲ୍ ଫ୍ରି ନମ୍ବର ୧୮୦୦ ୩୪୫୬୭୧୩ରେ ଅଭିଯୋଗ କରିହେବ । ମଦମୁକ୍ତ ପଞ୍ଚାୟତ ନିର୍ବାଚନ ପାଇଁ ବିଭିନ୍ନ ଜିଲ୍ଲାରେ ସ୍ୱତନ୍ତ୍ର ସ୍କ୍ୱାଡ ।

Liquor Shop

ଅବକାରୀ ବିଭାଗର ବଡ଼ ସୂଚନା । ନିର୍ବାଚନର ୪୮ ଘଣ୍ଟା ପୂର୍ବରୁ ସବୁ ମଦ କାଉଣ୍ଟର ବନ୍ଦ ରହିବ ବୋଲି ନିଷ୍ପତି ହୋଇଛି । ଏନେଇ ଅବକାରୀ ବିଭାଗ ଡେପୁଟି କମିଶନର ରାମଚନ୍ଦ୍ର ପାଲଟା ପ୍ରେସମିଟ୍ ଜରିଆରେ ସୂଚନା ଦେଇଛନ୍ତି ।

ଏହାସହ ସେ ଆହୁରି କହିଛନ୍ତି, ମଦମୁକ୍ତ ପଞ୍ଚାୟତ ନିର୍ବାଚନ ପାଇଁ ବିଭିନ୍ନ ଜିଲ୍ଲାରେ ସ୍ୱତନ୍ତ୍ର ସ୍କ୍ୱାଡ୍‌ ଗଠନ କରାଯାଇଛଇ । ଏହି ସ୍କ୍ୱାଡ୍‌ ବିଭିନ୍ନ ଦିଗରୁ ମଦ କାରବାର ବନ୍ଦ ରଖିବାକୁ ପଦକ୍ଷେପ ଦେବ । ଏମିତିକି ବିଭିନ୍ନ ସ୍ଥାନରେ ବିଭାଗ ପକ୍ଷରୁ ଜୋରଦାର ଚଢ଼ାଉ ହେବ ବୋଲି କହିଛନ୍ତି ଅବକାରୀ ବିଭାଗ କମିଶନର ।

ସେ ଆହୁରି ମଧ୍ୟ କହିଛନ୍ତି, ନିଶା କାରବାର ରୋକିବାକୁ ବର୍ଡର ଚେକ୍ ପୋଷ୍ଟ କରାଯିବ । ଏମିତିକି ଟୋଲ୍ ଫ୍ରି ନମ୍ବର ୧୮୦୦ ୩୪୫୬୭୧୩ରେ ସାଧାରଣ ଲୋକ ଅଭିଯୋଗ କରିପାରିବେ । ନିର୍ବାଚନର ବେଳେ ୪୮ ଘଣ୍ଟା ପୂର୍ବରୁ ମଦ ଦୋକାନ ବନ୍ଦ ହେବା ନିଷ୍ପତି ହୋଇଛି ।