Advertisment

ଚାଲିଗଲେ ମୋତି ମହଲର ଶେଷ ରାଣୀ ରମା କୁମାରୀ ଦେବୀ

ରାଣୀ ରମାକୁମାରୀ ଦେବୀ ତତ୍କାଳୀନ ଆନ୍ଧ୍ରପ୍ରଦେଶ ମଡଗୁଲର ବିଧାୟିକା ବି ଥିଲେ।

ଅଦ୍ୟତନ ହୋଇଛି
Jeypore Queen Rama Kumari Devi Passes Away

the last queen of Moti Mahal Palace passes away

Advertisment

ଚାଲିଗଲେ ମୋତି ମହଲର ଶେଷ ରାଣୀ। ଜୟପୁର ରାଜ ପରିବାରର ଶେଷରାଣୀ ରମା କୁମାରୀ ଦେବୀଙ୍କ ଗତକାଲି ମଧ୍ୟରାତ୍ରିରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିଲା। ଦୀର୍ଘବର୍ଷ ଧରି ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ପରେ ଶେଷରେ ଜୟୁପର ସ୍ଥିକତ ମୋତି ମହଲରେ ରାଣୀଙ୍କ ଦେହାନ୍ତ ହୋଇଛି।

Advertisment

ରାଣୀଙ୍କ ମୃତ୍ୟୁ ଖବର ପାଇ ଜୟପୁର ରାଜପ୍ରସାଦରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସମାଗମ ହେବାରେ ଲାଗିଛି। ସହରର ଚନ୍ଦନବାଡ଼ ସ୍ଥିତ ରାଜ ଶ୍ମଶାନରେ ରାଜକୀୟ ପରମ୍ପରା ଅନୁଯାୟୀ ଆଜି ରାଣୀଙ୍କ ଅନ୍ତ୍ୟେଷ୍ଟି ସଂପନ୍ନ ହେବ ବୋଲି ପରିବାର ପକ୍ଷରୁ ସୂଚନା ଦିଆଯାଇଛି।

ରମା କୁମାରୀ ହେଉଛନ୍ତି ଜୟପୁର ରାଜ ପ୍ରସାଦର ଶେଷ ରାଜା। ରାମକୃଷ୍ଣ ଦେଓଙ୍କ ପତ୍ନୀ ମହାରାଜ ରାମକୃଷ୍ଣ ଦେଓ ହେଉଛନ୍ତି ମହାରାଜ ବିକ୍ରମ ଦେବ ବର୍ମାଙ୍କ ପୌଷ୍ୟ ପୁତ୍ର। ତେବେ ରାମକୃଷ୍ଣ ଦେଓ ମାତ୍ର ଦୁଇଦିନ ପାଇଁ ଜୟପୁରରର ରାଜାପଦରେ ଅଭିଷିକ୍ତ ଥିଲେ। ରାଣୀ ରମା କୁମାରୀଙ୍କ ମୃତଦେହ ନିକଟରେ ରମା କୁମାରୀଙ୍କ ସାନ ବୋହୂ ସାରିକା ଦେବୀ ଓ ନାତି ଚନ୍ଦ୍ରଚୂଡ଼ ଉପସ୍ଥିତ ଅଛନ୍ତି। ରାଣୀ ରମାକୁମାରୀ ଦେବୀ ତତ୍କାଳୀନ ଆନ୍ଧ୍ରପ୍ରଦେଶ ମଡଗୁଲର ବିଧାୟିକା ବି ଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ