Advertisment

ରାଜଧାନୀରେ ଗର୍ଜିଲା ଘଣ୍ଟ ଘଣ୍ଟା, ସଂକୀର୍ତ୍ତନ କଳାକାରଙ୍କ ହଲ୍ଲାବୋଲ୍

ରାଜଧାନୀରେ ଭାରତୀୟ ମଜଦୁର ସଂଘର ଗର୍ଜନ । ଠିକା ନିଯୁକ୍ତି ଉଚ୍ଛେଦ, ସମାନ କାମକୁ ସମାନ ଦରମା ଦାବିରେ ଅଙ୍ଗନୱାଡ଼ି, ପାଚିକା, ଆଶା କର୍ମୀଙ୍କ ମିଳିତ ସମାବେଶ । ସେପଟେ ଲୋୟର ପିଏମଜିରେ ୫ ଦଫା ଦାବି ନେଇ ହଜାର ହଜାର କଳାକାରଙ୍କ ସଂକୀର୍ତ୍ତନ ଆନ୍ଦୋଳନ ।

ଅଦ୍ୟତନ ହୋଇଛି
Bhubaneswar Anganwadi Workers Protest

Sankirtan artists roar in the capital

Advertisment

ରାଜଧାନୀରେ ଭାରତୀୟ ମଜଦୁର ସଂଘର ଗର୍ଜନ । ଠିକା ନିଯୁକ୍ତି ଉଚ୍ଛେଦ, ସମାନ କାମକୁ ସମାନ ଦରମା ଦାବିରେ ଅଙ୍ଗନୱାଡ଼ି, ପାଚିକା, ଆଶା କର୍ମୀଙ୍କ ମିଳିତ ସମାବେଶ । ସେପଟେ ଲୋୟର ପିଏମଜିରେ ୫ ଦଫା ଦାବି ନେଇ ହଜାର ହଜାର କଳାକାରଙ୍କ ସଂକୀର୍ତ୍ତନ ଆନ୍ଦୋଳନ ।

Advertisment

ରାଜଧାନୀ ଭୁବନେଶ୍ୱର ରାଜରାସ୍ତାରେ ସଂକୀର୍ତ୍ତନ କଳାକାର । ଲୋୟର ପିଏମଜିରେ ୫ ଦଫା ଦାବି ନେଇ ସଂକୀର୍ତ୍ତନ କଳାକାରଙ୍କ ଆମରଣ ଅନଶନ । ଶ୍ରୀ ଶ୍ରୀ ଜଗନ୍ନାଥ ଲୋକକଳା ପରିଷଦ ଦ୍ବାରା ରାଜ୍ୟର ୧୫ ହଜାର ସଂକୀର୍ତ୍ତନ କଳାକାର ଆମରଣ ଅନଶନ ସହ ସଂକୀର୍ତ୍ତନ ସମାବେଶ କାର୍ଯ୍ୟକ୍ରମ କରିଛନ୍ତି ।

ସଂକୀର୍ତ୍ତନ କଳାକାରଙ୍କୁ କଳାକାର ମାନ୍ୟତା ପ୍ରଦାନ, କଳାକାର ତାଲିକାଭୁକ୍ତ କରି ପରିଚୟ ପତ୍ର ପ୍ରଦାନ, କଳାକାର ଭତ୍ତା ପ୍ରଦାନ, ପରିବାରର ସବୁ ପିଲାଙ୍କୁ ମାଗଣା ଶିକ୍ଷା ପ୍ରଦାନ ସହ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ କରି ମାଗଣାରେ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ଭଳି ୫ ଦଫା ଦାବିରେ ଆନ୍ଦୋଳନ କରୁଛନ୍ତି ।

Advertisment

ଅନ୍ୟପଟେ ବାରମ୍ବାର ପ୍ରତିଶ୍ରୁତି ପରେ ମଧ୍ୟ ହେଲାନି ସମାଧାନ । ଏନେଇ ରାଜଧାନୀରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ବିଶାଳ ସମାବେଶ ହୋଇଛି । ଏଥିରେ ପାଚିକା, ଅଙ୍ଗନବାଡି ଓ ଆଶାକର୍ମୀଙ୍କ ସହ ବିଭିନ୍ନ ସଂଗଠନର କର୍ମକର୍ତ୍ତା ସାମିଲ ହୋଇଛନ୍ତି । ସମାନ କାମକୁ ସମାନ ଦରମା ଦାବି, ଠିକା ବ୍ୟବସ୍ଥା ଉଚ୍ଛେଦ ସହ ୧୦ ଦଫା ଦାବି ନେଇ ଭାରତୀୟ ମଜଦୁର ସଂଘ ପକ୍ଷରୁ ବିଶାଳ ଆନ୍ଦୋଳନ କରାଯାଉଛି ।

Labour
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ